ଲାଇଫ୍ ଷ୍ଟାଇଲ୍

ଜଣେ ବ୍ୟକ୍ତି ଯଦି ବିଷ ପିଇ ଦେଇଛନ୍ତି ତେବେ ତୁରନ୍ତ କରନ୍ତୁ ଏହି କାମ, ବଞ୍ଚିଯାଇପାରେ ଜୀବନ

ବହୁତ ଥର ଏପରି ହୋଇଥାଏ ଯେ ଆମ ସାମନାରେ କାହାର ଜୀବନ ଚାଲିଯାଏ, କିନ୍ତୁ ଆମେ କିଛି କରିପାରିନଥାଉ। ଜୀବନ ଚାଲିଯାଉଥିବା ବ୍ୟକ୍ତିଙ୍କ ଜୀବନ ବଂଚାଇ ଦେବା ଲୋକଟି ମୃତ୍ୟୁମୁଖରୁ ବର୍ତ୍ତିଯାଇଥିବା ଲୋକ ପାଇଁ ଭଗବାନ ହୋଇଥାନ୍ତି । ନିଜର ଦୁର୍ବଳ ମାନସିକତା ପାଇଁ କିଛି ଲୋକ ଆତ୍ମହତ୍ୟା ଭଳି ରମ ପଦକ୍ଷେମ ନେଇ ଜୀବନ ଶେଷ କରିଦେବାକୁ ବିଷ ପିଇଦିଅନ୍ତି। ଆଉ ଆପଣ ଲକ୍ଷ୍ୟ କରିଥିବେ ଯେ ବିଷ ପିଇଥିବା ଲୋକଟି ଯନ୍ତ୍ରଣାରେ କେମିତି ଝଟପଟ ହୁଅନ୍ତି। ଏମିତିରେ ଆପଣ କଣ କରିବେ ନାହିଁ ଭାବି ନିରୁପାୟ ହୋଇଯାନ୍ତି। ହେଲେ ବିଷ ପିଇଥିବା ଲୋକଟିକୁ ସହଜରେ ବଂଚାଯାଇପାରିବ ।

ଅଧିକାଂଶ କ୍ଷେତ୍ରରେ ବିଷ ପିଇଥିବା ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ଆଗରୁ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥାଏ। ଏ କ୍ଷେତ୍ରରେ ଯଦି ଆମେ କିଛି ଘରୋଇ ଉପାୟ ଅବଲମ୍ବନ କରିବା ତେବେ ସେହି ବ୍ୟକ୍ତିଙ୍କ ଜୀବନ ବଞ୍ଚାଇପାରିବା। ଆଜି ଆମେ ଏହାର କେତେକ ଉପାୟ ବିଷୟରେ କହୁଛୁ । ଯାହାକୁ ଆପଣେଇ ଆପଣ ଡାକ୍ତରଖାନା ଯିବା ପୂର୍ବରୁ ବି ପ୍ରାଥମିକ ଚିକିତ୍ସା କରିପାରିବେ।

ଯଦି ଆପଣଙ୍କ ସାମନାରେ କୌଣସି ବ୍ୟକ୍ତି ବିଷ ପିଇଥାନ୍ତି ତେବେ ତାଙ୍କୁ ପ୍ରଥମେ ବାନ୍ତି କରାଇବା ଅତ୍ୟନ୍ତ ଆବଶ୍ୟକ। ଏଥିପାଇଁ ସୋରିଷ ଦାନାକୁ ବାଟି ଏହାକୁ ପାଣିରେ ମିଶାଇ ତାଙ୍କୁ ପିଆଇଦିଅନ୍ତୁ। ଯାହା ଦ୍ବାରା ତୁରନ୍ତ ବାନ୍ତି ହେବ ଏବଂ ବିଷ ବାହାରିଯିବ।

ଏହାଛଡା ଅନ୍ୟ ଏକ ଉପାୟ ହେଉଛି ଲୁଣପାଣି। ଲୁଣ ପାଣି ମଧ୍ୟ ବାନ୍ତି ହେବା ପାଇଁ ସବୁଠୁ ବେଷ୍ଟ ଉପାୟ। ଲୁଣପାଣି ପିଇଲେ ମଧ୍ୟ ବ୍ୟକ୍ତିଙ୍କ ପେଟରେ ଥିବା ବିଷ ବାନ୍ତି ହୋଇ ବାହାରିଯାଇଥାଏ ଏବଂ ତାଙ୍କ ଜୀବନ ବଞ୍ଚିଯାଇଥାଏ। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏସବୁ କରିବା ପରେ ସତ୍ତ୍ୱେ ମଧ୍ୟ ପ୍ରଥମେ ଆପଣଙ୍କୁ ତାଙ୍କୁ ତୁରନ୍ତ ହସ୍ପିଟାଲ ନେବା ଜରୁରୀ।

ନୋଟ : ଏହି ପାଠ୍ୟକ୍ରମ ସାମାନ୍ୟ ସୂଚନା ଉପରେ ଆଧାରିତ।

ଏହା ସହ ପଢନ୍ତୁ : ଖାଦ୍ୟ ଖାଇବା ସମୟରେ କି ଏହିି ଛୋଟିଆ ଭୁଲ, ତାହେଲେ ଜାଣନ୍ତୁ ମୃତ୍ୟୁ ଆସି ଛିଡା ହେବ ପାଖରେ

Pritiparna

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

33 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago