ଯମୁନା ନଦୀରେ ଫାଟିଲା ଗ୍ୟାସ୍ ପାଇପଲାଇନ, ମାଡିଆସିଲା ୪୦ ଫୁଟର ପାଣି : ଦେଖନ୍ତୁ ଭିଡିଓ
ଯମୁନା ନଦୀରେ ଆଇଜିଏଲର ଗ୍ୟାସ୍ ପାଇପଲାଇନ ଫାଟିବା ଯୋଗୁଁ ୪୦ ଫୁଟର ପାଣି ମାଡି ଆସିଛି । ଫଳରେ ସ୍ଥାନୀୟ ଗ୍ରାମବାସୀ ଆତଙ୍କିତ ହୋଇଯାଇଛନ୍ତି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ବାଗପତ ଠାରେ ଯମୁନା ନଦୀରେ ଆଇଜିଏଲ୍ କମ୍ପାନୀର ଗ୍ୟାସ ପାଇପଲାଇନ ହଠାତ୍ ଫାଟିଯାଇଛି । ଗ୍ୟାସ୍ ପାଇପଲାଇନ ଫାଟିବା ଯୋଗୁଁ ଯମୁନା ନଦୀର ପାଇଁ ୪୦ ଫୁଟ ଉଚ୍ଚ ଜୁଆର ଭଳି ଉଠିଛି । ନଦୀରେ ଏତେ ବଡ ଜୁଆର ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ଆଲର୍ଟ କରାଯାଇଛି । ଏହାସହିତ ଆଇଜିଏଲ କମ୍ପାନୀର ଅଧିକାରୀଙ୍କୁ ଘଟଣା ବିଷୟରେ ସୂଚନା ଦିଆଯାଇଛି ।
ଘଟଣା ସ୍ଥଳରେ ଏସଡିଏମ୍ ପହଞ୍ଚିଛନ୍ତି । ହରିୟାଣାରର ପାନିପତ ଏବଂ ବାଗପତରେ ଯମୁନା ନଦୀରେ ଆଇଜିଏଲ କମ୍ପାନୀର ପାଇପଲାଇନ ହଠାତ୍ ଫାଟିଯିବା ଯୋଗୁଁ ଏଭଳି ହୋଇଛି । ଗ୍ୟାସ ପାଇପଲାଇନ ଫାଟିବା ସାଉଣ୍ଡ ଶୁଣିବା ପରେ ସ୍ଥାନୀୟ ଗ୍ରାମବାସୀ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇବା ପରେ ପୋଲିସ ଏବଂ ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚିଥିଲା ।
Indian Oil’s gas pipeline bursts, water fountains blow in Yamuna river pic.twitter.com/alIC8Ed1rX
— Kalinga TV (@Kalingatv) July 26, 2023
ଆଇଜିଏଲ୍ କମ୍ପାନୀର ଅଧିକାରୀଙ୍କ ନିର୍ଦ୍ଦେଶ ପରେ ତୁରନ୍ତ ଗ୍ୟାସ୍ ସପ୍ଲାଇ ବନ୍ଦ କରିଦେଇଛନ୍ତି । ଘଟଣାରେ କାହାକୁ କିଛି କ୍ଷତି ପହଞ୍ଚିନାହିଁ । ପାଇପଲାଇନ ଫାଟିବା ଯୋଗୁଁ ପାଣି ଜୁଆର ଦେଖିବା ପାଇଁ ଗ୍ରାମବାସୀ ଭିଡ ଜମାଇଛନ୍ତି ।
ସୂଚନାଯୋଗ୍ୟ, ଗତକିଛି ଦିନ ହେଲାଣି ଯମୁନାର ନଦୀ ସ୍ତର ବଢିବା ଯୋଗୁଁ ଦିଲ୍ଲୀ ସମେତ ଅନେକ ରାଜ୍ୟ ବନ୍ୟା ପାଣିରେ ଉବୁଟୁବୁ ହେଉଛି ।