ସଂସଦ ପରିସରରେ ଆପ୍‌ ସାଂସଦ ରାଘବ ଚଢ଼ାଙ୍କୁ ଖୁମ୍ପିଲା କାଉ, ଟାର୍ଗେଟ୍‌ କରି ସୋସିଆଲ ମିଡିଆରେ ଫଟୋ ଛାଡ଼ିଲା ବିଜେପି

ସଂସଦରେ ଆମ୍ ଆଦମୀ ପାର୍ଟି (ଏଏପି)ର ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କୁ ଏକ କାଉ ଆକ୍ରମଣ କରିଛି। ଏହି ସମୟରେ ସେ ଫୋନରେ କଥା ହେଉଥିଲେ। ମଙ୍ଗଳବାର ଘଟିଥିବା ଏହି ଘଟଣାର ଫଟୋ ଆଜି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି।

ସଂସଦରେ ଆମ୍ ଆଦମୀ ପାର୍ଟି (ଏଏପି)ର ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କୁ ଏକ କାଉ ଆକ୍ରମଣ କରିଛି। ଏହି ସମୟରେ ସେ ଫୋନରେ କଥା ହେଉଥିଲେ। ମଙ୍ଗଳବାର ଘଟିଥିବା ଏହି ଘଟଣାର ଫଟୋ ଆଜି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି।

ସେପଟେ ଦିଲ୍ଲୀ ବିଜେପି ରାଘବ ଚଢ଼ାଙ୍କର ଏହି ଫଟୋକୁ ସୋସିଆଲ ମିଡିଆରେ ଅପଲୋଡ୍‌ କରି ତାଙ୍କୁ ଟାର୍ଗେଟ୍‌ କରିଛି। ଭାରତୀୟ ଜନତା ପାର୍ଟି ଲେଖିଛି ଯେ ‘ଝୁଠ୍‌ ବୋଲେ କୌଓ୍ଵା କାଟେ… ଆଜି ପର୍ଯ୍ୟନ୍ତ କେବଳ ଶୁଣୁଥିଲୁ, ଆଜି ଦେଖିଦେଲୁ, କାଉ ମିଥ୍ୟାକୁ ଖୁମ୍ପିଛି’। ଏହି ଟ୍ଵିଟ୍‌କୁ ୭୦୦ରୁ ଅଧିକ ଲାଇକ୍‌ ମିଳିଥିବା ବେଳେ ପାଖାପାଖି ୨୦୦୦ରୁ ଅଧିକ ଲୋକ ଏହାକୁ ରିଟ୍ୱିଟ କରିଛନ୍ତି। ସୋସିଆଲ ମିଡିଆରେ ଅନେକ ଲୋକ ଏହି ଫଟୋ ଉପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।

କହି ରଖୁଛୁ, ସଞ୍ଜୟ ସିଂଙ୍କ ନିଲମ୍ବନ ପରେ ରାଘବ ଚଢ଼ା ମୋଦି ସରକାରଙ୍କ ଉପରେ ଲଗାତାର ଆକ୍ରମଣ କରୁଛନ୍ତି। ମଙ୍ଗଳବାର ସେ ମଣିପୁର ହିଂସାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍‌ କରିଥିଲେ। ମଣିପୁର ପ୍ରସଙ୍ଗରେ ଚଢ଼ା କହିଛନ୍ତି ଯେ ଏହି ଘଟଣା କୌଣସି ସାଧାରଣ ଘଟଣା ନୁହେଁ। ସାରା ବିଶ୍ୱରେ ଏହାର ଚର୍ଚ୍ଚା ହେଉଛି। କିନ୍ତୁ ଦେଶର ସରକାର ଏହା ଉପରେ ଆଲୋଚନା କରିବାକୁ ଚାହୁଁନାହାଁନ୍ତି।

ରାଘବ ଚଢ଼ା କହିଛନ୍ତି, ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ ବରଖାସ୍ତ କରାଯିବା ଉଚିତ୍। ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯିବା ଉଚିତ। ‘ମନ୍‌ କୀ ବାତ୍‌’ ବହୁତ ହୋଇଗଲା, ଏବେ ମଣିପୁରର ଆଲୋଚନା ହେଉ। ପ୍ରଧାନମନ୍ତ୍ରୀ ମୋଦି ସଂସଦରେ ମଣିପୁର ଉପରେ ଆଲୋଚନା କରନ୍ତୁ। ଏହା ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ। ଏହା ଜାତୀୟ ସୁରକ୍ଷା ପ୍ରସଙ୍ଗ। ଆମ ବିରୋଧୀଙ୍କର କେବଳ ଗୋଟିଏ ଦାବି ଯେ ସରକାର ମଣିପୁର ବିଷୟରେ ଆଲୋଚନା କରନ୍ତୁ।

Leave A Reply

Your email address will not be published.