Below header

ନିର୍ମଳାଙ୍କ ବଜେଟରେ ସେନାକୁ ମିଳିଲା ବଡ ଅନୁଦାନ, ପ୍ରତିରକ୍ଷା ବାବଦକୁ ବୃଦ୍ଧି ହେଲା ୬ ପ୍ରତିଶତ

କେନ୍ୟୁଜ୍(ବ୍ୟୁରୋ): ନିର୍ମଳାଙ୍କ ବଜେଟରେ ସେନାକୁ ମିଳିଲା ବଡ ଅନୁଦାନ । ପ୍ରତିରକ୍ଷା ବିଭାଗକୁ ବଡ଼ ଭେଟି ଦେଇଛନ୍ତି । ନୂଆ ବଜେଟରେ ଦେଶର ପ୍ରତିରକ୍ଷା ବାବଦକୁ ୬ ପ୍ରତିଶତ ବୃଦ୍ଧି ପାଇଛି । ଗତଥର ୩ ଲକ୍ଷ ୧୯ ହଜାର କୋଟି ଟଙ୍କା ଥିବା ବେଳେ ଏଥର ୩ ଲକ୍ଷ ୩୭ ହଜାର କୋଟିକୁ ବୃଦ୍ଧି ପାଇଛି । ଦେଶରେ ପ୍ରତିରକ୍ଷା ପେନସନ ବଜେଟ ୧ ଲକ୍ଷ ୩୩ ହଜାର କୋଟିକୁ ବୃଦ୍ଧି ପାଇଛି । ପ୍ରତିରକ୍ଷା ବାହିନୀର ଆଧୁନିକୀକରଣ, ନୂଆ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ୧ଲକ୍ଷ ୧୦ ହଜାର ୭୩୪ କୋଟି ରଖାଯାଇଛି । ଭାରତର ପ୍ରତିରକ୍ଷା ବଜେଟ ବିଶ୍ୱର ଚତୁର୍ଥ ବୃହତ୍ତମ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.