ଦେଶ ବିଦେଶ

ଶକ୍ତିଶାଳୀ ପୁଟିନ୍‌ ସେନା ସହ ଲଢ଼ୁଛି ସାହସୀ ୟୁକ୍ରେନ୍‌ ସେନା: ୨୭ଟି ଦେଶ ଦେଲେ ସାଥ୍

କେନ୍ୟୁଜ୍ (ବ୍ୟୁରୋ): ୟୁକ୍ରେନ୍‌-ରୁଷ୍‌ ମଧ୍ୟରେ ଜାରି ରହିଛି ଘମାଘୋଟ ଯୁଦ୍ଧ । ଶକ୍ତିଶାଳୀ ପୁଟିନ୍‌ ସେନା ସହ ସାହସିକ ଲଢ଼େଇ ଲଢ଼ୁଛି ୟୁକ୍ରେନ୍‌ । ୟୁକ୍ରେନ୍‌ର ରାଜଧାନୀ କିଭ୍‌ରୁ ଖାରକିଭ୍‌ ଯାଏ ରୁଷ୍‌ ସେନାଙ୍କ ରହିଛି ଦବ୍‌ଦବା । ରୁଷ୍‌ ସେନାକୁ ଜବାବ ଦେବାକୁ ହତିଆର ଉଠାଉଛନ୍ତି ୟୁକ୍ରେନ୍‌ ନାଗରିକ । ୟୁକ୍ରେନ୍‌ରେ ପହଞ୍ଚିଲାଣି ପାଶ୍ଚାତ୍ୟ ଦେଶର ଅସ୍ତ୍ର ସହାୟତା । ୨୭ଟି ଦେଶ ୟୁକ୍ରେନ୍‌କୁ ଅସ୍ତ୍ରଶସ୍ତ୍ର ସହାୟତା କରିବେ । ଏପଟେ ରୁଷର ସର୍ତ୍ତମୂଳକ ପ୍ରସ୍ତାବ ପାଖରେ ମୁଣ୍ଡ ନୋଇଁବାକୁ ପ୍ରସ୍ତୁତ ନୁହନ୍ତି ରାଷ୍ଟ୍ରପତି ଜେଲେନ୍‌ସ୍କି ।

ଚତୁର୍ଥ ଦିନରେ ଶାନ୍ତି ପ୍ରସ୍ତାବ ସହ ରୁଷର ପ୍ରତିନିଧି ମଣ୍ଡଳୀ ବେଲାରୁଷର ହୋମେଲ ସହରରେ ପହଞ୍ଚିଥିଲା । କିନ୍ତୁ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଦମିର ଜେଲେନ୍‌ସ୍କି। ବେଲାରୁଷ ବଦଳରେ ଅନ୍ୟ କୌଣସି ସ୍ଥାନରେ ଆଲୋଚନା ହେଉ ବୋଲି କହିଛନ୍ତି । ରୁଷ୍‌ କହିଛି ଶାନ୍ତି ଆଲୋଚନାକୁ ପ୍ରତ୍ୟାଖ୍ୟାନ କଲେ ପରିଣାମ ପାଇଁ ଦାୟୀ ରହିବ ୟୁକ୍ରେନ୍‌ ।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

28 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

30 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

36 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

45 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

45 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

1 hour ago