୬ ଲକ୍ଷରେ ମିଳୁଛି ସେଭେନ୍‌ ସିଟର୍‌ କାର୍‌, ଫ୍ୟାମିଲି ପାଇଁ ପୁରା ଫିଟ୍‌

ଯଦି ଆମେ ମାର୍କେଟରେ ସେଭେନ୍‌ ସିଟର କାର୍ (MPV) ବିଷୟରେ କହିବା, ତେବେ ମାରୁତି ସୁଜୁକିର XL6 ଏବଂ Ertigaର ହେଉଛି ସବୁଠାରୁ ବଢ଼ିଆ । ଏହି କାରଗୁଡିକର ଆରମ୍ଭ ମୂଲ୍ୟ ପ୍ରାୟ ୯ ଲକ୍ଷରୁ ୧୩ ଲକ୍ଷ ଟଙ୍କା ମଧ୍ୟରେ ରହିଛି । ଏଭଳି ପରିସ୍ଥିତିରେ ସାଧାରଣ ଲୋକଙ୍କ ପାଇଁ ଏହି କାର୍‌ ଅଧିକ ବଜେଟର ହୋଇଯାଉଛି । ଏଭଳି କାର୍‌ ଆଣିବାକୁ ଚାହୁଁଥିଲେ ଲୋକଙ୍କୁ କାର୍‌ କିଣିବା ପାଇଁ ଅପେକ୍ଷା କରିବାକୁ ପଡିବ ଏବଂ ସେମାନଙ୍କୁ ବଜେଟ୍ ପ୍ରସ୍ତୁତ କରିବାକୁ ପଡିବ । କିନ୍ତୁ ଯଦି ଆପଣଙ୍କର ବଜେଟ୍ ୭ ଲକ୍ଷରୁ କମ୍ ଅଛି ଏବଂ ଆପଣ ଏହି ବଜେଟରେ ଏକ ଦମଦାର MPV କିଣିବାକୁ ଚାହୁଁଛନ୍ତି, ତେବେ ଆଜି ଆମେ ଆପଣଙ୍କ ପାଇଁ ଏକ ଶସ୍ତା ଏବଂ ପାଓ୍ଵାରଫୁଲ୍‌ ଅପ୍ସନ ନେଇ ଆସିଛୁ, ଯାହା ଆପଣଙ୍କ ବଜେଟରେ ଫିଟ୍ ହେବ ଏବଂ ଏହାର ଦାମ୍‌ ମଧ୍ୟ କମ୍ ରହିଛି ।

ଆମେ କହୁଥିବା MPV ର ନାମ ହେଉଛି Renault Triber । ଏହା ଏକ ଏଣ୍ଟ୍ରି ଲେଭଲର MPV ଏବଂ ଏଥିରେ ୭ ଜଣ ସହଜରେ ବସିପାରିବେ ଏବଂ ଏହାର ଏକ ଭଲ ବୁଟ୍ ସ୍ପେସ୍ ମଧ୍ୟ ଅଛି । ଏହି MPV ର ସମସ୍ତ ଡିଟେଲ୍ସ ଜାଣି ରଖନ୍ତୁ ।

ସ୍ପେସିଫିକେସନ୍‌:
Renault Triberରେ ୧.୦ ଲିଟର ୩ ସିଲିଣ୍ଡର ପେଟ୍ରୋଲ ଇଞ୍ଜିନ ଦିଆଯାଇଛି । ଏହାର ଇଞ୍ଜିନ୍ ୯୬ Nm ଟର୍କ ଏବଂ ସର୍ବାଧିକ ୭୨ PS ର ପାଓ୍ଵାର ଜେନେରେଟ୍‌ କରେ । ଏହି କାର ଲିଟର ପିଛା ୧୮.୨୯ ରୁ ୧୯ କିଲୋମିଟର ମାଇଲେଜ୍ ଦେଇପାରେ । କାରରେ ଉଭୟ ୫ -ସ୍ପିଡ୍ ମାନୁଆଲ୍ ଏବଂ ଅଟୋମେଟିକ୍‌ (AMT) ଅପ୍ସନ ଅଛି ।

ଫିଚର୍ସ :
ଏହାର ଫିଚର ବିଷୟରେ କହିବାକୁ ଗଲେ ଏଥିରେ ୨୦.୩୨ ସେମି ଟଚସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ, ଷ୍ଟିଅରିଂ ମାଉଣ୍ଟ ଅଡିଓ ଏବଂ ଫୋନ କଣ୍ଟ୍ରୋଲ, ଏଲଇଡି ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ସ୍ମାର୍ଟ ଆକ୍ସେସ୍ କାର୍ଡ, ପୁସ୍ ଷ୍ଟାର୍ଟ-ଷ୍ଟପ୍ ବଟନ୍, ଏଲଇଡି DRL ସହିତ ପ୍ରୋଜେକ୍ଟର ହେଡଲ୍ୟାମ୍ପ, ଆଡଜଷ୍ଟେବଲ୍ ଡ୍ରାଇଭର ସିଟ୍ ଏବଂ ସେଣ୍ଟ୍ରାଲ କନସୋଲରେ କୁଲ୍ଡ ଷ୍ଟୋରେଜ୍ ଏବଂ ୧୮୨ ମିମିର ହାଇ ଗ୍ରାଉଣ୍ଡ କ୍ଲିୟରାନ୍ସ ମିଳିଯିବ ।
ସେଫ୍ଟି:
ସେଫ୍ଟି ବିଷୟରେ କହିବାକୁ ଗଲେ ଆପଣ ଏଥିରେ ୪ ଟି ଏୟାରବ୍ୟାଗ ପାଇବେ । ଗ୍ଲୋବାଲ୍ NCAP କାରକୁ ବୟସ୍କମାନଙ୍କ ପାଇଁ ୪ ଷ୍ଟାର ରେଟିଂ ଦେଇଛି । ଏଥିସହିତ ପିଲାମାନଙ୍କ ପାଇଁ ୩ ଷ୍ଟାର ରେଟିଂ ଦିଆଯାଇଛି । ଏହି ଷ୍ଟାର ପଏଣ୍ଟ ଅନୁସାରେ ଏହା ସେଫ୍ଟି ପାଇଁ ବହୁତ ଭଲ ।
ଦାମ୍‌:
Renault Triberର ଏକ୍ସ ସୋ ରୁମ୍‌ ଦାମ୍‌ ପ୍ରାୟ ୫.୯୯ ଲକ୍ଷରୁ ଆରମ୍ଭ ହେଉଛି ଏବଂ ଏହାର ଟପ୍‌ ମଡେଲର ଦାମ୍‌ ପାଖାପାଖି ୮.୧୨ ଲକ୍ଷ ଟଙ୍କା ।

 

Leave A Reply

Your email address will not be published.