Below header

ଯାଜପୁର: ଚିକିତ୍ସା ଅଭାବରୁ ପ୍ରସୂତୀଙ୍କ ମୃତ୍ୟୁ ଅଭିଯୋଗ, ପ୍ରତିବାଦରେ ପରିବାର ଓ ସ୍ଥାନୀୟ ବାସିନ୍ଦାଙ୍କ ରାସ୍ତା ଅବରୋଧ

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ପ୍ରସୂତି ଚିକିତ୍ସା ଅଭାବରୁ ମୃତୁବରଣ କରିଛନ୍ତି। ବର୍ତମାନ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ପ୍ରସୂତୀଙ୍କ ମୃତଦେହକୁ ରଖି ଶହ ଶହ ସଂଖ୍ୟାରେ ଲୋକେ ରାସ୍ତା ଅବରୋଧ କରିବା ସଙ୍ଗେ ସଙ୍ଗେ ସମ୍ପୃକ୍ତ ଡାକ୍ତର ଓ ନର୍ସମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ରଖିଛନ୍ତି। ସୂଚନା ଅନୁସାରେ ମଙ୍ଗଳପୁର ଥାନା ହସନପୁର ପଞ୍ଚାୟତ ଅନ୍ତର୍ଗତ ଚାନ୍ଦିପୁର ଗ୍ରାମର ରୁସ୍ମିତା ଜେନା(୨୮) ଜନନୀ ଯନ୍ତ୍ରଣା ପାଇବାରୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଗତକାଲି ଭର୍ତି ହୋଇଥିଲେ। ହେଲେ ଆଜି ଅତ୍ୟଧିକ ଯନ୍ତ୍ରଣା ହେବାରୁ ଡାକ୍ତରଙ୍କୁ ଡାକିଥିଲେ। କିନ୍ତୁ ଡାକ୍ତର କି କୌଣସି ନର୍ସ ମେଡିକାଲରେ ଉପସ୍ଥିତ ନ ରହି ଏକ ଭୋଜି ଖାଇବାକୁ ଯାଇଥିଲେ। ପ୍ରସୂତିର ସମ୍ପର୍କୀୟ ଡାକ୍ତରଙ୍କୁ ଡାକିବାରୁ କେହି ଆସିନଥିଲେ ଯାହାଫଳରେ ଜନନୀ ଯନ୍ତ୍ରଣାରେ ଛଟପଟ ହୋଇ ରୁସ୍ମିତା ମୃତୁ ବରଣ କରିଥିଲେ। ଡାକ୍ତର ନର୍ସଙ୍କ ଖାମଖିଆଲକୁ ଦାୟୀ କରି ସମ୍ପର୍କୀୟମାନେ ରାସ୍ତା ଅବରୋଧ କରିବା ସହ ମେଡିକାଲ ମଧ୍ୟରେ ଭଙ୍ଗାରୁଜା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.