୮୦ କୋଟି ସୁନା ପାଇଁ ୮୦ ଖଣ୍ଡ, ବାଂଲାଦେଶ ସାଂସଦ ଅନୱାରୁଲ ଆଜିମଙ୍କ ମୃତ୍ୟୁ ମାମଲାରେ ନୂଆ ତଥ୍ୟ

୮୦ କୋଟି ସୁନା ପାଇଁ ୮୦ ଖଣ୍ଡ । ବାଂଲାଦେଶ ସାଂସଦ ଅନୱାରୁଲ ଆଜିମଙ୍କ ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଲା ନୁଆ ତଥ୍ୟ । ସାଂସଦଙ୍କ ମୃତଦେହକୁ ୮୦ ଖଣ୍ଡ କରାଯାଇଥିବା ପଶ୍ଚିମବଙ୍ଗ ସିଆଇଡି ପକ୍ଷରୁ କୁହାଯାଇଛି ।

୮୦ କୋଟି ସୁନା ପାଇଁ ୮୦ ଖଣ୍ଡ । ବାଂଲାଦେଶ ସାଂସଦ ଅନୱାରୁଲ ଆଜିମଙ୍କ ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଲା ନୁଆ ତଥ୍ୟ । ହତ୍ୟା ପରେ ସାଂସଦଙ୍କ ମୃତଦେହକୁ ୮୦ ଖଣ୍ଡ କରାଯାଇଥିବା ପଶ୍ଚିମବଙ୍ଗ ସିଆଇଡି ପକ୍ଷରୁ କୁହାଯାଇଛି । ଭାଙ୍ଗର କେନାଲ ସମେତ ବିଭିନ୍ନ ସ୍ଥାନରେ ଶବ ଖଣ୍ଡକୁ ଫୋପାଡିଥିବା ଜେରା ସମୟରେ ସୂଚନା ଦେଇଛି ଅଭିଯୁକ୍ତ ଜିହାଦ ହୱଲଦାର ।

ଅନ୍ୟପକ୍ଷେ ସୁନା ଚୋରାଚାଲାଣରୁ ଏପରି ହତ୍ୟାକାଣ୍ଡ ଘଟିଥିବା ଦାବି କରିଛନ୍ତି ବାଂଲାଦେଶ ଗୁଇନ୍ଦା ବିଭାଗ । ଅନୱାରୁଲ ନିଜ ଆମେରିକା ବନ୍ଧୁ ଏବଂ ମହମ୍ମଦ ଅଖତରୁଜମାନଙ୍କ ଶହ ମିଶି ସୁନା ଚୋରା ଚାଲାଣ କରୁଥିଲେ । କିନ୍ତୁ ଏନେଇ ଅଖତରୁଜମାନ ବାଂଲାଦେଶୀ ସାଂସଦଙ୍କୁ ଅଧିକ ଲାଭାଂଶ ମାଗିଥିଲେ ।

ଯାହା ଫଳରେ ଉଭୟଙ୍କ ମଧ୍ୟରେ ଅସନ୍ତୋଷ ବଢିଥିଲା । ପରେ ଅନୱାରୁଲ ଏକାକୀ ସୁନା ଚୋରା ଚାଲାଣ କରୁଥିବା ଜଣା ପଡିଥିଲା । ଯାହାର ମୂଲ୍ୟ ଥିଲା ୮୦ କୋଟି ଟଙ୍କା । ଯାହା ଫଳରେ ଅସନ୍ତୋଷ ମୃତ୍ୟୁ କାଣ୍ଡର ରୂପ ନେଇଥିଲା । ଏହି ମୃତ୍ୟୁ କାଣ୍ଡ ପଛରେ ଅନେକ ବଡ଼ ବଡ଼ ଲୋକଙ୍କ ହାତ ଥିବା ଅନୁମାନ କରାଯାଉଛି।

Leave A Reply

Your email address will not be published.