୨୧ ବର୍ଷ ତଳେ ପିଲାକୁ ଦିଆଯାଇଥିଲା ଏଚଆଇଭି ରକ୍ତ, ଏବେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ମିଳିଲା ଶାସ୍ତି

ଆଜିକାଲି ଡାକ୍ତର ଏବଂ ହସପିଟାଲର କର୍ମଚାରୀଙ୍କ ମନମୁଖୀ କାର୍ଯ୍ଯ ଯୋଗୁଁ ସାଧାରଣ ଲୋକେ ବେଶ ହଇରାଣ ହେଉଥିବା ବାରମ୍ବାର ଅଭିଯୋଗ ଆସିଥାଏ । ହେଲେ ବେଳେ ବେଳେ ସେମାନଙ୍କ ସାଂଘାତିକ ଭୁଲ ରୋଗୀର ଜୀବନ ନେଇ ଯାଉଛି । ଡାକ୍ତରଙ୍କ ଏମିତି ଏକ ଭୁଲ ପାଇଁ ଏକ ଚିକିତ୍ସାଳୟ ତଣ୍ଡ ଗଣିବ ୨୦ ଲକ୍ଷ ଟଙ୍କା । ଚେନ୍ନାଇରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ପିଲାକୁ ଏଚଆଇଭି ସଂକ୍ରମିତ ରକ୍ତ ଦେଇଥିବାରୁ ସରକାରୀ ଡାକ୍ତରଖାନା ରାଜକୀୟ ବାଲ ସ୍ବାସ୍ଥ୍ଯ ସଂସ୍ଥାନର ଡିନଙ୍କୁ ୨୦ ଲକ୍ଷ ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଚେନ୍ନାଇର ଜିଲ୍ଲା ଅଦାଲତ।

ମକଦ୍ଦମା ରୁଜୁ କରିଥିବା ମହିଳାଙ୍କ କହିବାନୁଯାୟୀ, ୧୯୯୮ରେ ତାଙ୍କର ସାତ ମାସର ପିଲାକୁ ଝାଡାବାନ୍ତି ହେବା ପରେ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପିଲାଟିର ବଡ ଏବଂ ଛୋଟ ଅନ୍ତଃନଳୀ ଛନ୍ଦି ହୋଇଯାଇଛି ବୋଲି କହିଥିଲେ। ଏଥିପାଇଁ ଅପରେସନ୍‌ କରିବା ସହ ପିଲାଟିକୁ ରକ୍ତ ମଧ୍ୟ ଦିଆଯାଇଥିଲା। କିନ୍ତୁ ସେହି ରକ୍ତକୁ ପରୀକ୍ଷା କରାଯାଇନଥିଲା । ରକ୍ତରେ ଏଚଆଇଭି ସଂକ୍ରମଣ ଥିଲା। ପିଲାଟି ହସପିଟାଲୁ ଘରକୁ ଫେରିବା ପରେ ପୁଣି ଅସୁସ୍ଥ ହୋଇପଡ଼ିଲା । ତେଣୁ ତାକୁ ପୁଣି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ପିଲାଟିର ସଂପୂର୍ଣ୍ଣ ପରୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ପରୀକ୍ଷା ସମୟରେ ପିଲାଟିକୁ ଏଚଆଇଭି ସଂକ୍ରମଣ ହୋଇଛି ବୋଲି ଜଣାପଡିଥିଲା।

ଏହାସହ ପଢନ୍ତୁ : ମହିଳାଙ୍କ ପାଇଁ ତିଆରି କରାଗଲା ଖାସ ରିଭଲଭର “ନିର୍ଭୀକ”

ସେପଟେ ଏହାକୁ ନେଇ ପିଲାର ମା ଅଦାଲତରେ ମକଦ୍ଦମାା କରିଥିଲେ । ଶୁଣାଣି ବେଳେ ପିଲାଟିକୁ ଏଚଆଇଭି ଜୀବାଣୁ କିମ୍ବା ଅନ୍ଯ ଜୀବାଣୁ ସଂକ୍ରମିତ ହୋଇନାହିଁ ବୋଲି ହସପିଟାଲ କର୍ତ୍ତୃପକ୍ଷ କୌଣସି ପ୍ରମାଣ ଦେଇପାରିଲେ ନାହିଁ। ତେଣୁ ଅଦାଲତ ଡାକ୍ତରଙ୍କୁ ନିଜର କର୍ତ୍ତବ୍ଯରେ ଅବହେଳା ଦର୍ଶାଇ ଦଣ୍ଡିତ କରିଛନ୍ତି। ଯେହେତୁ ହସପିଟାଲର ଡାକ୍ତର ଏବଂ କର୍ମଚାରୀଙ୍କୁ ଡିନ୍‌ ହିଁ ନିଯୁକ୍ତି ଦେଇଥାନ୍ତି, ତେଣୁ ତାଙ୍କ ଉପରେ ଲାଗିଲା ଜରିମାନା । ଏହି ଜରିମାନା ବିରୋଧରେ କେସ ହେବାର ତା ପରଠାରୁ ୨୦ ଲକ୍ଷ ଟଙ୍କା ଉପରେ ଆହୁରି ୬ ପ୍ରତିଶତ ସୁଧ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Himanshu PatiMishra

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

19 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

27 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

43 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago