ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କୁ କରୋନା, କହିଲେ, ‘ସେଲ୍ଫ ଆଇସୋଲେସନରେ ଅଛି’

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି । ସ୍ୱାସ୍ଥ୍ୟ ସମସ୍ୟା ହେତୁ ସିଏମ୍‌ ଆଜି ପରୀକ୍ଷଣ କରାଇଥିଲେ, ଯେଉଁଥିରେ ତାଙ୍କର କୋଭିଡ୍‌ ରିପୋର୍ଟ ପଜିଟିଭ୍‌ ଆସିଛି ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି । ସ୍ୱାସ୍ଥ୍ୟ ସମସ୍ୟା ହେତୁ ସିଏମ୍‌ ଆଜି ପରୀକ୍ଷଣ କରାଇଥିଲେ, ଯେଉଁଥିରେ ତାଙ୍କର କୋଭିଡ୍‌ ରିପୋର୍ଟ ପଜିଟିଭ୍‌ ଆସିଛି । ସେ କହିଛନ୍ତି, ‘ମୁଁ ସେଲ୍ଫ ଆଇସୋଲେସନରେ ଅଛି ଏବଂ ଡାକ୍ତରଙ୍କ ପରାମର୍ଶ ସମ୍ପୂର୍ଣ୍ଣ ଭାବରେ ପାଳନ କରୁଛି । ଆଗାମୀ ସମସ୍ତ କାର୍ଯ୍ୟକ୍ରମରେ ମୁଁ ଭର୍ଚୁଆଲ ମାଧ୍ୟମରେ ସାମିଲ ରହିବି’ ।

ସେପଟେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଯେତେବେଳେ ଏହା ବିଷୟରେ ସୂଚନା ମିଳିଥିଲା, ସେ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ସେ ନିଜ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, ‘ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କୁ କୋଭିଡ୍‌ ପଜିଟିଭ ହେବାର ସୂଚନା ମିଳିଛି । ମୁଁ ତାଙ୍କର ଜଲ୍‌ଦି ସ୍ୱାସ୍ଥ୍ୟ ଲାଭ କାମନା କରୁଛି’ ।

ସୂଚନାଯୋଗ୍ୟ, ଆଜି ଅଶୋକ ଗେହଲଟଙ୍କ ବଡ଼ ଭଉଣୀ ବିମଳା ଦେବୀ କଚ୍ଛାଓ୍ଵାଙ୍କ ୯୩ ବର୍ଷ ବୟସରେ ପରଲୋକ ଘଟିଛି । ବିମଳା ଦେବୀ ଗତ ଅନେକ ଦିନରୁ ଅସୁସ୍ଥ ଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ପୋଷ୍ଟ୍‍ କରି ଲେଖିଛନ୍ତି, ‘ମୋ ବଡ଼ ଭଉଣୀଙ୍କ ବିୟୋଗ ମୋ ପାଇଁ ସବୁଦିନ ଏକ ଶୂନ୍ୟସ୍ଥାନ ଛାଡ଼ିଯାଇଛି, ଯାହା କେବେ ବି ପୂରଣ ହୋଇପାରିବ ନାହିଁ’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.