ଖୁବ୍‌ ଶୀଘ୍ର ରିଲିଜ୍‌ ହେବାକୁ ଯାଉଛି ଫିଲ୍ମ ’ସୈତାନ୍‌’, ଜାଣନ୍ତୁ ଆଡଭାନ୍ସ ବୁକିଂରେ କଲା କେତେ କଲେକ୍ସନ୍‌ 

ଫିଲ୍ମ ‘ସୈତାନ୍‌’ର କିଛି ଦିନ ପୂର୍ବର ଝଲକ୍‌ ଦେଖିବାକୁ ମିଳିଥିଲା । ଯେଉଁଥିରେ ଅଜୟ ଦେବଗନ୍‌ ଓ ଆର ମାଧବନ ଏକାଠି ନଜର ଆସିଛନ୍ତି । ଯାହାର ଏହି କିଛି ଦିନ ପୂର୍ବରୁ ଏକ ଜବରଦସ୍ତ ଟ୍ରେଲର ରିଲିଜ୍‌ ହୋଇଥିଲା । ଏହା ସହ ଟ୍ରେଲରଟି ଦର୍ଶକଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଥିଲା । ଯାହା ପରେ ଦର୍ଶକ ଉତ୍ସାହର ସହ ଏହି ଫିଲ୍ମକୁ ଦେଖିବାକୁ ଅପେକ୍ଷା କରିଛନ୍ତି ।

ବଲିଉଡ ଅଭିନେତା ଅଜୟ ଦେବଗନ ଖୁବ୍‌ ଶୀଘ୍ର ଏକ ଏପରି ଫିଲ୍ମ ସହିତ ସିନେମା ହଲ୍‌କୁ ଆସିବାକୁ ଯାଉଛନ୍ତି, ଯାହାକୁ ଦେଖିବା ପରେ ସମସ୍ତଙ୍କ ମନରେ ଏକ ପ୍ରକାରର ଭୟ ଆସିପାରେ । ତେବେ ଏହି ଫିଲ୍ମର କିଛି ଦିନ ପୂର୍ବର ଝଲକ୍‌ ଦେଖିବାକୁ ମିଳିଥିଲା । ଯେଉଁଥିରେ ଅଜୟ ଦେବଗନ୍‌ ଓ ଆର ମାଧବନ ଏକାଠି ନଜର ଆସିଛନ୍ତି । ତେବେ ଆମେ ଫିଲ୍ମ ‘ସୈତାନ୍‌’ ବିଷୟରେ କହୁଛୁ, ଯାହାର ଏହି କିଛି ଦିନ ପୂର୍ବରୁ ଏକ ଜବରଦସ୍ତ ଟ୍ରେଲର ରିଲିଜ୍‌ ହୋଇଥିଲା । ଏହା ସହ ଟ୍ରେଲରଟି ଦର୍ଶକଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଥିଲା । ଯାହା ପରେ ଦର୍ଶକ ଉତ୍ସାହର ସହ ଏହି ଫିଲ୍ମକୁ ଦେଖିବାକୁ ଅପେକ୍ଷା କରିଛନ୍ତି । ଏବେ ଏପରି ଖବର ଅସିଛି ଯେ ଫିଲ୍ମ ‘ସୈତାନ୍‌’ର ଆଡ୍‌ଭାନ୍ସ ବୁକିଂ ଫେବୃଆରୀ ୪ରୁ ଆରମ୍ଭ ହୋଇଛି, ଯାହା ଫଳରେ ଫିଲ୍ମ ଏକ ଭଲ କଲେକ୍ସନ୍‌ କରିଛି । ତାହେଲେ ଅସାନ୍ତୁ ଜାଣିବା ଯେ ଫିଲ୍ମଟି ଆଡଭାନ୍ସ ବୁକିଂରେ କେତେ ରୋଜଗାର କରିଛି ।
ତେବେ ଅଜୟ ଦେବଗନଙ୍କ ଫ୍ୟାନ୍ସମାନେ ତାଙ୍କ ଫିଲ୍ମ ‘ସୈତାନ୍‌’ର ରିଲିଜକୁ ଅପେକ୍ଷା କରିଛନ୍ତି । ଏହା ସହ ରିଲିଜ୍‌ର ଦୁଇ ଦିନ ପୂର୍ବରୁ ଫିଲ୍ମ ‘ସୈତାନ୍‌’ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି । ତେବେ ପ୍ରଥମ ଦିନରେ ଫିଲ୍ମର ପ୍ରାୟ ୧୬ ହଜାର ଟିକେଟ୍ ବିକ୍ରି ହୋଇଥିଲା, ଯେଉଁ କାରଣରୁ ଏହି ଫିଲ୍ମଟି ୩୯.୮୩ ଲକ୍ଷ ଟଙ୍କା ରୋଜଗାର କରିଥିଲା । ସୂଚନା ମୂତାବକ, ଦୁଇ ଦିନ ମଧ୍ୟରେ ଅଜୟ ଦେବଗନଙ୍କ ଫିଲ୍ମର ୩୫ ହଜାରରୁ ଅଧିକ ଟିକେଟ୍ ବିକ୍ରି ହୋଇସାରିଛି । ଫିଲ୍ମ ଏପର୍ଯ୍ୟନ୍ତ ଆଡ୍‌ଭାନ୍ସ ବୁକିଂରେ ପ୍ରାୟ ୮୩.୭୪ ଲକ୍ଷ ଟଙ୍କା କଲେକ୍ସନ୍‌ କରିଛି ।
ତେବେ ବିକାଶ ବହଲଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସୈତାନ୍‌’ ମାର୍ଚ୍ଚ ୮ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିବ । ଏହି ଫିଲ୍ମକୁ ଅଜୟ ଦେବଗନ୍, ଜ୍ୟୋତି ଦେଶପାଣ୍ଡେ, କୁମାର ମଙ୍ଗତ ପଠକ ଏବଂ ଅଭିଷେକ ପଠକ ପ୍ରଡ୍ୟୁସ୍‌ କରିଛନ୍ତି । ଏହା ବ୍ୟତୀତ ଅଜୟଙ୍କର ଆହୁରି ୫ ଟି ବଡ ଫିଲ୍ମ ଚଳିତ ବର୍ଷ ରିଲିଜ୍‌ ହେବ । ଏଥିମଧ୍ୟରେ ଗୋଟିଏ ଫିଲ୍ମ ‘ସୈତାନ୍‌’ ଯାହା ମାର୍ଚ୍ଚ ୮ ରେ ରିଲିଜ୍‌ ହେବ । ଏହା ସହ ଫିଲ୍ମ ‘ଅରୌ ମେନ୍ କାହାଁ ଡମ୍ ଥା’ ଏବଂ ଫିଲ୍ମ ‘ମଇଦାନ’ ଏପ୍ରିଲରେ ମୁକ୍ତିଲାଭ କରିବାକୁ ଯାଉଛି । ଏହା ବ୍ୟତୀତ ଫିଲ୍ମ ‘ସିଙ୍ଘମ୍‌’ ଅଗଷ୍ଟରେ ରିଲିଜ୍ ହେବାକୁ ଯାଉଛି ଏବଂ ଫିଲ୍ମ ‘ରେଡି ୨’ ନଭେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ପରି ଭାବେ ଅଜୟ ଦେବଗନ୍ ଏହି ବର୍ଷ ସିନେମା ହଳ୍‌ରେ ରାଜ୍‌ କରିବାକୁ ଯାଉଛନ୍ତି । ଅଜୟ ଦେବଗାନ ଓ ଆର ମାଧବନ୍‌ଙ୍କ ଏହି ଫିଲ୍ମକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ଫିଲ୍ମରେ ଆର ମାଧବନଙ୍କୁ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ । ଏବେ ଦେଖିବାରେ ଅଛି ଏହି ଫିଲ୍ମଟି ଦର୍ଶକଙ୍କୁ କେତେ ପସନ୍ଦ ଆସୁଛି ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.