ଦେଶ ବିଦେଶ

ଜାଣନ୍ତୁ ଭାରତର ରାଷ୍ଟ୍ରପତି ହୁଅନ୍ତି କିପରି ନିର୍ବାଚିତ, କିଏ କରନ୍ତି ରାଷ୍ଟ୍ରପତି ଚୟନ

ଗୋଟିଏ ରାଷ୍ଟ୍ର ବା ଦେଶ ଚଳାଇବା ପାଇଁ କିମ୍ବା ସେହି ଦେଶର ନିୟମ କାନୁନ୍ ଠିକ୍ ଭାବେ ପାଳନ କରିବା ପାଇଁ ଜଣେ ରାଷ୍ଟ୍ରପତି ନିହାତି ଆବଶ୍ୟକ। ଦର୍ଶକ ବନ୍ଧୁ ଆପଣ ଜାଣିଥିବେ ଜାନୁଆରୀ ୨୬, ୧୯୫୦ ରେ ଭାରତ ଏକ ଗଣତନ୍ତ୍ର ରାଷ୍ଟ୍ରର ମାନ୍ୟତା ପାଇବା ସହ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହେଲା । ଏହି ସମୟରୁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସୃଷ୍ଟି ହୋଇଥିଲା।

ରାଷ୍ଟ୍ରପତି କାର୍ଯ୍ୟନିର୍ବାହୀ ମୁଖ୍ୟ ତଥା ୩ ସଶସ୍ତ୍ର ବାହିନୀର ମୁଖ୍ୟ ମଧ୍ୟ ଅଟନ୍ତି। ଏହା ସହିତ ସେ ହିଁ ହେଉଛନ୍ତି ଦେଶର ସର୍ବୋଚ୍ଚ ନାଗରିକ। ତେବେ ଦେଶର ୧୬ ତମ ରାଷ୍ଟ୍ରପତି ଚୟନ ପାଇଁ ଇଲେକ୍ସନ କମିଶନଙ୍କ ତରଫରୁ ଘୋଷଣା ସରିଛି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ଅନୁଯାୟୀ ଜୁଲାଇ ୧୮ ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ। ଏହା ସହିତ ଜୁନ୍ ୧୫ ରେ ଏଥିପାଇଁ ବିଜ୍ଞପ୍ତି ଜାରି କରାଯିବ। ନାମାଙ୍କନ ପତ୍ର ଶେଷ ତାରିଖ ହେଉଛି ଜୁନ୍ ୨୯। ଜୁଲାଇ ୧୮ ରେ ଭୋଟିଂ ଅନୁଷ୍ଠିତ ହେବ ଏବଂ ଜୁଲାଇ ୨୧ ରେ ଭୋଟ୍ ଗଣନା କରାଯିବ। ତେଣୁ ଆଜି ଆମେ ଏହି ଭିଡ଼ିଓରେ ଜାଣିବା ଭାରତରେ ରାଷ୍ଟ୍ରପତିଙ୍କ ନିର୍ବାଚନ ପ୍ରଣାଳୀ ବିଷୟରେ।

picture credit – indiantvnews

ଭାରତରେ ରାଷ୍ଟ୍ରପତି ହେଉଛନ୍ତି ଦେଶର ସର୍ବୋଚ୍ଚ ନାଗରିକ। ବର୍ତ୍ତମାନ ଦେଶର ରାଷ୍ଟ୍ରପତି ହେଉଛନ୍ତି ରାମ ନାଥ କୋବିନ୍ଦ। ଯେପରି ରାଷ୍ଟ୍ରପତି ହେଉଛନ୍ତି ଦେଶର ସର୍ବୋଚ୍ଚ ନାଗରିକ ଠିକ୍ ସେହିପରି ଉପରାଷ୍ଟ୍ରପତି ରାଷ୍ଟ୍ରପତିଙ୍କ ପରେ ଦେଶର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ।

ଏହା ପରେ ଷଷ୍ଠ ସର୍ବୋଚ୍ଚ ନାଗରିକ ହେଉଛନ୍ତି ଭାରତର ପ୍ରଧାନ ବିଚାରପତି ତଥା ଲୋକସଭାର ବାଚସ୍ପତି। ସପ୍ତମ ସ୍ଥାନରେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଯୋଜନା ଆୟୋଗର ଅଧ୍ୟକ୍ଷ, ପୂର୍ବତନ ପ୍ରଧାନମନ୍ତ୍ରୀ, ଲୋକସଭା ଓ ରାଜ୍ୟସଭାରେ ବିରୋଧୀ ଦଳର ନେତା ଅଛନ୍ତି।

ଯେକୌଣସି ସାଧାରଣ ନାଗରିକ ହେଉଛି ଦେଶର ୨୭ ତମ ନାଗରିକ। ହେଲେ ଆଜି ଆମେ ଦେଶର ସର୍ବୋଚ୍ଚ ନାଗରିକ ରାଷ୍ଟ୍ରପତି କିପରି ନିର୍ବାଚିତ ହେବେ ତାହାର ପ୍ରକ୍ରିୟା ବିଷୟରେ ଆପଣଙ୍କୁ ଜଣାଇବୁ। ପରୋକ୍ଷ ନିର୍ବାଚନ ଦ୍ୱାରା ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି। ଦେଶର ଲୋକମାନେ ନିଜେ ସିଧାସଳଖ ରାଷ୍ଟ୍ରପତି ଚୟନ କରନ୍ତି ନାହିଁ, ବରଂ ତାଙ୍କ ଭୋଟ୍ ଦ୍ୱାରା ନିର୍ବାଚିତ ପ୍ରତିନିଧୀମାନଙ୍କ ଭୋଟ୍ ଦ୍ଵାରା ରାଷ୍ଟ୍ରପତି ନିର୍ବାଚନ ହୁଅନ୍ତି, ଯାହାକି ପରୋକ୍ଷ ନିର୍ବାଚନ କୁହାଯାଏ।

ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଜୁଲାଇ ୨୪ ରେ ଶେଷ ହେବ। ତେଣୁ ଜୁଲାଇ ୨୪ ପୂର୍ବରୁ ଜଣେ ନୂଆ ରାଷ୍ଟ୍ରପତି ବାଛିବା ପାଇଁ ଏକ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ରାଷ୍ଟ୍ରପତି ଏବଂ ଉପ-ରାଷ୍ଟ୍ରପତି ନିର୍ବାଚନ ଅଧିନିୟମ, ୧୯୫୨ ର ଧାରା ଅନୁଯାୟୀ ଭାରତର ନିର୍ବାଚନ ଆୟୋଗ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଶେଷ ହେବାର ଷାଠିଏ ଦିନ ପୂର୍ବରୁ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିପାରନ୍ତି ।

ତେବେ ଏହି ରାଷ୍ଟ୍ରପତି ଚୟନ ଏକ ଜଟିଳ ପ୍ରକ୍ରିୟା ବା ପ୍ରୋସେସ କହିଲେ କିଛି ଭୁଲ ହେବ ନାହିଁ। ଏହା ଲୋକସଭା କିମ୍ବା ବିଧାନସଭା ନିର୍ବାଚନରେ ଭଳି ନୁହେଁ ।

ତେବେ ଆସନ୍ତୁ ଜାଣିବା ଏହି ଜଟିଳ ନିର୍ବାଚନ କିପରି ହୁଏ ଓ କିଏ ରାଷ୍ଟ୍ରପତି ଚୟନ କରନ୍ତି?
ଲୋକସଭା ଏବଂ ରାଜ୍ୟସଭାର ନିର୍ବାଚିତ ସଦସ୍ୟଙ୍କ ସହ ଦିଲ୍ଲୀ ଏବଂ ପୁଡୁଚେରୀ (ଉଭୟ UT) ସମେତ ରାଜ୍ୟ ବିଧାନସଭା ସଦସ୍ୟଙ୍କ ଦ୍ୱାରା ଗଠିତ ନିର୍ବାଚକ ମଣ୍ଡଳଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି ରାଷ୍ଟ୍ରପତି। ତେବେ ସଂସଦ କିମ୍ବା ବିଧାନସଭାକୁ ମନୋନୀତ ହୋଇଥିବା ସଦସ୍ୟମାନେ ଏହି ନିର୍ବାଚକ ମଣ୍ଡଳରେ ଅନ୍ତର୍ଭୁକ୍ତ ହୁଅନ୍ତି ନାହିଁ।

ତେବେ ଏହି ନିର୍ବାଚକ ମଣ୍ଡଳ ୫୪୩ ଲୋକସଭା ସଦସ୍ୟ ଏବଂ ୨୩୩ ରାଜ୍ୟସଭାର ସଦସ୍ୟ ଏବଂ ଏହା ସହ ବିଧାନସାର ୪ ହଜାର ୩୩ ସଦସ୍ୟଙ୍କୁ ନେଇ ଆୟୋଜିତ ହୋଇଥାଏ। ଭାରତ ନିର୍ବାଚନ କମିଶନ ଡାଟା ଅନୁଯାୟୀ ରାଷ୍ଟ୍ରପତି ନିର୍ବାଚନରେ ମୋଟ ୪ ହଜାର ୮୦୯ ଜଣ ମତଦାତା ଭାଗ ନେଇଥାନ୍ତି ।

ନିର୍ବାଚକ ମଣ୍ଡଳ ସୂତ୍ର ଭାରତର ନିର୍ବାଚନ ଆୟୋଗଙ୍କ ଅନୁସାରେ ପ୍ରତ୍ୟେକ ସାଂସଦ (ଲୋକସଭା ଏବଂ ରାଜ୍ୟସଭା) ଙ୍କ ଭୋଟ ମୂଲ୍ୟ ୭୦୦ । ତେବେ ଏମଏଲଏଙ୍କ ଭୋଟ ଏଥିରୁ ଭିନ୍ନ । ବିଭିନ୍ନ ରାଜ୍ୟର ନିର୍ବଚନ ପ୍ରୋସେସ ଓ ଜନ ସଂଖ୍ୟା ଆଧାରକୁ ବିଚାରକୁ ନେଇ ଏହି ସଦସ୍ୟଙ୍କ ଭୋଟ ମୂଲ୍ୟ ନିର୍ଦ୍ଧାରଣ କରାଯାଇଥାଏ । ସେହି ଦୃଷ୍ଟିରୁ ଉତ୍ତର ପ୍ରଦେଶର ଏମଏଲଏଙ୍କ ଭୋଟ ମୂଲ୍ୟ ୨୦୮,ଯାହାକି ସବୁ ରାଜ୍ୟ ଠାରୁ ସର୍ବାଧିକ ।

ଭାରତର ରାଷ୍ଟ୍ରପତି ପଦ ପାଇଁ ଦୌଡ଼ରେ ଭାଗ ନେଉଥିବା ପ୍ରତ୍ୟେକ ପ୍ରାର୍ଥୀଙ୍କୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିବାକୁ ପଡ଼ିବ। ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବ୍ୟକ୍ତିଙ୍କୁ ୧୫୦୦୦ ରୁ ଅଧିକ ଟଙ୍କା ଜମା କରିବାକୁ ପଡିବ ଏବଂ ୫୦ ଟି ପ୍ରସ୍ତାବକ ଏବଂ ୫୦ ସମର୍ଥକଙ୍କ ଦସ୍ତଖତ ତାଲିକା ଦାଖଲ କରିବାକୁ ପଡିବ।

ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯୋଗ୍ୟତା:

ଭାରତର ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଜଣେ ପ୍ରାର୍ଥୀ ଆବଶ୍ୟକ କରୁଥିବା ଯୋଗ୍ୟତା ବିଷୟରେ କହିବାକୁ ଗଲେ ଧାରା ୫୮ ଅନୁଯାୟୀ, ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଜଣେ ପ୍ରାର୍ଥୀ କିଛି ସର୍ତ୍ତଗୁଡିକ ପୂରଣ କରିବା ଆବଶ୍ୟକ।

– ପ୍ରଥମେ ବ୍ୟକ୍ତି ଜଣେ ନିଶ୍ଚିତ ଭାବରେ ଭାରତର ନାଗରିକ ହେବା ଆବଶ୍ୟକ।
– ୩୫ ବର୍ଷ ବୟସ ଟପିଥିବା ଆବଶ୍ୟକ।
– ଲୋକସଭାର ସଦସ୍ୟ ହେବା ପାଇଁ ଯୋଗ୍ୟ ହେବା ଆବଶ୍ୟକ।
– ଭାରତ ସରକାର କିମ୍ବା କୌଣସି ରାଜ୍ୟ ସରକାରଙ୍କ ଅଧୀନରେ ଲାଭ କିମ୍ବା କୌଣସି ସ୍ଥାନୀୟ କିମ୍ବା ଅନ୍ୟାନ୍ୟ କର୍ତ୍ତୃପକ୍ଷଙ୍କ ଅଧୀନରେ ଯେକୌଣସି ସରକାରର ନିୟନ୍ତ୍ରଣ କୌଣସି ପଦବୀ ଧାରଣ କରିବା ଉଚିତ୍ ନୁହେଁ।

– ଜଣେ ପ୍ରାର୍ଥୀ ରାଷ୍ଟ୍ରପତି କିମ୍ବା ଉପ-ରାଷ୍ଟ୍ରପତି କିମ୍ବା କୌଣସି ରାଜ୍ୟର ରାଜ୍ୟପାଳ କିମ୍ବା କୌଣସି ରାଜ୍ୟର ମନ୍ତ୍ରୀ ପଦରେ ରହିପାରିବେ ଏବଂ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯୋଗ୍ୟ ହୋଇ ପାରିବେ।

KNews Bureau

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

17 mins ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

1 hour ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

2 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

3 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

4 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

4 hours ago