ଇନ୍‌ଷ୍ଟାଗ୍ରାମ୍‌ରେ ସେକ୍ସି ଫଟୋ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଚାକିରି ହରାଇଲେ ମହିଳା ଅଗ୍ନିଶମ କର୍ମଚାରୀ

ଆଜିକାଲି ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବା ଏକ ଟ୍ରେଣ୍ଡ୍‌ରେ ପରିଣତ ହୋଇଛି। ଲୋକମାନେ ନିଜ ଫ୍ୟାନ୍‌ ଫଲୋୟର୍ସ ବଢ଼ାଇବା ପାଇଁ ସୋସିଆଲ ନେଟ୍ଵଓ୍ଵାର୍କିଂ ସାଇଟ୍‌ରେ ପ୍ରତିଦିନ ଫଟୋ ଓ ଭିଡିଓ ସେୟାର କରୁଛନ୍ତି। ମାତ୍ର ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବା ଜଣେ ମହିଳାଙ୍କୁ ମହଙ୍ଗା ପଡ଼ିଛି। ଇନ୍‌ଷ୍ଟାଗ୍ରାମ୍‌ରେ ଫଟୋ ସେୟାର କରିବାରୁ ମହିଳାଙ୍କୁ ନିଜ ଚାକିରି ହରାଇବାକୁ ପଡ଼ିଛି। ବିଶ୍ୱାସ ହେଉନଥିଲେ ମଧ୍ୟ କଥାଟି ସତ।

ଆମେରିକାର ମୋଣ୍ଟନା ଠାରେ ଆଗ୍ନିକ ଭାବେ କାମ କରୁଥିବା ପ୍ରେସଲେ ପ୍ରିଚର୍ଡ ନାମ୍ନୀ ଜଣେ ମହିଳାଙ୍କୁ ଫଟୋ ପୋଷ୍ଟ କରିବା ଯୋଗୁ ଚାକିରିରୁ ବହିଷ୍କୃତ କରାଯାଇଛି। ଏନେଇ ମହିଳା ଜଣକ ସଂସ୍ଥା ନାଁରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ସୋସିଆଲ ମିଡିଆରେ ଅଶ୍ଳୀଳ ଫଟୋ ପୋଷ୍ଟ କରିବା ଅଭିଯୋଗରେ ମୋତେ ଚାକିରିରୁ ବାହାର କରିଦିଆଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯଦି ଏମିତି ଫଟୋ ପୁରୁଷ ଲୋକ ପୋଷ୍ଟ କରନ୍ତି ତେବେ ତାଙ୍କୁ କିଛି କୁହାଯାଏ ନାହିଁ, କିନ୍ତୁ ମୁଁ ଝିଅ ହୋଇଥିବାରୁ ମତେ ଚାକିରିରୁ ବାହାର କରିଦିଆଗଲା।

ସୂଚନାଯୋଗ୍ୟ ଯେ ୨୭ ବର୍ଷୀୟ ପ୍ରେସଲେ ଏଭରଗ୍ରୀନ ଫାୟାର ରେସକ୍ୟୁରେ କାମ କରୁଥିଲେ। ସେ ଜିମ୍‌ରେ ବିକିନି ପିନ୍ଧି ଓ୍ଵାକ୍‌ଆଉଟ୍‌ କରିବା ବେଳର ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଥିଲେ। ଯାହା ଦେଖି ଉପରିସ୍ଥ ଅଧିକାରୀ କହିଥିଲେ ଯେ ଏହା ଓ୍ଵାର୍କ ପ୍ଲେସ୍‌ ପଲିସି ବିରୋଧୀ କାର୍ଯ୍ୟ। ଏଣୁ ତାଙ୍କୁ ଚାକିରିକୁ ବିଦା କରାଯାଇଛି।

ସେ କହିଛନ୍ତି ଯେ ମୋ ବେଶ ପୋଷାକ ବାହାରେ କେମିତି ରହିବା ଦରକାର ତାହା ମୋତେ କମ୍ପାନୀ ଲୋକ କହିପାରିବେ ନାହିଁ। ଅଫିସରେ ମୁଁ ୟୁନିଫର୍ମରେ ରହୁଛି। ଏଣୁ ବାହାରେ ମୁଁ ଯାହା ପିନ୍ଧିଲେ ସେଥିରେ କମ୍ପାନୀକୁ ସମସ୍ୟା ହେବା କଥା ନୁହେଁ। ଜାଣିଶୁଣି ଏହି ବାହାନାରେ ମତେ ଚାକିରିରୁ ବାହାର କରାଯାଇଛି ବୋଲି କହିଛନ୍ତି ପ୍ରେସଲେ।

WCW 11

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ : ଆଜି ଆପଣଙ୍କ ଦ୍ୱାରା କିଛି ଭୁଲ ହୋଇପାରେ । ଘରେ ସମସ୍ତଙ୍କ ସହିତ ଭଲ ବ୍ୟବହାର କରନ୍ତୁ,…

2 hours ago

ଶ୍ରୀମନ୍ଦିର ପରିସରରେ ଥିବା କୂଅରେ ପଡିଲେ ଶ୍ରଦ୍ଧାଳୁ, ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ସୁରକ୍ଷିତ ଉଦ୍ଧାର

ଶ୍ରୀମନ୍ଦିର ପରିସରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଶ୍ରଦ୍ଧାଳୁ ଆନନ୍ଦବଜାରର ଉତ୍ତର ପାର୍ଶ୍ଵରେ ଥିବା ଏକ…

4 hours ago

ବିବାହ ଷ୍ଟେଜ୍‌ରେ କନିଆଁଙ୍କୁ ଚୁମ୍ବନ ଦେଇ ହଟହଟା ହେଲେ ବର

ଉତ୍ତରପ୍ରଦେଶରୁ ସମ୍ନାକୁ ଆସିଛି ଏକ ଅଜବ ଘଟଣା । ବାହାଘର ଚାଲିଥିବା ବେଳେ କନିଆଁକୁ ଚୁମା ଦେଇ ମାଡ଼ ଖାଇଲେ…

6 hours ago

ପୋଲିସ-ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ, ୭ ହାର୍ଡ କୋର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ।…

6 hours ago

ଗାଈର ଡକାରରୁ ତିଆରି ହେଉଛି ହୀରା, କିପରି କାଣନ୍ତୁ…

ଆମ ସଂସ୍କୃତି, ପରମ୍ପରାରେ ଗାଈକୁ ପୂଜା କରାଯାଏ । ଗାଈ ଦେହରେ ଥାଆନ୍ତି ୩୩ କୋଟି ଦେବତା । ସେଥିପାଇଁ…

6 hours ago

୨ ହାତୀଦାନ୍ତ ଜବତ, ୧୧ ଗିରଫ

ରାଉରକେଲା : ୨ ହାତୀଦାନ୍ତ ଜବତ, ୧୧ ଗିରଫ । କୋର୍ଟ ଚାଲାଣ ହେଲେ ଗିରଫ ଅଭିଯୁକ୍ତ । ରାଉରକେଲା…

7 hours ago