ଦେଶ ବିଦେଶ

ଭିଏଚ୍‌ପି ନେତାଙ୍କ ହତ୍ୟା ଭିଡିଓ ଭାଇରାଲ, ୧୫ ମିନିଟ୍‌ ଯାଏଁ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ

ମଧ୍ୟପ୍ରଦେଶର ହୋଶଙ୍ଗାବାଦରେ ବିଶ୍ୱ ହିନ୍ଦୁ ପରିଷଦର ନେତା ରବି ବିଶ୍ୱକର୍ମାଙ୍କୁ ଶୁକ୍ରବାର ହତ୍ୟା କରାଯାଇଛି। ଏବେ ଏହି ହତ୍ୟାର ଲାଇଭ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ପ୍ରାୟ ୬ ଜଣ ଦୁର୍ବୃତ୍ତ କଳା ରଙ୍ଗର କାର ଉପରେ ଆକ୍ରମଣ କରୁଥିବା ଦେଖାଯାଇଛି। ମଝିରେ ମଝିରେ ଗୁଳି ଚାଲିବାର ଶବ୍ଦ ମଧ୍ୟ ଶୁଣିବାକୁ ମିଳୁଛି।

ସୂଚନାଯୋଗ୍ୟ ଯେ ବିଶ୍ୱ ହିନ୍ଦୁ ପରିଷଦର ଗୋରକ୍ଷା ମୁଖ୍ୟ ରବି ବିଶ୍ୱକର୍ମାଙ୍କ ଉପରେ ପିପରିଆର ଅଣ୍ଡର ବ୍ରିଜ୍‌ ନିକଟରେ ଆକ୍ରମଣ ହୋଇଥିଲା। ତାଙ୍କ କାର ଉପରେ ଲାଠିରେ ଅତର୍କିତ ଆକ୍ରମଣ କରାଯାଇଥିଲା। ତା’ପରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଭାଇରାଲ ହେଉଥିବା ଭିଡିଓକୁ ସେହି ସମୟରେ ଅଟୋରେ ଯାଉଥିବା ଜଣେ ଯାତ୍ରୀ ସୁଟିଂ କରିଛନ୍ତି।

ରିପୋର୍ଟ ମୁତାବକ ଭିଏଚ୍‌ପି ନେତା ରବି ବିଶ୍ୱକର୍ମା ସନ୍ଧ୍ୟାରେ ହୋଶଙ୍ଗାବାଦରୁ ଘର ପିପରିୟାକୁ ଫେରୁଥିଲେ। ସେ ବ୍ରିଜ୍‌ ପାର କରିବା ବେଳେ ଅଚାନକ ଦୁର୍ବୃତ୍ତମାନେ ତାଙ୍କ କାରକୁ ଘେରିଯାଇ ଆକ୍ରମଣ କରିଥିଲେ। ପ୍ରାୟ ୧୫ ମିନିଟ୍‌ କାଳ ସେମାନେ କାର ଉପରକୁ ଲାଠି ମାଡ଼ କରିଥିଲେ। ଗୁରୁତର ଅବସ୍ଥାରେ ରବିଙ୍କୁ ମେଡିକାଲ ଅଣାଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ମାମଲାରେ ପୋଲିସ ୯ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

WCW 11

Recent Posts

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

9 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

15 mins ago

ଶପଥ ନେବା ପାଇଁ ଟ୍ରାକ୍ଟରରେ ସଂସଦ ପହଞ୍ଚିଲେ ରାଜସ୍ଥାନର ସାଂସଦ ଅମରାରାମ, ଭିଡିଓ ଭାଇରଲ

ସାଂସଦ ଅମରାରାମ ଦିଲ୍ଲୀ ରାଜସ୍ଥାନ ହାଉସରୁ ସଂସଦ ପାଇଁ ଟ୍ରାକ୍ଟରରେ ଯାତ୍ରା କରିଛନ୍ତି । ନିଜର ଦେଶୀ ରାଜସ୍ଥାନ ଅନ୍ଦାଜରେ…

19 mins ago

ସାପ ଧରିବାକୁ ଯାଇଥିଲେ, ହେଲେ ଜାରରେ ଭର୍ତ୍ତି କରିବା ସମୟରେ କାମୁଡିଦେଲା ହାତକୁ

ସୁବର୍ଣ୍ଣପୁର : ସାପ କାମୁଡାରେ ସାପ ଧରାଳୀର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଆଜି ଘଟିଯାଇଛି ଏଭଳି ଏକ…

20 mins ago

Airtel ୟୁଜର୍ସଙ୍କ ପାଇଁ ଖୁସି ଖବର, ୮୪ ଦିନ ଭାଲିଡିଟି ସହ ପ୍ରତିଦିନ ମିଳିବ ୩GB ଡାଟା

ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏହାର ଉନ୍ନତ କନେକ୍ଟିଭିଟି ପାଇଁ ବେସ ଜଣାଶୁଣା । ଦେଶର ଦୂରବର୍ତ୍ତୀ…

1 hour ago

ଇରଫାନ ପଠାନଙ୍କ ମେକଅପ୍‌ ଆର୍ଟିଷ୍ଟଙ୍କ ମୃତ୍ୟୁ, ସୁଇମିଂ ପୁଲରେ ଗାଧେଇବା ବେଳେ ଚାଲିଗଲା ଜୀବନ

ପୂର୍ବତନ ଭାରତୀୟ କ୍ରିକେଟର ତଥା କମେଣ୍ଟେଣ୍ଟର ଇରଫାନ ପଠାନଙ୍କ ମେକଅପ ଆର୍ଟିଷ୍ଟଙ୍କ ମୃତ୍ୟୁ । ସୁଇମିଂ ପୁଲରେ ବୁଡ଼ି ଯିବାରୁ…

1 hour ago