Below header

ପୁଣି ଟ୍ରୋଲିଂର ଶିକାର ହେଲେ ଆଲିଆ ଭଟ୍ଟ, କାରଣ ଜାଣିଲେ ମୁଣ୍ଡରେ ହାତ ଦେବେ

ପୁଣି ଟ୍ରୋଲିଂର ଶିକାର ହୋଇଛନ୍ତି ବଲିଉଡ ଅଭିନେତ୍ରୀ ତଥା ହାଇୱେ ର ନାୟିକା ଆଲିଆ ଭଟ୍ଟ । ନିକଟରେ ମନୀଶ ମାଲହୋତ୍ରାଙ୍କର ଏକ ପ୍ରଦର୍ଶନୀରେ ଆଲିଆଙ୍କୁ ଏକ ଲେହେଙ୍ଗା ପିନ୍ଧି ସେ ଟ୍ରୋଲ୍ ହେଉଛନ୍ତି ।

ପୁଣି ଟ୍ରୋଲିଂର ଶିକାର ହୋଇଛନ୍ତି ବଲିଉଡ ଅଭିନେତ୍ରୀ ତଥା ହାଇୱେ ର ନାୟିକା ଆଲିଆ ଭଟ୍ଟ । ନିକଟରେ ମନୀଶ ମାଲହୋତ୍ରାଙ୍କର ଏକ ପ୍ରଦର୍ଶନୀରେ ଆଲିଆଙ୍କୁ ଏକ ଲେହେଙ୍ଗା ପିନ୍ଧି ସେ ଟ୍ରୋଲ୍ ହେଉଛନ୍ତି । ଯାହା ସୂଚନା ମିଳିଛି ଆଲିଆଙ୍କୁ ମନୀଶ ମାଲହୋତ୍ରାଙ୍କର ଏକ ସୋ’ରେ ଚାଲିବାର ଥିଲା । ମୁମ୍ବାଇରେ ଅନୁଷ୍ଠିତ ‘ଦି ବ୍ରାଇଡାଲ୍ କାଉଚର ସୋ’ ନାମକ ଏକ କାର୍ଯ୍ୟକ୍ରମରେ ଆଲିଆ ଏକ ସିଲଭର-ବ୍ଳାକ୍ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ।

ଏଥିରେ ତାଙ୍କ ପତିଦେବ ଅଭିନେତା ରଣବୀର କପୁର ମଧ୍ୟ ଉପସ୍ଥିତ ଥିଲେ। ତେବେ ଆଲିଆଙ୍କ ଲେହେଙ୍ଗାଟି  ଅଧିକ ଓଜନିଆ ଥିବାରୁ ସଠିକ୍ ଭାବେ  ଚାଲି ପାରୁନଥିଲେ । ଯାହା ସ୍ପଷ୍ଟ ଭାବେ ବାରି ହୋଇପଡୁଥିଲା। ତେବେ ଏହି ଦୃଶ୍ୟକୁ କିଛି ଉପସ୍ଥିତ ଲୋକେ ନଜର କରିଥିଲେ । ଯାହାର ଫଟୋ ଏବଂ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା ।

alia bhat

ଭାଇରାଲ ପରେ କିଛି ଉପଭୋକ୍ତାଙ୍କୁ ଖୋରାକ ମିଳିଗଲା ଟ୍ରୋଲସ୍ କରିବା ପାଇଁ । କିଛି ଉପଭୋକ୍ତା ଲୋକପ୍ରିୟ ନାୟିକା ଦୀପିକା ପାଦୁକୋନ୍‌ଙ୍କ ସହ ନିଜକୁ ତୁଳନା କରି ଆଲିଆ ତାଙ୍କୁ ନକଲ କରିବାକୁ ଚାହୁଛନ୍ତି ବୋଲି କହିଛନ୍ତି। ଏପରିକି ଯେତେ ନକଲ କଲେ ବି ତୁମେ ଦୀପିକା ହୋଇପାରିବନି’ବୋଲି ମଧ୍ୟ ଅନେକ ମଜା କରିବାକୁ ଭୁଲିନାହାନ୍ତି। ଦୀପିକାଙ୍କ ଏହି ବିରଳ ଚାଲିକୁ ପାଞ୍ଚ ଦିନ ଧରି ଅନୁସରଣ କରି ମଧ୍ୟ ଆଲିଆ ତାହା ପାରିନାହାନ୍ତି ବି ବୋଲି କେହି କେହି ଉପହାସ କରିଛନ୍ତି।

Video Credit: Bollywood Hungama 

ଆଉ କିଛି ଉପଭୋକ୍ତା କହିଛନ୍ତି, ଏପରି ଭାରୀ ଲେହେଙ୍ଗାରେ ସେ ଚାଲିପାରୁନାହାନ୍ତି , ବହୁତ ଅସହଜ ମନେ କରୁଛନ୍ତି ବୋଲି କହିଛନ୍ତି। ଆଉ ଜଣେ ଲେଖିଛନ୍ତି  ବିଚାରୀ ଝୁଣ୍ଟିପଡ଼ିଥାନ୍ତେ ବର୍ତ୍ତିଗଲେ। ଆଗରୁ ଅଭ୍ୟାସ କରିବାର ଥିଲା ଏବଂ ଏମିତି ମଜା କରିବାର ନଥିଲା ବୋଲି ମଧ୍ୟ କେହି କେହି ଲେଖିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.