ଦେଶ ବିଦେଶ

ମଲେ ମରିଯିବି ବରଂ ହେଲେ ୟୁକ୍ରେନରେ ଏମାନଙ୍କୁ ଏକା ଛାଡି ଯାଇପାରିବିନି : ୧୭ ବର୍ଷିୟ ଭାରତୀୟ ଝିଅ

ଋଷିଆ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ସୁରକ୍ଷିତ ଭାବରେ ଭାରତୀୟଙ୍କୁ ବାହାର କରିବା କାମ ଜାରି ରହିଛି । ଏହାରି ଭିତରେ ୧୭ବର୍ଷର ଏକ ଭାରତୀୟ ଝିଅଟି ଭାଇଚାରାର ପାଠ ପଢାଇଛି । କାରଣ ସେ ୟୁକ୍ରେନ ଛାଡିବାକୁ ମନା କରିଦେଇଚି । ସେ କହିଛି କି ସେ ଯେଉଁ ଘରେ ରହୁଛି ସେ ଘରର ମାଲିକ ଯୁଦ୍ଧରେ ସାମିଲ ହୋଇଛନ୍ତି । ତେଣୁ ସେ ତାଙ୍କ ପିଲାମାନଙ୍କର କଥା ବୁଝିବେ ।

ରିପୋର୍ଟ ହିସାବରେ ୟୁକ୍ରେନରେ ରହି ହରିୟାଣାର ଏହି ଝିଅଟି ମେଡିକାଲ ପାଠପଢେ । ଯାହାଙ୍କ ନାମ ନେହା ସାଙ୍ଗୱାନ । କିନ୍ତୁ ବଡ କଥା ହେଉଛି ତାଙ୍କୁ ସୁଯୋଗ ମିଳିବା ପରେ ବି ସେ ୟୁକ୍ରେନ ଛାଡିବାକୁ ରାଜି ନୁହେଁ । ଏହା ପଛରେ ଯେଉଁ କାରଣ ସେ କହିଲେ ତାହା ଶୁଣିଲେ ଆପଣ ବି ଭାବପ୍ରବଣ ହୋଇଉଠିବେ ।

କୁହାଯାଉଚି କି ଯେଉଁଘରେ ନେହା ପେନଗେଷ୍ଟ ହିସାବରେ ରହୁଛନ୍ତି ତାଙ୍କ ମାଲିକ ନିଜ ଇଚ୍ଛାରେ ଦେଶ ପାଇଁ ଲଢିବାକୁ ଯାଇଛନ୍ତି । ସେ ତାଙ୍କ ଘରେ ୩ଟି ପିଲା ଓ ପତ୍ନୀଙ୍କୁ ଛାଡି ଯାଇଛନ୍ତି । ଆଉ ଏହି ସମୟରେ ନେହା ତାଙ୍କ ଘର ଓ ପିଲାଙ୍କ ଦେଖାଶୁଣା କରିବା ସହ ୟୁକ୍ରେନ ଛାଡିବାକୁ ଚାହୁଁନାହାନ୍ତି । ଯେତେବେଳେ କି ନେହାଙ୍କ ପାଖରେ ଦେଶ ଛାଡିବାକୁ ପୁରା ସୁଯୋଗ ରହିଥିଲା ।

ନେହା ସାଙ୍ଗୱାନ ହରିୟାଣାର ଚରଖୀ ଦାଦରି ଜିଲ୍ଲାରେ ରହନ୍ତି । ସେ ନିଜ ମାଙ୍କୁ କହିଛନ୍ତି କି ମୁଁ ରହେ କି ନରହେ କିନ୍ତୁ ଏଭଳି ପରିସ୍ଥିତିରେ ଏହି ଛୁଆ ଓ ତାଙ୍କ ମାଲିକଙ୍କ ପତ୍ନୀଙ୍କୁ ଏକା ଛାଡି ଯାଇପାରିବେନି । ନେହା ଏହି ଗତ ବର୍ଷ ହି ୟୁକ୍ରେନର ଏକ ମେଡିକାଲ କଲେଜରେ ଦାଖିଲ ହୋଇଛନ୍ତି । ରିପୋର୍ଟ ହିସାବରେ ନେହା ନିଜ ପିତାଙ୍କୁ ହରାଇଛନ୍ତି । ତାଙ୍କ ପିତା ଭାରତୀୟ ସେନାରେ ଥିଲେ । ବର୍ତ୍ତମାନ ନେହା ୟୁକ୍ରେନରେ ତାଙ୍କ ଘର ମାଲିକଙ୍କ ପତ୍ନୀ ଓ ପିଲାଙ୍କ ସହ ରହୁଛନ୍ତି ।

ନେହାଙ୍କ ଆଣ୍ଟି ସବିତା ଜାଫର ଏକ ପେସବୁକ ଫୋଷ୍ଟ ମାଧ୍ୟମରେ ଏକଥା କହିଛନ୍ତି । ସେ କହିଛନ୍ତି ମେଡିକାଲ ପଢିବାକୁ ଯାଇ ସେ ଫସି ରହିଛନ୍ତି । ତାଙକ୍ର ବହୁତ ହି କ୍ଲୋଜ ବନ୍ଧୁଙ୍କ ଝିଅ କିଭରେ ଫସିରହିଛନ୍ତି । ହୋଟେଲ ନମିଳିବାରୁ ୩ପିଲା ରହିଥିବା ଏକ ଘରେ ରହିଥିଲେ । କିନ୍ତୁ ଏବେ ଯେତେବେଳେ ଯୁଦ୍ଧ ହେଲା ସେ ଏବେ ସେ ପିଲାମାନଙ୍କୁ ଛାଡି ଆସିବାକୁ ରାଜି ନାହିଁ । ଘର ମାଲିକ ୟୁକ୍ରେନରେ ଆର୍ମୀରେ ଯୋଗଦେବା ପରେ ଏବେ ଝିଅଟି ସେମାନଙ୍କୁ ଛାଡି ଆସିବାକୁ ଚାହୁଁନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି କି ଇଣ୍ଡିଆନ ଏମ୍ବାସି ବି ନେହା ସହ ସମ୍ପର୍କ କରିଥିଲେ କିନ୍ତୁ ସେ ୟୁକ୍ରେନ ଛାଡିବାକୁ ରାଜିନୁହେଁ । ପରିସ୍ଥିତି ଠିକ ହେଲେ ହିଁ ସେ ଫେରିବ ବୋଲି କହିଛି । ଫୋନ ଯୋଗେ ନେହା କହିଛି କି ଏଠାରେ ବହୁତ ୟୁକ୍ରେନି ରହିଛନ୍ତି ଯେଉଁମାନଙ୍କ ସହ ମରିବାରେ ମତେ କୌଣସି ଦୁଖ ନାହିଁ । କିନ୍ତୁ ମୁଁ ସେମାନଙ୍କୁ ଏକା ଛାଡି ଯାଇପାରିବିନି ।

ଭାରତର ଏହି କାହାଣୀ ସୋସିଆଲ ମିଡିଆରେ ଜୋରସୋରରେ ଚର୍ଚ୍ଚା ସାଉଁଟୁଛି । ଲୋକେ ସେହି ଝିଅଟିକୁ ପ୍ରଶଂସା କରିବାରେ ଲାଗିଛନ୍ତି । ତା ସହ ଝିଅଟିର ସୁରକ୍ଷା ପାଇଁ ମଧ୍ୟ ପ୍ରାର୍ଥନା କରୁଛନ୍ତି ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

41 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago