ଦେଶ ବିଦେଶ

ହିମାଚଳ-ଉତ୍ତରାଖଣ୍ଡରେ ବର୍ଷା ବିପର୍ଯ୍ୟୟ: ୩ ଦିନରେ ୭୧ ମୃତ

ନୂଆଦିଲ୍ଲୀ : ହିମାଚଳରେ ହାହାକାର। ତାସ ଘର ପରି ଭୁଶୁଡ଼ୁଛି ଘର। ଭାସିଯାଉଛି ପଥର ଖଣ୍ଡ। ଯେଉଁ ଆଡ଼େ ଦେଖିବ କେବଳ ବିଧ୍ବଂସର ଚିତ୍ର। ବିଭିନ୍ନ ସ୍ଥାନରେ ଭୂସ୍ଖଳନ। ସିମଲାର କ୍ରିଷନନଗର ଠାରେ ୩ମହଲା କୋଠା ଭୁଶୁଡ଼ିଥିବା ବେଳେ କାଙ୍ଗ୍ରାରେ ସ୍ଥିତି ଅସମ୍ଭାଳ। ୩ଦିନରେ ମୃତ୍ୟୁ ସଂଖ୍ୟା ୭୧କୁ ବୃଦ୍ଧି ପାଇଛି। ୧୩ ଏବେ ବି ନିଖୋଜ ଅଛନ୍ତି । ଭୂସ୍ଖଳନରେ କାଙ୍ଗ୍ରା ସବୁଠାରୁ ଅଧିକ ହୋଇଛି କ୍ଷତିଗ୍ରସ୍ତ। କେବଳ ହିମାଚଳରେ ୬୫ ଲୋକଙ୍କର ମୃତ୍ୟୁ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ କହିଛନ୍ତି। ହିମାଚଳରେ ଆଗାମୀ ୨ ଦିନ ଏବଂ ଉତ୍ତରାଖଣ୍ଡରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ସେନାର ହେଲିକପ୍ଟର। ବେୟସ ନଦୀର ପୋଙ୍ଗ ଡ୍ୟାମ ଠାରେ ତଳିଆ ଅଞ୍ଚଳରୁ ପ୍ରାୟ ୮ଶହ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପ୍ରବଳ ବର୍ଷା ଲାଗି ରହିଥିବାରୁ ସ୍ଥିତି ଆହୁରି ବିଗିଡ଼ିବା ଆଶଙ୍କା ସୃଷ୍ଟି ହୋଇଛି। ଖରାପ ପାଗ ଯୋଗୁଁ ଆଜି ମଧ୍ୟ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଅଗଷ୍ଟ ୧୯ ପର୍ଯ୍ୟନ୍ତ ହିମାଚଳ ବିଶ୍ବବିଦ୍ୟାଳୟ ବନ୍ଦ ଘୋଷଣା କରାଯାଇଛି। ଏନ୍‌ଡିଆରଏଫ୍‌, ଏସଡିଆରଏଫ୍‌ ଏବଂ ସେନା ବାହିନୀ ମିଳିତ ଉଦ୍ଧାର ଅପରେସନ୍‌ ଜାରି ରଖିଛନ୍ତି। ସିମଲା, ଫତେହପୁର, ଇନ୍ଦୋରା ଠାରେ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ସେନାକୁ ନିୟୋଜିତ କରାଯାଇଛି। ଏଯାଏ ୧୦ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ଆକଳନ ହୋଇଛି। ଭିତ୍ତିଭୂମି ସଜାଡ଼ିବାକୁ ପ୍ରାୟ ବର୍ଷେ ସମୟ ଲାଗିବ । ପାହାଡ ପରି ଚ୍ୟାଲେଞ୍ଜ ଆମ ଆଗରେ ଠିଆ ହୋଇଛି ବୋଲି କହିଛନ୍ତି ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁକୁ ।

Barsha

Recent Posts

ବିବାହ ପାଇଁ ସୁନା କିଣିବାକୁ ଯୋଜନା କରିଛନ୍ତି କି ? ପ୍ରଥମେ ଜାଣନ୍ତୁ ଦାମ

ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦…

10 mins ago

ଅଧାରେ ଅଟକିଗଲା ମୌସୁମୀ: ଆହୁରି ୪ ଦିନ ତାତି, ଏ ବର୍ଷ ସିଝିବ ରଜ ପର୍ବ

ଭୁବନେଶ୍ୱର (କେନ୍ୟୁଜ): ସରୁନି ଗ୍ରୀଷ୍ମ ପ୍ରବାହର କଷ୍ଟ । ଆହୁରି ୪ ଦିନ ତତାଇବ । ଏମିତି ଆକଳନ କରିଛି…

13 mins ago

ଜମିଜମା ବିବାଦ: ଦେଢ଼ଶୂର ଶାବଳ ମାଡ଼ରେ ଭାଇବୋହୂର ମୃତ୍ୟୁ

ବାସୁଦେବପୁର (କେନ୍ୟୁଜ): ଦେଢ଼ଶୂର ଶାବଳ ମାଡ଼ରେ ଭାଇବୋହୂର ମୃତ୍ୟୁ । ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ସ୍ଥିତ ୭ ନମ୍ୱର…

31 mins ago

ଶୋଭାଯାତ୍ରାରେ ଦୁଲୁକିଲା ସମ୍ବଲପୁର ଓ ଏକାମ୍ର କ୍ଷେତ୍ର, ଶେଷ ହେଲା ଶିବ-ପାର୍ବତୀଙ୍କ ବାହାଘର

ଭୁବନେଶ୍ୱର / ସମ୍ବଲପୁର (କେନ୍ୟୁଜ): ଆନନ୍ଦ ଉଲ୍ଲାସର ସହ ଶେଷ ହେଲା ଶିବ ପାର୍ବତୀଙ୍କ ଶୁଭ ପରିଣୟ । ମଧ୍ୟରାତ୍ରୀର…

49 mins ago

ନୂଆ ମୁଖ୍ୟମନ୍ତ୍ରୀ ବାଛିବ ବିଜେପି, ଆଜି ଘୋଷଣା ହେବ ନାଁ

ଭୁବନେଶ୍ୱର (କେନ୍ୟୁଜ): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିବ । ଆଜି ମୁଖ୍ୟମନ୍ତ୍ରୀ ବାଛିବ ବିଜେପି । ଘୋଷଣା ହେବ ଓଡ଼ିଶାର…

1 hour ago

ଆଜିର ରାଶିଫଳ : ରାଶି ଅନୁସାରେ ଜାଣନ୍ତୁ ଆଜି କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ନିଜକୁ ଶକ୍ତିବାନ୍‌ ଅନୁଭବ କରିବେ । ପାରିବାରିକ ସୁଖ, ଶାନ୍ତି ରହିବ । ସମ୍ପତ୍ତି ବିବାଦରେ ବିଜୟ…

8 hours ago