ନିର୍ଭୟା ମାମଲା: ଯଦି ଜଣେ ଦୋଷୀକୁ ରାଷ୍ଟ୍ରପତି କରିଦିଅନ୍ତି କ୍ଷମା, ବାକି ୩ଜଣ ଦାୟର କରିପାରିବେ ନୂଆ କ୍ଷମା ପିଟିସନ

ନିର୍ଭୟା ମାମଲାରେ ୪ ଦୋଷୀଙ୍କ ମଧ୍ୟରୁ ଯଦି ଜଣଙ୍କୁ ରାଷ୍ଟ୍ରପତି କ୍ଷମା କରିଦିଅନ୍ତି, ତା’ହେଲେ ବାକି ଦୋଷୀଙ୍କୁ ନୂଆ କ୍ଷମା ପିଟିସନ ଦାୟର କରିବାର ଅଧିକାର ମିଳିଯିବ। ବୁଧବାର ଦିଲ୍ଲୀ ହାଇକୋର୍ଟ ୪ ଦୋଷୀ ମୁକେଶ କୁମାର ସିଂ, ପବନ ଗୁପ୍ତା, ବିନୟ କୁମାର ଶର୍ମା ଓ ଅକ୍ଷୟ କୁମାର ସିଂଙ୍କୁ ଏକା ସାଥୀରେ ଫାଶୀ ଦେବାର ନିଷ୍ପତ୍ତି ଶୁଣାଇବା ବେଳେ ଏହା କହିଛନ୍ତି। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଯଦି ନାବାଳକ ଦୋଷୀ ପବନର କ୍ଷମା ପିଟିସନ ସ୍ୱୀକାର ହୋଇଯାଏ, ତା’ହେଲେ ପୁଣିଥରେ ଦେଶ ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲିବାର ଦେଖିବା ପାଇଁ ଆହୁରି ଲମ୍ବା ସମୟ ଧରି ଅପେକ୍ଷା କରିବ।

କ’ଣ କହିଛନ୍ତି ହାଇକୋର୍ଟ

ଜଷ୍ଟିସ୍‌ ସୁରେଶ କୁମାର କୈତ୍‌ କହିଛନ୍ତି, ‘ଅକ୍ଷୟର କ୍ଷମା ପିଟିସନକୁ ରାଷ୍ଟ୍ରପତି ସ୍ୱୀକାର କରିନେଲେ ମୁକେଶକୁ ନୂଆ କ୍ଷମା ପିଟିସନ ଦାୟର କରିବାର ଅଧିକାର ମିଳିବ’। ଯଦିଓ ରାଷ୍ଟ୍ରପତି କୋର୍ଟଙ୍କ ଆଦେଶର କିଛି ଘଣ୍ଟା ପରେ ଅକ୍ଷୟର ପିଟିସନକୁ ଖାରଜ କରିଦେଇଛନ୍ତି। କୋର୍ଟଙ୍କ କହିବା ଅନୁଯାୟୀ, ଗୃହ ମନ୍ତ୍ରାଳୟ ଦ୍ୱାରା ଜାରି ନିର୍ଦ୍ଦେଶର ନିୟମ ୮(ଏ)ରେ କୁହାଯାଇଛି, ଯଦି ରାଷ୍ଟ୍ରପତି କ୍ଷମା ପିଟିସନ ଖାରଜ କରିଦିଅନ୍ତି, ତା’ହେଲେ ପରିବର୍ତ୍ତିତ ପରିସ୍ଥିତିରେ ନୂଆ ପିଟିସନ ଦାୟର କରାଯାଇପାରିବ।

କୋର୍ଟ ମୁମ୍ବାଇ ବିସ୍ଫୋରଣର ଦୋଷୀ ୟାକୁବ ମେନନ ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିଷୟରେ ଉଲ୍ଲେଖ କରିଥିଲେ, ଯେଉଁଥିରେ କ୍ଷମା ପିଟିସନ ଖାରଜ ହେବା ପରେ ବି ପରିବର୍ତ୍ତିତ ପରିସ୍ଥିତିରେ ତାକୁ କ୍ଷମା ପିଟିସନ ଦାୟର କରିବାର ଅନୁମତି ଦିଆଯାଇଥିଲା। କୋର୍ଟ ଆହୁରି କହିଥିଲେ ଯେ ବର୍ତ୍ତମାନ ମୁକେଶର ସବୁ ବିକଳ୍ପ ସମାପ୍ତ ହୋଇଯାଇଛି, ଯେଉଁଥିପାଇଁ ତାକୁ ବାକି ଦୋଷୀଙ୍କଠାରୁ ଅଲଗା କରାଯାଇପାରିବ ନାହିଁ।

କହି ରଖୁଛୁ, ନିର୍ଭୟା ଦୋଷୀଙ୍କ ଫାଶୀ ଉପରେ ରୋକ୍‌ ଲଗାଉଥିବା ନିଷ୍ପତ୍ତି ବିରୋଧରେ ଦାଖଲ ପିଟିସନର ଶୁଣାଣି ବେଳେ କୋର୍ଟ ଦୋଷୀମାନଙ୍କୁ ଶେଷ ୭ ଦିନ ଦେଇଛନ୍ତି। ଏହାସହିତ ଦିଲ୍ଲୀ ହାଇକୋର୍ଟ ପଟିୟାଲା ହାଉସ୍‌ କୋର୍ଟଙ୍କ ଆଦେଶକୁ ରଦ୍ଦ କରିବାକୁ ମଧ୍ୟ ମନା କରିଦେଇଛନ୍ତି। ଯାହାର ଅର୍ଥ ହେଉଛି, ୪ ଦୋଷୀଙ୍କୁ ଏକା ସାଥୀରେ ହିଁ ଫାଶୀ ଖୁଣ୍ଟରେ ଝୁଲାଯିବ।

ସେପଟେ ହାଇକୋର୍ଟଙ୍କ ତରଫରୁ ନିର୍ଭୟା ଦୋଷୀଙ୍କ ଫାଶୀ ବିରୋଧରେ ସମସ୍ତ ନ୍ୟାୟ ବିକଳ୍ପକୁ ୧ ସପ୍ତାହ ମଧ୍ୟରେ ଉପଯୋଗ କରିବାର ଅନ୍ତିମ ପତ୍ର ଜାରି ହେବା ପରେ ନିର୍ଭୟାଙ୍କ ମା’ ଖୁସି ବ୍ୟକ୍ତ କରିଛନ୍ତି।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago