ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ସ୍ବାମୀ, ଘଟଣା ଶୁଣିଲେ ଲୋମ ଟାଙ୍କୁରୀ ଉଠିବ

ଉତ୍ତରପ୍ରଦେଶ:  ସ୍ତ୍ରୀର କଟା ମୁଣ୍ଡ ଧରି ଗାଁ ଓ ବଜାର ବୁଲିଲା ସ୍ବାମୀ। ପରେ ମୁଣ୍ଡଟିକୁ ଧରି ଥାନାରେ ପହଞ୍ଚି ଥାନା ଅଧିକାରୀଙ୍କୁ କହିଲା ‘ମୁଁ ମୋ ସ୍ତ୍ରୀକୁ ମାରିଦେଇଛି ମୋତେ ଗିରଫ କର’।  ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ଉତ୍ତରପ୍ରଦେଶ ବାରବାଙ୍କୀ ଜିଲ୍ଲାର ବାହାଦୁରପୁର ଗାଁରେ । ମିଳିଥିବା ସୂଚନା ମୁତାବକ ବାହଦୂରପୁର ଅଞ୍ଚଳରେ ଜଣେ ବ୍ୟକ୍ତି ରାସ୍ତା ଉପରେ  ନିଜ ସ୍ତ୍ରୀର ତଣ୍ଟି କାଟି ହତ୍ୟା କରିସାରିବା ପରେ କଟା ମୁଣ୍ଡଟିକୁ ଧରି ଗାଁ ଓ ବଜାରରେ ବୁଲିଥିଲା। ଏହି ଘଟଣାକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ। ପରେ ସେହି ବ୍ୟକ୍ତି ଜଣକ ନିଜ ସ୍ତ୍ରୀର କଟାମୁଣ୍ଡକୁ ଧରି ଥାନା ଅଭିମୁଖେ ଚାଲିଥିଲା। ଏହି ଦୃଶ୍ୟକୁ ଜଣେ ଯୁବକ ନିଜ ମୋବାଇଲରେ ଭିଡିଓ କରିଥିଲେ। ପରେ ଏହାକୁ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ। ବ୍ୟକ୍ତି ଜଣକ ଥାନାରେ ପହଞ୍ଚିବା  ପରେ ଥାନା ଅଧିକାରୀଙ୍କୁ କହିଥିଲା ମୁଁ ମୋ ସ୍ତ୍ରୀକୁ ମାରିଦେଇଛି ମୋତେ ଗିରଫ କର।  ଏହି ଦୃଶ୍ୟ ଦେଖି ଥାନା ଅଧିକାରୀ ପ୍ରଥମେ ତାଜୁବ ହୋଇଯାଇଥିଲେ । ପରେ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଚଳାଇଛନ୍ତି ।

 

 

You might also like