Below header

ଚୁମ୍ବକରେ ଜାଣନ୍ତୁ କେଉଁ ଦ୍ରବ୍ୟ ଓ ସାମଗ୍ରୀ ହେଲା ମହଙ୍ଗା, କଣ ହେଲା ଶସ୍ତା

କେନ୍ୟୁଜ୍(ବ୍ୟୁରୋ):  ମହଙ୍ଗା ହେବ ସିଗାରେଟ୍‌ ଓ ଟବାକୋ । ବଜେଟରେ ତମାଖୁ ଜାତୀୟ ଦ୍ରବ୍ୟ ଉପରେ ସୀମା ଶୁଳ୍କ ବୃଦ୍ଧି କରିଛନ୍ତି ସରକାର । ବିଦେଶରୁ ଆମଦାନୀ ହେଉଥିବା ଜୋତାର ଦାମ୍‌ ବି ବଢ଼ିବ । କାରଣ ବଜେଟରେ ଇମ୍ପୋଟେଡ୍‌ ଜୋତା ଉପରେ କଷ୍ଟମ୍ସ ଡ୍ୟୁଟିକୁ ୨୫ରୁ ୩୫ ପ୍ରତିଶତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ସେହିପରି ମହଙ୍ଗା ହେବ ଫର୍ଣ୍ଣିଚର, ଅଟୋ ମୋବାଇଲ୍‌ ଓ ଅଟୋ ପାର୍ଟସ୍‌ । ଚିକିତ୍ସା ଉପକରଣ ଆମଦାନୀ ଉପରେ ଲାଗୁ ହୋଇଛି ୫ ପ୍ରତିଶଥ ହେଲ୍‌ଥ ସେସ୍‌ । ତେଣୁ ଆଗାମୀ ଦିନରେ ଚିକିତ୍ସାରେ ବ୍ୟବହୃତ ଉପକରଣ କିଣିବାକୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ । ମହଙ୍ଗା ହେବ କାନ୍ଥ ଟଙ୍ଗାଯାଉଥିବା ଫ୍ୟାନ୍‌ । ବଜେଟରେ ଏହା ଉପରେ କଷ୍ଟମ୍ସ ଡ୍ୟୁଟି ୭ ଦଶମିକ ୫ ପ୍ରତିଶତରୁ ୨୦ ପ୍ରତିଶତକୁ ବୃଦ୍ଧି ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।

budget1

ଅଶୋଧିତ ତାଳ ତେଲ ଉପରେ ବଢ଼ିଲା ଆମଦାନୀ ଶୁଳ୍କ । ସେହିପରି ବାହାରୁ ଆସୁଥିବା ପେପର୍‌ ଟ୍ରେ, କ୍ଲିପ୍‌ସ, ଷ୍ଟାପଲ୍ସ, କିଛି ନିର୍ଦ୍ଦିଷ୍ଟ ଖେଳନା ଉପରେ ବୃଦ୍ଧି ହୋଇଛି ସୀମା ଶୁଳ୍କ । ଏସବୁର ଦାମ ଆଗକୁ ଅଧିକ ହେବ । ଏହା ବ୍ୟତୀତ ଖାଦ୍ୟ ପ୍ରକ୍ରିୟାକରଣ ଦ୍ରବ୍ୟ ଉପରେ ମଧ୍ୟ କଷ୍ଟମ ଡ୍ୟୁଟି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର ।  ନ୍ୟୁଜପ୍ରିଣ୍ଟ, ହାଲକା କୋଟେଟ୍‌ ପେପର୍‌ ଶସ୍ତା ହେବ । ଏହା ଉପରେ କଷ୍ଟମ୍ସ ଡ୍ୟୁଟି ହ୍ରାସ ହୋଇଥିବାରୁ ଦାମ୍‌ ଖସିବ । ଶସ୍ତା ହେବ ପଶୁଜାତ ଉତ୍ପାଦ, ଗୁଡ଼, ସୋୟାବିନ୍‌, କେତେକ ଆଲକହଲ ଯୁକ୍ତ ଥଣ୍ଡା ପାନୀୟ । ସର ବିହୀନ କ୍ଷୀର ବି ଆଗକୁ ଶସ୍ତା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.