Below header

ବିଳମ୍ବିତ ନ୍ୟାୟ ନୁହେଁ, ସାଧାରଣ ଲୋକଙ୍କୁ ତୁରନ୍ତ ନ୍ୟାୟ ଦରକାର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ହାଇକୋର୍ଟର ୭୫ତମ ପୂର୍ତ୍ତି ଉତ୍ସବରେ ଯୋଗ ଦେଇ ତ୍ୱରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ କହିଛନ୍ତି, ନ୍ୟାୟ ବିଳମ୍ବ ପାଇଁ ପୀଡ଼ିତ ହତାଶ ହୋଇ ପଡୁଛନ୍ତି । ସମାଜରେ ଅବହେଳିତ ଲୋକଙ୍କୁ କିପରି ନ୍ୟାୟ ମିଳିବ ତାହା ଜରୁରୀ ।

କେନ୍ୟୁଜ୍(ବ୍ୟୁରୋ): ବିଳମ୍ବିତ ନ୍ୟାୟ ନୁହେଁ, ସାଧାରଣ ଲୋକଙ୍କୁ ତୁରନ୍ତ ନ୍ୟାୟ ଦରକାର । ବିଳମ୍ବିତ ନ୍ୟାୟ ପ୍ରଦାନ ପାଇଁ ଅନେକ ଲୋକ ହଇରାଣ ହେଉଛନ୍ତି । ହାଇକୋର୍ଟର ୭୫ତମ ପୂର୍ତ୍ତି ଉତ୍ସବରେ ଯୋଗ ଦେଇ ତ୍ୱରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ କହିଛନ୍ତି, ନ୍ୟାୟ ବିଳମ୍ବ ପାଇଁ ପୀଡ଼ିତ ହତାଶ ହୋଇ ପଡୁଛନ୍ତି । ସମାଜରେ ଅବହେଳିତ ଲୋକଙ୍କୁ କିପରି ନ୍ୟାୟ ମିଳିବ ତାହା ଜରୁରୀ । ତୁରନ୍ତ ନ୍ୟାୟ ସବୁ ପକ୍ଷଙ୍କୁ ଆଶ୍ୱସ୍ତି ଦେବ । ତ୍ୱରିତ ନ୍ୟାୟ ପ୍ରଦାନ ଦିଗରେ କାର୍ଯ୍ୟ କରି ସାରା ଦେଶରେ ଓଡ଼ିଶା ହାଇକୋର୍ଟ ଉଦାହରଣ ସୃଷ୍ଟି କରିବା ପାଇଁ ରାଷ୍ଟ୍ରପତି କହିଛନ୍ତି । ନ୍ୟାୟ ପ୍ରଦାନ ବ୍ୟବସ୍ଥାରେ ବୈଷୟିକ ବିଦ୍ୟା ବିନିଯୋଗ ପାଇଁ ଓଡ଼ିଶା ହାଇକୋର୍ଟକୁ ପ୍ରଶଂସା କରିଛନ୍ତି । ପରିବେଶ ଓ ବନ୍ୟଜୀବ ସଂରକ୍ଷଣ କଥା ମଧ୍ୟ କହିଥିଲେ ରାଷ୍ଟ୍ରପତି ।

ପରିବେଶ ଓ ବନ୍ୟଜୀବ ସଂରକ୍ଷଣ ମଧ୍ୟ ନ୍ୟାୟପାଳିକାର ଦାୟିତ୍ୱ। ପରିବେଶ ଓ ବନ୍ୟଜୀବ ସଂରକ୍ଷଣକୁ ସର୍ବୋଚ୍ଚ ପ୍ରାଥମିକତା ମିଳିବା ଉଚିତ । ଏହାପରେ ଜଷ୍ଟିସ ମ୍ୟୁଜିୟମ ପରିଦର୍ଶନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେଠାରେ ୧୦ ମିନିଟ ଧରି ରହିବା ସହ ସଂଗ୍ରହାଳୟକୁ ବୁଲି ଦେଖିଛନ୍ତି । ତାଙ୍କ ସହିତ ରାଜ୍ୟପାଳ ଗଣେଶୀ ଲାଲ, ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଏସ ମୁରଲୀଧର ଉପସ୍ଥିତ ଥିଲେ । ଏହାପରେ ହାଇକୋର୍ଟ ପରିସରକୁ ଯାଇ ମହାତ୍ମା ଗାନ୍ଧୀଙ୍କ ପ୍ରତିମର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହାପରେ କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିବ ଉତ୍ସୋବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି । ଏହାପରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.