ଉତ୍ତରପ୍ରଦେଶ: ସ୍ତ୍ରୀର କଟା ମୁଣ୍ଡ ଧରି ଗାଁ ଓ ବଜାର ବୁଲିଲା ସ୍ବାମୀ। ପରେ ମୁଣ୍ଡଟିକୁ ଧରି ଥାନାରେ ପହଞ୍ଚି ଥାନା ଅଧିକାରୀଙ୍କୁ କହିଲା ‘ମୁଁ ମୋ ସ୍ତ୍ରୀକୁ ମାରିଦେଇଛି ମୋତେ ଗିରଫ କର’। ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ଉତ୍ତରପ୍ରଦେଶ ବାରବାଙ୍କୀ ଜିଲ୍ଲାର ବାହାଦୁରପୁର ଗାଁରେ । ମିଳିଥିବା ସୂଚନା ମୁତାବକ ବାହଦୂରପୁର ଅଞ୍ଚଳରେ ଜଣେ ବ୍ୟକ୍ତି ରାସ୍ତା ଉପରେ ନିଜ ସ୍ତ୍ରୀର ତଣ୍ଟି କାଟି ହତ୍ୟା କରିସାରିବା ପରେ କଟା ମୁଣ୍ଡଟିକୁ ଧରି ଗାଁ ଓ ବଜାରରେ ବୁଲିଥିଲା। ଏହି ଘଟଣାକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ। ପରେ ସେହି ବ୍ୟକ୍ତି ଜଣକ ନିଜ ସ୍ତ୍ରୀର କଟାମୁଣ୍ଡକୁ ଧରି ଥାନା ଅଭିମୁଖେ ଚାଲିଥିଲା। ଏହି ଦୃଶ୍ୟକୁ ଜଣେ ଯୁବକ ନିଜ ମୋବାଇଲରେ ଭିଡିଓ କରିଥିଲେ। ପରେ ଏହାକୁ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ। ବ୍ୟକ୍ତି ଜଣକ ଥାନାରେ ପହଞ୍ଚିବା ପରେ ଥାନା ଅଧିକାରୀଙ୍କୁ କହିଥିଲା ମୁଁ ମୋ ସ୍ତ୍ରୀକୁ ମାରିଦେଇଛି ମୋତେ ଗିରଫ କର। ଏହି ଦୃଶ୍ୟ ଦେଖି ଥାନା ଅଧିକାରୀ ପ୍ରଥମେ ତାଜୁବ ହୋଇଯାଇଥିଲେ । ପରେ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଚଳାଇଛନ୍ତି ।
ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…
ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…
ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…
ଭାରତୀୟ ଟିମ୍ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…
ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…