କ୍ରିକେଟର ସବୁ ଫର୍ମାଟରୁ ସନ୍ନ୍ୟାସ ନେଲେ ଶାହବାଜ ନଦୀମ, ଭାରତ ପାଇଁ ଖେଳିଛନ୍ତି ୨ଟି ଟେଷ୍ଟ ମ୍ୟାଚ୍‌

ଭାରତୀୟ ସ୍ପିନର ଶାହବାଜ ନଦୀମ କି୍ରକେଟରୁ ସନ୍ନ୍ୟାସ ନେଇଛନ୍ତି । ନଦୀମ ସମସ୍ତ କ୍ରିକେଟ ଫର୍ମାଟରୁ ଅଲବିଦା ନେଇଛନ୍ତି । ଶାହବାଦ ନଦୀମ ଭାରତ ପାଇଁ ୨ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି, ଏହା ପରେ ଭାରତୀୟ ଟିମରେ ସ୍ଥାନ ମିଳିନାହିଁ ।

ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ୫ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ ଆସନ୍ତାକାଲିରୁ ଧର୍ମଶାଳାରେ ଆରମ୍ଭ ହେବ । କିନ୍ତୁ ଏହା ପୂର୍ବରୁ ଭାରତୀୟ ସ୍ପିନର ଶାହବାଜ ନଦୀମ କି୍ରକେଟରୁ ସନ୍ନ୍ୟାସ ନେଇଛନ୍ତି । ନଦୀମ ସମସ୍ତ କ୍ରିକେଟ ଫର୍ମାଟରୁ ଅଲବିଦା ନେଇଛନ୍ତି । ଶାହବାଦ ନଦୀମ ଭାରତ ପାଇଁ ୨ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି, ଏହା ପରେ ଭାରତୀୟ ଟିମରେ ସ୍ଥାନ ମିଳିନାହିଁ ।

ନଦୀମ ଝାଡଖଣ୍ଡ ପାଇଁ ଫାଷ୍ଟ କ୍ଲାସ କ୍ରିକେଟ ଖେଳୁଥିଲେ । ସେ ରଣଜୀ (୨୦୨୨-୨୩) ସିଜିନରେ ରାଜସ୍ଥାନ ବିପକ୍ଷରେ ଶେଷ ମ୍ୟାଚ ଖେଳିଥିଲେ । ଏହାପରେ ଭାରତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି । ନଦୀମ ଫାଷ୍ଟ କ୍ଲାସ କ୍ରିକେଟ ୫୪୨ ଓ୍ଵିକେଟ ନେଇଛନ୍ତି ।

ନଦୀମ ଭାରତ ପାଇଁ ୨୦୧୯ରୁ ୨୦୨୧ ମଧ୍ୟରେ ୨ଟି ଟେଷ୍ଟ କ୍ରିକେଟ ଖେଳିଛନ୍ତି । ସେ ୪ଟି ପାଳିରେ ବୋଲିଂ କରି ୩୪.୧୨ ପ୍ରତିଶତରେ ୮ଟି ଓ୍ଵିକେଟ ନେଇଛନ୍ତି । ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୪/୪୦ ରହିଛି । ସେ ୨୦୧୯ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ରାଞ୍ଚିରେ ଖେଳାଯାଇଥିବା ମ୍ୟାଚରେ ଟେଷ୍ଟ ଡେବ୍ୟୁ କରିଥିଲେ । ଏହାପରେ ଦ୍ୱିତୀୟ ଶେଷ ମ୍ୟାଚ ଇଂଲଣ୍ଡ ବିପକ୍ଷଷର ୨୦୨୧ରେ ଚେନ୍ନାଇରେ ଖେଳିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.