ଘରେ ପହଞ୍ଚିଲେ ସ୍ୱାମୀ, କବାଟ ପଛପଟେ ଲୁଚିଥିଲା ପ୍ରେମିକ, ଆଉ ତା ପରେ ମାତିଲେ ଗାଁ ଲୋକେ

ସ୍ତ୍ରୀ ବ୍ୟାଙ୍କରୁ ଋଣ ନେଇଥିଲେ। ଆଉ ସେହି ଋଣ ଟଙ୍କା ନେବାକୁ ବ୍ୟାଙ୍କ ତରଫରୁ ଆସୁଥିଲେ ଜଣେ ଯୁବକ। ଏମିତି ଯୁବକଙ୍କ ଯିବା ଆସିବା ଲାଗି ରହିବାରୁ ଦୁହିଁଙ୍କ ମଧ୍ୟରେ ଗଢ଼ିଉଠିଥିଲା ପରକୀୟା ପ୍ରୀତି। ତା’ ପରେ ବର୍ଷେ ପର୍ଯ୍ୟନ୍ତ ଚାଲିଲା ରୋମାନ୍ସ ଓ ଅବୈଧ ସମ୍ପର୍କ। ସେପଟେ ହାଡ଼ଭଙ୍ଗା ଖଟଣି ଖଟି ସ୍ୱାମୀ ଦିନରାତି ପଇସା କମାଇବାରେ ଲାଗିଥିଲେ ଋଣ ଶୁଝିବାକୁ । ତେବେ ଯେଉଁଦିନ ତାଙ୍କୁ ସ୍ତ୍ରୀଙ୍କ ଅସଲି ମୁଖା ବିଷୟରେ ଗ୍ରାମବାସୀଙ୍କଠାରୁ ଖବର ମିଳିଲା, ସେହିଦିନ ତାଙ୍କ ପାଦ ତଳ ମାଟି ଖସିପଡ଼ିଲା ଭଳି ଲାଗିଲା। ଫିଲ୍ମର କାହାଣୀ ଭଳି ବିହାରର କିଶନଗଞ୍ଜ ଅଞ୍ଚଳରେ ଘଟିଥିବା ଏପରି ଏକ ଘଟଣା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସ୍ତମ୍ଭୀଭୂତ କରିଦେଇଛି।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଉତ୍ତେଜିତ ଗ୍ରାମବାସୀ ପ୍ରେମୀ ଯୁଗଳଙ୍କୁ ନିର୍ଧୂମ ପିଟିବା ପରେ ପୋଲିସ ଜିମା ଦେଇଥିଲେ। ସୂଚନା ମୁତାବକ, ବନ୍ଧନ ବ୍ୟାଙ୍କରେ କରୁଥିବା ପ୍ରବୀଣ କୁମାର ନାମକ ଯୁବକ ବିବାହିତା ମହିଳା ହିନାଙ୍କୁ ପ୍ରେମ କରୁଥିଲେ। ହିନା ବ୍ୟାଙ୍କରୁ ଋଣ ନେଇଥିଲେ ଏବଂ ପ୍ରବୀଣ ଋଣ ଟଙ୍କା ନେବାକୁ ହିନାଙ୍କ ଘରକୁ ଆସୁଥିଲେ। ଏହି ସମୟ ମଧ୍ୟରେ ଦୁହେଁ ପ୍ରେମରେ ପଡ଼ିବା ସହ ଘଣ୍ଟା ଘଣ୍ଟା ଧରି ଫୋନରେ କଥା ହେଉଥିଲେ।

ଏହାସହ ପଢ଼ନ୍ତୁ: ଆଈଙ୍କ ହାତ ଧରି ମେଳାରେ ନାଚ ଦେଖିବାକୁ ଯାଇଥିଲେ ଏହି ନିରୀହ ଝିଅ, ଆଉ ତା’ ପରେ…

ସେପଟେ ହିନାଙ୍କର ଦୁଇଟି ପିଲା ଥିଲେ ଏବଂ ତାଙ୍କ ସ୍ୱାମୀ ମହମ୍ମଦ ରବାନ୍‌ ଇ-ରିକ୍ସା ଚଳାଇ ଦି ପଇସା ରୋଜଗାର କରୁଥିଲେ। ମହମ୍ମଦ ପଇସା କମାଇବାରେ ଏତେ ଲାଗିପଡ଼ିଥିଲେ ଯେ ଦିନେ ଦିନେ ଘରକୁ ମଧ୍ୟ ରାତିରେ ଫେରି ପାରୁନଥିଲେ। ଫଳରେ ଏହାର ସୁଯୋଗ ନେଇ ହିନା ମଙ୍ଗଳବାର ରାତିରେ ପ୍ରବୀଣଙ୍କୁ ଘରକୁ ଡାକିଥିଲେ। ପ୍ରବୀଣ ଯେତେବେଳେ ହିନାଙ୍କ ଘରେ ପହଞ୍ଚିଥିଲେ, ଏହି ଆଭାସ ପାଇଥିଲେ ଗ୍ରାମବାସୀ ଏବଂ ଏନେଇ ମହମ୍ମଦଙ୍କୁ ଖବର ଦେଇଥିଲେ। ଖବର ପାଇ ମହମ୍ମଦ ଘରେ ପହଞ୍ଚି କବାଟ ବାଡ଼େଇଥିଲେ। ହିନା ନ ଫିଟାଇବାରୁ ଗ୍ରାମବାସୀ କବାଟ ଭାଙ୍ଗି ଦେଇଥିଲେ।

ରୁମ୍‌ ଭିତରକୁ ପ୍ରବେଶ କରିବା ପରେ ସେମାନେ ହିନା ଓ ପ୍ରବୀଣଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏଥିରେ ଉତ୍ତେଜିତ ଗ୍ରାମବାସୀ ଉଭୟଙ୍କୁ ମାଡ଼ି ମାରି ଆହତ କରି ପକାଇଥିଲେ। ଏହାସହ ମହମ୍ମଦ ହିନାଙ୍କୁ ମଧ୍ୟ ଘରୁ ବାହାର କରି ଦେଇଥିଲେ। ପୋଲିସ ପହଞ୍ଚି ଦୁଇଜଣଙ୍କୁ ଗିରଫ କରି ପ୍ରାଥମିକ ଚିକିତ୍ସା ପାଇଁ ସଦର ହସ୍ପିଟାଲ ପଠାଇଥିଲା।

KNews Bureau

Recent Posts

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

6 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

31 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

35 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

38 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

43 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

55 mins ago