POCO ଲଞ୍ଚ କରିବାକୁ ଯାଉଛି ସବୁଠୁ ଶସ୍ତା 5G ସ୍ମାର୍ଟଫୋନ, ଜାଣନ୍ତୁ କ’ଣ ରହିବ ଫିଚର୍ସ

POCO ଭାରତରେ ସବୁଠାରୁ ଶସ୍ତା 5G ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି । ଏଥିପାଇଁ କମ୍ପାନୀ ଏୟାରଟେଲ ସହ ସହଭାଗୀ ହୋଇଛି । ବର୍ତ୍ତମାନ ପୋକୋ ଏବଂ ଏୟାରଟେଲର 5G ସ୍ମାର୍ଟଫୋନ୍ କେଉଁ ମୂଲ୍ୟରେ ଆସିବ ସେ ସମ୍ପର୍କରେ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ ।

POCO ଭାରତରେ ସବୁଠାରୁ ଶସ୍ତା 5G ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି । ଏଥିପାଇଁ କମ୍ପାନୀ ଏୟାରଟେଲ ସହ ସହଭାଗୀ ହୋଇଛି । ଜିଓ ବି ଚଳିତ ବର୍ଷ ଏକ ଶସ୍ତା 5G ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି । ଜିଓର ଏହି ସ୍ମାର୍ଟଫୋନ୍ ମୂଲ୍ୟ ୮୦୦୦ ଟଙ୍କା ମଧ୍ୟରେ ଆସିପାରେ । ବର୍ତ୍ତମାନ ପୋକୋ ଏବଂ ଏୟାରଟେଲର 5G ସ୍ମାର୍ଟଫୋନ୍ କେଉଁ ମୂଲ୍ୟରେ ଆସିବ ସେ ସମ୍ପର୍କରେ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ । କିଛି ବର୍ଷ ପୂର୍ବେ ଏୟାରଟେଲ ସହଭାଗିତାରେ କମ୍ପାନୀ ଦ୍ୱାରା POCO C51 ଲଞ୍ଚ କରାଯାଇଥିଲା ।

ଏଥି ସହିତ, POCO X6 Neo ସ୍ମାର୍ଟଫୋନ ଖୁବ ଶୀଘ୍ର ଲଞ୍ଚ ହେବାର ଖବର ମଧ୍ୟ ସାମ୍ନାକୁ ଆସୁଛି । ପୋକୋ ଇଣ୍ଡିଆର ମୁଖ୍ୟ ହିମାଂଶୁ ଟଣ୍ଡନ୍ ତାଙ୍କ ଏକ୍ସ ହ୍ୟାଣ୍ଡେଲ ମାଧ୍ୟମରେ ଏହି ସୂଚନା ନିଶ୍ଚିତ କରିଛନ୍ତି । ହିମାଂଶୁ ତାଙ୍କ ପୋଷ୍ଟରେ କହିଛନ୍ତି ଯେ ଖୁବ ଶୀଘ୍ର ଏୟାରଟେଲ ସହିତ ଆଉ ଏକ ପାର୍ଟନରସିପ ହେବାକୁ ଯାଉଛି । ତେବେ POCO ର କେଉଁ ମଡେଲ ହେବ ତାହା ହିମାଂଶୁ ନିଶ୍ଚିତ କରିନାହାଁନ୍ତି ।

ଶସ୍ତା 5G ସ୍ମାର୍ଟଫୋନ୍ ବିଷୟରେ କହିବାକୁ ଗଲେ, Lava Blaze ସିରିଜର ଶସ୍ତା ଫୋନ୍ ଭାରତରେ ଲଞ୍ଚ ହୋଇସାରିଛି, ଯାହାର ମୂଲ୍ୟ ୧୦, ୦୦୦ ଟଙ୍କା ମଧ୍ୟରେ ରହିଛି । ପୋକୋର ଏହି ଫୋନ୍ ମଧ୍ୟ ଏହି ମୂଲ୍ୟ ଭିତରେ ଆସିପାରେ । POCO X6 Neo ବିଷୟରେ କହିବାକୁ ଗଲେ ଏହି ସ୍ମାର୍ଟଫୋନର ସମସ୍ତ ଫିଚର ଅନଲାଇନରେ ଲିକ୍ ହୋଇଯାଇଛି । ପୋକୋର ଏହି ସ୍ମାର୍ଟଫୋନ୍ ମୂଲ୍ୟ ୧୫,୦୦୦ ଟଙ୍କା ମଧ୍ୟରେ ଆସିବ ।

POCO X6 Neo ର ଫିଚର୍ସ:
ଏହାର ଫିଚର୍ସ ବିଷୟରେ କହିବାକୁ ଗଲେ, ଏହି ସ୍ମାର୍ଟଫୋନ୍ ୬.୬୭ ଇଞ୍ଚ OLED ଡିସପ୍ଲେ ସହିତ ଆସିପାରେ । ଫୋନର ଡିସପ୍ଲେ ୧୨୦Hz ରିଫ୍ରେସ ରେଟକୁ ସପୋର୍ଟ କରିବ । ଏହି ବଜେଟ୍ 5G ସ୍ମାର୍ଟଫୋନରେ ମିଡିଆ ଟେକ୍ ଡାଇମେନସିଟି 6080 ପ୍ରୋସେସର ମିଳିବ । ଏହା ବ୍ୟତୀତ, ଏହି ଫୋନରେ ୧୨GB RAM ଏବଂ ୨୫୬GB ଇଣ୍ଟରନାଲ ଷ୍ଟୋରେଜ୍ ରହିବ । ଏହି ସ୍ମାର୍ଟଫୋନରେ 5000mAh ବ୍ୟାଟେରୀ ରହିପାରେ, ଯାହା ସହିତ 33W USB Type C ଚାର୍ଜିଂ ଫିଚର ଉପଲବ୍ଧ ହେବ ।

କନେକ୍ଟିଭିଟି ପାଇଁ, ଫୋନରେ ବ୍ଲୁଟୁଥ୍, ୱାଇ-ଫାଇ ଏବଂ 35.mm ମିମି ଅଡିଓ ଜ୍ୟାକ୍ ସପୋର୍ଟ ରହିବ । ଆଣ୍ଡ୍ରଏଡ୍ 14 ଉପରେ ଆଧାର କରି HyperOS ସହିତ ଏହି ବଜେଟ୍ ସ୍ମାର୍ଟଫୋନ୍ ଲଞ୍ଚ କରାଯାଇପାରେ । ସୁରକ୍ଷା ପାଇଁ ଫୋନରେ ଏକ ସାଇଡ ମାଉଣ୍ଟେଡ ଫିଙ୍ଗର ପ୍ରିଣ୍ଟ ସେନ୍ସର ମିଳିପାରିବ । ପୋକୋର ଏହି ସ୍ମାର୍ଟଫୋନ୍ ଡୁଆଲ୍ ରିୟର କ୍ୟାମେରା ସେଟଅପ୍ ସହିତ ଆସିପାରେ । ଏହି ଫୋନର ବ୍ୟାକ ସାଇଡରେ 108MP ମେନ୍ ଏବଂ 2MP ଡୁଆଲ୍ କ୍ୟାମେରା ଉପଲବ୍ଧ ହେବ । ଏହି ସମୟରେ, ଫୋନରେ ସେଲଫି ଏବଂ ଭିଡିଓ କଲିଂ ପାଇଁ 16MP କ୍ୟାମେରା ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.