ମଝି ରାସ୍ତାରେ ପୋଲିସ ବାବୁଙ୍କୁ ନିର୍ଧୁମ ଛେଚିଲେ ଦୁଇ ଦୁର୍ବୃତ୍ତ, ଭାଇରାଲ ହେଉଛି ଭିଡିଓ

ମଝି ରାସ୍ତାରେ ପୋଲିସ ବାବୁଙ୍କୁ ନିର୍ଧୁମ ଛେଚିଲେ ଦୁଇ ଦୁର୍ବୃତ୍ତ । ଭୁଲିଗଲେ କାହାକୁ କରୁଛନ୍ତି ଆକ୍ରମଣ । ଆଉ ଘଟଣାସ୍ଥଳରେ ଠିଆ ହୋଇ ଦେଖଣାହାରୀ ସାଜିଲେ ଅନେକ ଲୋକ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୋଳରେ ।

ଅନୁଗୋଳ (କେନ୍ୟୁଜ୍): ମଝି ରାସ୍ତାରେ ପୋଲିସ ବାବୁଙ୍କୁ ନିର୍ଧୁମ ଛେଚିଲେ ଦୁଇ ଦୁର୍ବୃତ୍ତ । ଭୁଲିଗଲେ କାହାକୁ କରୁଛନ୍ତି ଆକ୍ରମଣ । ଆଉ ଘଟଣାସ୍ଥଳରେ ଠିଆ ହୋଇ ଦେଖଣାହାରୀ ସାଜିଲେ ଅନେକ ଲୋକ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୋଳରେ ।

ଅନୁଗୋଳ ବିଧାୟକ ତଥା ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ଗୋତମରା ବାସଭବନ ଆଗରେ ଦୁଇ ଜଣ ଯୁବକ ଆତଙ୍କ ଖେଳାଇଥିଲେ। ମଦ୍ୟପାନ କରି ଦୁଇ ଯୁବକ ପ୍ରଥମେ ଅଭଦ୍ର ଭାଷାରେ ଗାଳି ଗୁଳଜ କରିବା ସହ ଭୁଜାଲି ବାହାର କରି ବୁଲାଇଥିଲେ । ଖବର ପାଇ ଘଟଣାସ୍ଥଳରେ ଯେତେବେଳେ ପୋଲିସ ପହଞ୍ଚିଲା ସବୁ ସୀମା ଟପିଯାଇଥିଲେ ଦୁଇ ଯୁବକ। ଉଭୟ ପୋଲିସକୁ ମଧ୍ୟ ଛାଡି ନଥିଲେ।

ହରେଶ ଚନ୍ଦ୍ର ଦଳେଇ ନାମକ ଜଣେ ଏଏସଆଇ ଓ ଅନ୍ୟ ଜଣେ ପୋଲିସ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ପ୍ରାୟ ୧ ୫ ମିନିଟ କାଳ ଏଭଳି ଆକ୍ରମଣ କରି ଚାଲିଥିଲେ ମଧ୍ୟ ସ୍ଥାନୀୟ ଲୋକ ଦେଖଣାହାରୀ ସାଜିଥିଲେ । ଜଣେ ମହିଳା ଭିତରେ ପଶି ଛଡାବାକୁ ବହୁ ଚେଷ୍ଟା କରୁଥିଲେ ସୁଦ୍ଧା ସେମାନେ ମାଡ ମାରିଚାଲିଥିଲେ । ପୋଲିସ୍ ବାବୁ ବି ନିଜକୁ ରକ୍ଷା କରିବା ପାଇଁ ଚେଷ୍ଟା କରୁଥିଲେ । ପାଖରେ ଅନେକ ଲୋକ ଛିଡା ହୋଇଥିଲେ ବି କେହି ଛଡ଼ାଇବାକୁ ମଧ୍ୟ ସାହସ କରି ନଥିଲେ । ପରେ ଅନ୍ୟ ଜଣେ ଯୁବକ ପୋଲିସ୍ ବାବୁଙ୍କୁ ଉକ୍ତ ଦୁଇ ଯୁବକଙ୍କ ହାବୁଡରୁ ମୁକୁଳାଇବାକୁ ଦୌଡି ଆସିଥିଲେ ।

ତେବେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଦୁଇ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଏନେଇ ଖବର ପାଇବା ପରେ ବଅଁରପାଳ ପୋଲିସ ସଦଳବଳ ପହଁଚି ଦୁଇ ପୋଲିସ କର୍ମଚାରୀଙ୍କୁ ଉଦ୍ଧାର କରିବା ସହ ଉଭୟ ଯୁବକଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଦୁଇ ଯୁବକ ଗୋତମରା ଗାଁର ସିପୁନ ଭୋଇ ଏବଂ ଦିପକ ଭୋଇ ବୋଲି ଜଣା ପଡିଛି । ତେବେ ଏଭଳି ଭାବେ ବିଚ୍ ରାସ୍ତା ମଝିରେ ପୋଲିସକୁ ଆକ୍ରମଣ ଘଟଣାରେ ସଭିଏଁ ନିନ୍ଦା କରୁଛନ୍ତି ।

 

Leave A Reply

Your email address will not be published.