Below header

୨୧ ବର୍ଷ ତଳେ ପିଲାକୁ ଦିଆଯାଇଥିଲା ଏଚଆଇଭି ରକ୍ତ, ଏବେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ମିଳିଲା ଶାସ୍ତି

ଆଜିକାଲି ଡାକ୍ତର ଏବଂ ହସପିଟାଲର କର୍ମଚାରୀଙ୍କ ମନମୁଖୀ କାର୍ଯ୍ଯ ଯୋଗୁଁ ସାଧାରଣ ଲୋକେ ବେଶ ହଇରାଣ ହେଉଥିବା ବାରମ୍ବାର ଅଭିଯୋଗ ଆସିଥାଏ । ହେଲେ ବେଳେ ବେଳେ ସେମାନଙ୍କ ସାଂଘାତିକ ଭୁଲ ରୋଗୀର ଜୀବନ ନେଇ ଯାଉଛି । ଡାକ୍ତରଙ୍କ ଏମିତି ଏକ ଭୁଲ ପାଇଁ ଏକ ଚିକିତ୍ସାଳୟ ତଣ୍ଡ ଗଣିବ ୨୦ ଲକ୍ଷ ଟଙ୍କା । ଚେନ୍ନାଇରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ପିଲାକୁ ଏଚଆଇଭି ସଂକ୍ରମିତ ରକ୍ତ ଦେଇଥିବାରୁ ସରକାରୀ ଡାକ୍ତରଖାନା ରାଜକୀୟ ବାଲ ସ୍ବାସ୍ଥ୍ଯ ସଂସ୍ଥାନର ଡିନଙ୍କୁ ୨୦ ଲକ୍ଷ ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଚେନ୍ନାଇର ଜିଲ୍ଲା ଅଦାଲତ।

hivମକଦ୍ଦମା ରୁଜୁ କରିଥିବା ମହିଳାଙ୍କ କହିବାନୁଯାୟୀ, ୧୯୯୮ରେ ତାଙ୍କର ସାତ ମାସର ପିଲାକୁ ଝାଡାବାନ୍ତି ହେବା ପରେ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପିଲାଟିର ବଡ ଏବଂ ଛୋଟ ଅନ୍ତଃନଳୀ ଛନ୍ଦି ହୋଇଯାଇଛି ବୋଲି କହିଥିଲେ। ଏଥିପାଇଁ ଅପରେସନ୍‌ କରିବା ସହ ପିଲାଟିକୁ ରକ୍ତ ମଧ୍ୟ ଦିଆଯାଇଥିଲା। କିନ୍ତୁ ସେହି ରକ୍ତକୁ ପରୀକ୍ଷା କରାଯାଇନଥିଲା । ରକ୍ତରେ ଏଚଆଇଭି ସଂକ୍ରମଣ ଥିଲା। ପିଲାଟି ହସପିଟାଲୁ ଘରକୁ ଫେରିବା ପରେ ପୁଣି ଅସୁସ୍ଥ ହୋଇପଡ଼ିଲା । ତେଣୁ ତାକୁ ପୁଣି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ପିଲାଟିର ସଂପୂର୍ଣ୍ଣ ପରୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ପରୀକ୍ଷା ସମୟରେ ପିଲାଟିକୁ ଏଚଆଇଭି ସଂକ୍ରମଣ ହୋଇଛି ବୋଲି ଜଣାପଡିଥିଲା।

ଏହାସହ ପଢନ୍ତୁ : ମହିଳାଙ୍କ ପାଇଁ ତିଆରି କରାଗଲା ଖାସ ରିଭଲଭର “ନିର୍ଭୀକ”

ସେପଟେ ଏହାକୁ ନେଇ ପିଲାର ମା ଅଦାଲତରେ ମକଦ୍ଦମାା କରିଥିଲେ । ଶୁଣାଣି ବେଳେ ପିଲାଟିକୁ ଏଚଆଇଭି ଜୀବାଣୁ କିମ୍ବା ଅନ୍ଯ ଜୀବାଣୁ ସଂକ୍ରମିତ ହୋଇନାହିଁ ବୋଲି ହସପିଟାଲ କର୍ତ୍ତୃପକ୍ଷ କୌଣସି ପ୍ରମାଣ ଦେଇପାରିଲେ ନାହିଁ। ତେଣୁ ଅଦାଲତ ଡାକ୍ତରଙ୍କୁ ନିଜର କର୍ତ୍ତବ୍ଯରେ ଅବହେଳା ଦର୍ଶାଇ ଦଣ୍ଡିତ କରିଛନ୍ତି। ଯେହେତୁ ହସପିଟାଲର ଡାକ୍ତର ଏବଂ କର୍ମଚାରୀଙ୍କୁ ଡିନ୍‌ ହିଁ ନିଯୁକ୍ତି ଦେଇଥାନ୍ତି, ତେଣୁ ତାଙ୍କ ଉପରେ ଲାଗିଲା ଜରିମାନା । ଏହି ଜରିମାନା ବିରୋଧରେ କେସ ହେବାର ତା ପରଠାରୁ ୨୦ ଲକ୍ଷ ଟଙ୍କା ଉପରେ ଆହୁରି ୬ ପ୍ରତିଶତ ସୁଧ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.