ଦେଶ ବିଦେଶ

ଯମୁନା ନଦୀରେ ଫାଟିଲା ଗ୍ୟାସ୍‌ ପାଇପଲାଇନ, ମାଡିଆସିଲା ୪୦ ଫୁଟର ପାଣି : ଦେଖନ୍ତୁ ଭିଡିଓ

ବାଗପତ ଠାରେ ଯମୁନା ନଦୀରେ ଆଇଜିଏଲ୍‌ କମ୍ପାନୀର ଗ୍ୟାସ ପାଇପଲାଇନ ହଠାତ୍‌ ଫାଟିଯାଇଛି । ଗ୍ୟାସ୍‌ ପାଇପଲାଇନ ଫାଟିବା ଯୋଗୁଁ ଯମୁନା ନଦୀର ପାଇଁ ୪୦ ଫୁଟ ଉଚ୍ଚ ଜୁଆର ଭଳି ଉଠିଛି । ନଦୀରେ ଏତେ ବଡ ଜୁଆର ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ଆଲର୍ଟ କରାଯାଇଛି । ଏହାସହିତ ଆଇଜିଏଲ କମ୍ପାନୀର ଅଧିକାରୀଙ୍କୁ ଘଟଣା ବିଷୟରେ ସୂଚନା ଦିଆଯାଇଛି ।

ଘଟଣା ସ୍ଥଳରେ ଏସଡିଏମ୍‌ ପହଞ୍ଚିଛନ୍ତି । ହରିୟାଣାରର ପାନିପତ ଏବଂ ବାଗପତରେ ଯମୁନା ନଦୀରେ ଆଇଜିଏଲ କମ୍ପାନୀର ପାଇପଲାଇନ ହଠାତ୍‌ ଫାଟିଯିବା ଯୋଗୁଁ ଏଭଳି ହୋଇଛି । ଗ୍ୟାସ ପାଇପଲାଇନ ଫାଟିବା ସାଉଣ୍ଡ ଶୁଣିବା ପରେ ସ୍ଥାନୀୟ ଗ୍ରାମବାସୀ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇବା ପରେ ପୋଲିସ ଏବଂ ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚିଥିଲା ।

ଆଇଜିଏଲ୍‌ କମ୍ପାନୀର ଅଧିକାରୀଙ୍କ ନିର୍ଦ୍ଦେଶ ପରେ ତୁରନ୍ତ ଗ୍ୟାସ୍‌ ସପ୍ଲାଇ ବନ୍ଦ କରିଦେଇଛନ୍ତି । ଘଟଣାରେ କାହାକୁ କିଛି କ୍ଷତି ପହଞ୍ଚିନାହିଁ । ପାଇପଲାଇନ ଫାଟିବା ଯୋଗୁଁ ପାଣି ଜୁଆର ଦେଖିବା ପାଇଁ ଗ୍ରାମବାସୀ ଭିଡ ଜମାଇଛନ୍ତି ।

ସୂଚନାଯୋଗ୍ୟ, ଗତକିଛି ଦିନ ହେଲାଣି ଯମୁନାର ନଦୀ ସ୍ତର ବଢିବା ଯୋଗୁଁ ଦିଲ୍ଲୀ ସମେତ ଅନେକ ରାଜ୍ୟ ବନ୍ୟା ପାଣିରେ ଉବୁଟୁବୁ ହେଉଛି ।

Swagatika

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

5 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

20 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

35 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

45 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

56 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago