ଦେଶ ବିଦେଶ

ରୁଷିଆ-ୟୁକ୍ରେନ୍‌ ଯୁଦ୍ଧର ତାଜା ଖବର, ୟୁକ୍ରେନ୍‌ରେ ଫସିଥିବା ଭାରତୀୟଙ୍କୁ ଟ୍ରେନ୍‌ ଯୋଗେ ପଳାଇ ଆସିବାକୁ ପରାମର୍ଶ

୧-ୟୁକ୍ରେନ୍‌ରେ ଥିବା ଭାରତୀୟ ନାଗରିକମାନଙ୍କୁ ରୋମାନିଆ ଏବଂ ହଙ୍ଗେରୀ ବାଟ ଦେଇ ଭାରତକୁ ଅଣାଯାଉଛି ।
୨-ରୁଷିଆ ବିରୋଧରେ ୟୁକ୍ରେନ୍‌ ଇଣ୍ଟରନେସନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ରେ ଆବେଦନ କଲା ।
୩-ୟୁକ୍ରେନ୍‌କୁ ଯୁଦ୍ଧାସ୍ତ୍ର ଯୋଗାଇବାକୁ ଜର୍ମାନୀର ଘୋଷଣା।
୪-ଜାତିସଂଘ ନିରାପତ୍ତା ପରିଷଦରୁ ରୁଷିଆର ସଦସ୍ୟପଦ ପ୍ରତ୍ୟାହାର କରିନେବାକୁ ୟୁକ୍ରେନ୍‌ର ଦାବି।
୫-ୟୁକ୍ରେନ୍‌ରୁ ପଳାଇ ଆସିଥିବା ଭାରତୀୟ ନାଗରିକଙ୍କୁ ବିନା ଭିସାରେ ତା ଦେଶକୁ ଆସିବା ପାଇଁ ପୋଲାଣ୍ଡ ଅନୁମତି ଦେଲା । ଭାରତରେ ଅବସ୍ଥାପିତ ପୋଲାଣ୍ଡର ରାଷ୍ଟ୍ରଦୂତ ଆଡାମ ବୁରାକ୍ୱସ୍କି ଏହି ସୂଚନା ଦେଇଛନ୍ତି ।
୬-ଏହି ଯୁଦ୍ଧରେ ରୁଷିଆର ପ୍ରା ୪୩୦୦ ସୈନ୍ୟ ମରିଥିବା ୟୁକ୍ରେନ୍‌ ମନ୍ତ୍ରୀଙ୍କ ଦାବି।
୭-ରୁଷିଆର ଆକ୍ରମଣରେ ୟୁକ୍ରେନ୍‌ରେ ପ୍ରାୟ ୩୦୦ ଜଣଙ୍କର ମୃତ୍ୟୁ ହୋଇଥିବା ଜାତିସଂଘ ତରଫରୁ କୁହାଯାଇଛି ।
୮-ଅନ୍ତର୍ଜାତୀୟ ଜୁଡୋ ଫେଡେରେସନ୍‌ର ସଭାପତି ପଦରୁ ରୁଷ୍‌୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ସସ୍‌ପେଣ୍ଡ କରାଯାଇଛି ।
୯-ୟୁକ୍ରେନ୍‌ରେ ଫସି ରହିଥିବା ଭାରତୀୟ ନାଗରିକଙ୍କ ପାଇଁ ସେଠାକାର ଭାରତୀୟ ଦୂତାବାସ ନୂଆ ଆଡଭାଇଜରୀ ଜାରି କରିଛି । ଯୁଦ୍ଧ ଚାଲିଥିବା ଅଞ୍ଚଳରୁ ଶୀଘ୍ର ଅନ୍ୟ ସ୍ଥାନକୁ ଚାଲିଯିବା ପାଇଁ ଏଥିରେ କୁହାଯାଇଛି । ସେମାନେ ଟ୍ରେନ ଯୋଗେ ସେହି ଜାଗା ଛାଡ଼ି ଦେବାକୁ ପରାମର୍ଶ ଦିଆଯାଇଛି ।

୧୦- ୨୦୨୨ବିଶ୍ୱକପ୍‌ ଫୁଟବଲ୍‌ ପ୍ଲେଅଫ୍‌ରେ ରୁଷିଆ ସହ ଖେଳିବାକୁ ମନା କଲା ଚେକ୍‌ ରିପବ୍ଲିକ୍‌ ।

୧୧-ୟୁକ୍ରେନ୍‌ରେ ଫସିଥିବା ଭାରତୀୟଙ୍କୁ ଆଣିବା ପାଇଁ ଦାୟିତ୍ୱ ନେଇଛି ଏୟାରଇଣ୍ଡିଆ ବିମାନ । ଏ ବାବଦରେ ଘଣ୍ଟାକୁ ୭ରୁ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ।
୧୨-ଯୁଦ୍ଧ ଯୋଗୁଁ ୟୁକ୍ରେନ୍‌ରୁ ପ୍ରାୟ ୩ ଲକ୍ଷ ୬୮ ହଜାର ଲୋକ ଶରଣାର୍ଥୀ ଭାବେ ଅନ୍ୟ ଦେଶକୁ ପଳାଇ ଆସିଥିବା ଜାତିସଂଘ ସୂତ୍ରରୁ ପ୍ରକାଶ ।
୧୩-ୟୁକ୍ରେନ୍‌କୁ ତେଲ ଓ ଯୁଦ୍ଧାସ୍ତ୍ର ପଠାଇବାକୁ ଘୋଷଣା କଲା ରୋମନିଆ ।
୧୪-ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ୍‌ କହିଲେ ବିଳମ୍ବ କରି ୟୁକ୍ରେନ୍‌ ଆଲୋଚନା କରିବାର ସୁଯୋଗ ହରାଉଛି ।
୧୫-ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଇସ୍ରାଏଲ୍‌ର ପ୍ରସ୍ତାବ । ସେପଟେ ଯୁଦ୍ଧ ବନ୍ଦ କରିବାକୁ ପୋପ୍‌ ଫ୍ରାନସିସ୍‌ଙ୍କ ଆହ୍ଵାନ ।

KNews Bureau

Recent Posts

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

46 mins ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

1 hour ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

2 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

3 hours ago

ବାପା ମାଟି ତଳୁ ଉଦ୍ଧାର ମା’ ଏବେବି ନିଖୋଜ ; ପୁଅକୁ ଉଚିତ୍‌ ଦଣ୍ଡ ଦେବାକୁ ଝିଅର ଦାବି

ସୋର(କେନ୍ୟୁଜ୍‌): ଜହ୍ଲାଦ ପୁଅ । ସବୁ ସୀମା ପାର୍‌ କଲା । ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ ।…

3 hours ago