ଭବାନୀପାଟଣା ଜନସ୍ୱାସ୍ଥ୍ୟ ସେକ୍ସନର ଆସିଷ୍ଟାଣ୍ଟ ଇଂଜିନିୟରଙ୍କ ଘରେ ଭିଜିଲାନ୍‌ସ ରେଡ୍‌

ଚଢ଼ାଉ ବେଳେ ଘରୁ ମିଳିଛି ନଗଦ ୨କୋଟି ୬୫ ଲକ୍ଷ ଟଙ୍କା । ୨୩୫ ଗ୍ରାମର ସୁନା ଓ ୭ଶହ ଗ୍ରାମର ରୁପା ଅଳଙ୍କାର ଜବତ ହୋଇଛି । ତାଙ୍କର କୋଟିଏରୁ ଅଧିକ ଟଙ୍କାର ବ୍ୟାଙ୍କ ଓ ବୀମା ଜମା ରାଶି ଥିବା ଜଣାଯାଇଛି ।

କଳାହାଣ୍ଡି(କେନ୍ୟୁଜ୍):  ଭିଜିଲାନ୍‌ସ ଜାଲରେ କୋଟିପତି ଯନ୍ତ୍ରୀ । ଭବାନୀପାଟଣା ଜନସ୍ୱାସ୍ଥ୍ୟ ସେକ୍ସନର ଆସିଷ୍ଟାଣ୍ଟ ଇଂଜିନିୟର କିଶୋର ଚନ୍ଦ୍ର ସାହୁଙ୍କ ଘରେ ରେଡ୍‌ । ଚଢ଼ାଉ ବେଳେ ଘରୁ ମିଳିଛି ନଗଦ ୨କୋଟି ୬୫ ଲକ୍ଷ ଟଙ୍କା । ୨୩୫ ଗ୍ରାମର ସୁନା ଓ ୭ଶହ ଗ୍ରାମର ରୁପା ଅଳଙ୍କାର ଜବତ ହୋଇଛି । ତାଙ୍କର କୋଟିଏରୁ ଅଧିକ ଟଙ୍କାର ବ୍ୟାଙ୍କ ଓ ବୀମା ଜମା ରାଶି ଥିବା ଜଣାଯାଇଛି ।

ଆସିଷ୍ଟାଣ୍ଟ ଇଂଜିନିୟର କିଶୋର ଚନ୍ଦ୍ର ସାହୁଙ୍କର ଭବାନୀପାଟଣା ସହରରେ ୧୦ହଜାର ୫ଶହ ବର୍ଗଫୁଟର ତିନି ମହଲା କୋଠା ରହିଛି । ଯାହାର ମୂଲ୍ୟ ଏକ କୋଟି ୧୦ ଲକ୍ଷ ଟଙ୍କା ହେବ । ସେହିପରି ଭବାନୀପାଟଣାରେ ତାଙ୍କର ଦୁଇଟି ପ୍ଲଟ ରହିଛି । ଦୁଇଟି ବାଇକ ମଧ୍ୟ ଥିବା ଜଣାଯାଇଛି । ରେଡ୍‌ ପରେ ଜଣା ପଡିବ କିଶୋର ଚନ୍ଦ୍ର ସାହୁ କେତେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.