ଲଙ୍କା ଚାଷ କରି ଅର୍ଜନ କରିଛନ୍ତି ସୁନାମ, କିନ୍ତୁ ମିଳୁନି ସରକାରୀ ସହାୟତା

ଦିନକୁ ଦିନ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ହୁ ହୁ ହୋଇ ବଢିବାରେ ଲାଗିଛି । ଡାଲି,ଚାଉଳ, ତେଲ,ଲୁଣ, ପନିପରିବା ସବୁର ଦର ଆକାଶ ଛୁଆଁ ହେଲାଣି । ସେହିଭଳି ଚାଷୀଙ୍କ ଦୁଃଖ ମଧ୍ୟ ସମାନ । ଚାଷୀ ପନି ପରିବା ଚାଷ କରି ଯାହା ରୋଜଗାର କରୁଛନ୍ତି ତାହା ତେଲ ଲୁଣରେ ସରିଯାଉଛି ।

ସୁବର୍ଣ୍ଣପୁର (କେନ୍ୟୁଜ): ଲଙ୍କା ଗୋଟିଏ ଶଦ୍ଦର ଦୁଇ ଅକ୍ଷର । ଲଙ୍କା ବିନା ଯେପରି ତରକାରୀ ସୁସ୍ୱାଦୁ ଲାଗେନାହିଁ । ଠିକ ସେହିଭଳି ଜଳଖିଆ କିମ୍ବା ଆଚାର ଓ ବାସି ପଖାଳରେ ଲଙ୍କା ମରିଚଟିଏ ନହେଲେ ପାଟିକୁ ସ୍ୱାଦ ଲାଗେନାହିଁ । କେବଳ ସେତିକି ନୁହେଁ ପାଚକ ଶକ୍ତି ବଢାଇବାରେ ଲଙ୍କା ମରିଚର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଲଙ୍କାରେ ପ୍ରଚୁର ପରିମାଣରେ ଭିଟାମିନ୍‌ ସି ମଧ୍ୟ ରହିଛି । ତେଣୁ ଲଙ୍କା ମରିଚର ଚାହିଦା କାହିଁରୁ କେତେ । ଏବେ ଲଙ୍କା ଚାଷ କରି ଚାଷି ବୃନ୍ଦାବନ ପ୍ରଧାନ ହୋଇ ପାରିଛନ୍ତି ଆତ୍ମନିର୍ଭରଶୀଳ । ଖାଲି ସେତିକି ନୁହେଁ ଲଙ୍କା ମରିଚ ଚାଷ ସହିତ ପନିପରିବା ଚାଷ କରି ସୃଷ୍ଟି କରିପାରିଛନ୍ତି ନିଜେ ନିଜର ପରିଚୟ ।

ଦିନକୁ ଦିନ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ହୁ ହୁ ହୋଇ ବଢିବାରେ ଲାଗିଛି । ଡାଲି,ଚାଉଳ, ତେଲ,ଲୁଣ, ପନିପରିବା ସବୁର ଦର ଆକାଶ ଛୁଆଁ ହେଲାଣି । ସେହିଭଳି ଚାଷୀଙ୍କ ଦୁଃଖ ମଧ୍ୟ ସମାନ । ଚାଷୀ ପନି ପରିବା ଚାଷ କରି ଯାହା ରୋଜଗାର କରୁଛନ୍ତି ତାହା ତେଲ ଲୁଣରେ ସରିଯାଉଛି । ଫଳରେ ଚାଷୀ ଆଗକୁ ଯାଇପାରୁନାହିଁ । ଆୟ ଅନୁସାରେ ବ୍ୟୟ ଅଧିକ ହୋଇଯାଉଛି । ତଥାପି ମନର କୋହକୁ ଛାତିରେ ଚାପି ଚାଷୀ ବୃନ୍ଦାବନ ପ୍ରଧାନ ଏବେ ଆରମ୍ଭ କରିଛନ୍ତି ସମନ୍ନିତ ପନିପରିବା ଚାଷ । ବିଶେଷ କରି ଲଙ୍କା ଚାଷ ଦେଇଛି ରୋଜଗାରର ମାଧ୍ୟମ । ଟାଙ୍ଗରା ଭୁଇଁରେ ଫଳିଛି ଲାଲ ଟହ ଟହ ଲଙ୍କା ମରିଚ । ଯୁଆଡେ ଚାହିଁବ ସବୁଠି ପାଚିଲା ଲଙ୍କାରେ ଭରପୁର ରହିଛି ପୁରା ବିଲ । ଖାଲି ସେତିକି ନୁହେଁ ଲଙ୍କା ବିକ୍ରି କରି ବେଶ ସ୍ୱାବଲମ୍ୱି ହୋଇ ପାରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ପଲାସ-କହ୍ନେଇଁ ପାଲି ଗାଁର ବୃନ୍ଦାବନ ପ୍ରଧାନ ।

ବୟସ ପାଖାପାଖି ୮୦ ଛୁଇଁବ । ହେଲେ ଖରା,ବର୍ଷାକୁ ଖାତିର ନକରି ସେ ନିଜ ବାଡ଼ିରେ ଫଲାଇ ପାରିଛନ୍ତି ସୁନାର ଫସଲ । ଆଉ ତାଙ୍କୁ ସହଯୋଗ କରୁଛନ୍ତି ତାଙ୍କ ଦୁଇପୁଅ । ଦେଶୀ ପଦ୍ଧତିରେ କଲରା, ଶିମ୍ୱ, ବାଇଗଣ, ଫୁଲକୋବି, ବାରମାସୀ କଞ୍ଚାଲଙ୍କା, ଲଙ୍କା, ପିଆଜ, ପାତଲଘଂଟା ଭଳି କିସମ କିସମର ପନି ପରିବା ଚାଷ କରି ଏବେ ହୋଇ ପାରିଛନ୍ତି ରୋଜଗାରକ୍ଷମ । ଯାହାକୁ ନେଇ ସେ ବେଶ ଖୁସିଥିବା କହିଛନ୍ତି ।

ପିଲାଟି ଦିନରୁ କୃଷିକାର୍ଯ୍ୟୟକୁ ଆପଣାଇଥିବା ଚାଷୀ ବୃନ୍ଦାବନ ଆଜି ନିଜସ୍ୱ ଉଦ୍ୟମରେ ହୋଇ ପାରିଛନ୍ତି ସଫଳ ଚାଷୀ । ତାଙ୍କ ଉତ୍ପାଦିତ ଲଙ୍କା ବଜାରରେ ବେଶ ଚାହିଦା ଥିବା ବେଳେ ବାହାର ଜିଲ୍ଲାକୁ ମଧ୍ୟ ରପ୍ତାନି କରୁଛନ୍ତି । ଖାଲି ସେତିକି ନୁହେଁ ବାରମାସୀ କଞ୍ଚାଲଙ୍କା ଚାଷ କରି ସେ ବେଶ ଦୁଇ ପଇସା ରୋଜଗାର କରିପାରୁଛନ୍ତି । ବେଳେବେଳେ ବଜାରରେ ଲଙ୍କା ମିଳୁ ନଥିବାବେଳେ ଭୋଜି ଭାତ ବେଳେ ତାଙ୍କ ବାଡିରୁ ଲଙ୍କା ନେଇ ଭୋଜି କାର୍ଯ୍ୟ କରାଯାଇଥାଏ ।

ଲଙ୍କା ଚାଷରେ ସୁନାମ ଅର୍ଜନ କରିଥିବା ଚାଷୀ କିନ୍ତୁ ସରକାରୀ ପ୍ରୋତ୍ସାହନ ଅଭାବରୁ ଅଧିକ ଚାଷ କରି ପାରୁନଥିବା କହିଛନ୍ତି । ସରକାରୀ ସ୍ତରରେ ତାଙ୍କୁ ଯଦି ସାହାଯ୍ୟ ଯୋଗାଇ ଦିଆ ଯାଇ ପାରନ୍ତା କିମ୍ବା କୃଷି ବିଭାଗ ପକ୍ଷରୁ ସରକାରୀ ପ୍ରୋତ୍ସାହନ ଯୋଗାଇ ଦିଆଯାଏ ତାହେଲେ ସେ ଆହୁରି ଅଧିକ ଚାଷ କରିବାର ଆଶା ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.