photo: News24
ଗୁଜରାଟରେ ପ୍ରବଳ ବର୍ଷା ମଧ୍ୟରେ ଅନେକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସୁଛି। ଏବେ ନଭସାରୀ ଅଞ୍ଚଳରୁ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ବନ୍ୟା ପାଣିରେ ଶହ ଶହ ସଂଖ୍ୟାରେ ଗ୍ୟାସ ସିଲିଣ୍ଡର ଭାସି ଯାଉଥିବା ଦେଖିବାକୁ ମିଳୁଛି।
ସୂଚନା ମୁତାବକ, ପ୍ରବଳ ବର୍ଷାରେ ଗୁଜରାଟର ନଭସାରୀ ଓ ଜୁନାଗଡ଼ ଅଞ୍ଚଳ ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି। ସରକାରୀ ଆକଳନ ଅନୁସାରେ, ଜିଲ୍ଲାରେ ଏବେ ସୁଦ୍ଧା ୯୪୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ଏହା ପୂର୍ବରୁ ମଧ୍ୟ ଜୁନାଗଡ଼ରୁ ଅନେକ ଭିଡିଓ ସାମ୍ନାକୁ ଆସିଛି। ସେଥିମଧ୍ୟରୁ ଏକ ଭିଡିଓରେ ଦେଖାଯାଇଥିଲା କି, ବନ୍ୟା ପାଣିରେ ଗୋରୁ, ମଇଁଷି ଏବଂ କାର୍ଗୁଡ଼ିକ ଭାସିଯାଉଛି। ଲୋକମାନେ ପାଣି ଭିତରେ ପଶି ଯାଉଛନ୍ତି। ଏହି ବନ୍ୟାରେ ସ୍ୱେଚ୍ଛାସେବୀମାନେ ଅନେକ ଲୋକଙ୍କୁ ଉଦ୍ଧାର କରିଛନ୍ତି।
ପାହାଡ଼ ଉପରେ ପ୍ରବଳ ବର୍ଷା ପରେ ଗୁଜରାଟ ଏବଂ ମହାରାଷ୍ଟ୍ରରେ ଜଳ ପ୍ରଳୟ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ମହାରାଷ୍ଟ୍ରର ଅନେକ ଜିଲ୍ଲା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ଭାରତୀୟ ପାଣିପାଗ ବିଭାଗ ରାଜ୍ୟକୁ ସତର୍କ ରହିବାକୁ ଚେତାବନୀ ଜାରି କରିଛି।
ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…
ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…
ଭୁବନେଶ୍ୱର(କେନ୍ୟୁଜ୍): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…
ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…
ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍ରୁ ପ୍ରେମିକା…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…