ଦେଶ ବିଦେଶ

୫୭ କୋଟି ଟଙ୍କା ଦାନ କଲେ ଆଇଆଇଟି ବମ୍ବେର ୧୯୯୮ ବ୍ୟାଚ୍‌, ଭାଙ୍ଗିଲେ ସମସ୍ତ ରେକର୍ଡ

ପାଠ ପଢ଼ିବା ପରେ ଲୋକମାନେ ନିଜ ନିଜ ଚାକିରିରେ ବହୁତ ବ୍ୟସ୍ତ ହୋଇ ଯାଆନ୍ତି । ନିଜ କର୍ମମୟ ଜୀବନରେ ଏତେ ବ୍ୟସ୍ତ ହୋଇଯାଆନ୍ତି ଯେ ସେମାନେ ନିଜ ପରିବାର ବ୍ୟତୀତ ଆଉ କାହା ପାଇଁ ବି ସମୟ ଦେଇ ପାରନ୍ତି ନାହିଁ । ଏପରି ସ୍ଥିତିରେ ନିଜ ସ୍କୁଲ ବା କଲେଜକୁ କିଏ ବା କାହିଁକି ମନେ ରଖିବ । କିନ୍ତୁ ଏଭଳି କଥାକୁ ଭୁଲ ପ୍ରମାଣ କରି ଦେଖାଇଛନ୍ତି ଆଇଆଇଟି ବମ୍ବେର କିଛି ପୂର୍ବ ଛାତ୍ର । ସେମାନେ ନିଜ ଗୁରୁ ଓ ନିଜ ଶିକ୍ଷାକ୍ଷେତ୍ର ପାଇଁ ଏମିତି କିଛି କରି ଦେଖାଇଛନ୍ତି, ଯାହା ବର୍ତ୍ତମାନ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । ଏହି ଅନୁଷ୍ଠାନର କିଛି ପୂର୍ବ ଛାତ୍ର ନିଜ ଶିକ୍ଷାନୁଷ୍ଠାନକୁ ଦେଇଛନ୍ତି କୋଟି କୋଟି ଟଙ୍କା । ନିସ୍ୱାର୍ଥଭାବେ ନିଜ ଶିକ୍ଷାନୁଷ୍ଠାନକୁ ୫୭ କୋଟି ଟଙ୍କା ଡୋନେଟ କରିଛନ୍ତି ।

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ବମ୍ବେକୁ କୋଟି କୋଟି ଟଙ୍କା ଦାନ କରାଯାଇଛି । ଏହି ଟଙ୍କାକୁ ଆଇଆଇଟି ବମ୍ବେର କିଛି ପୂର୍ବଛାତ୍ର ଡୋନେଟ କରିଛନ୍ତି । ୧୯୯୮ ବ୍ୟାଚର ଛାତ୍ରମାନେ ଆଇଆଇଟି ବମ୍ବେର ରୌପ୍ୟ ଜୟନ୍ତୀ ସମାରୋହରେ ନିଜ ଶିକ୍ଷାନୁଷ୍ଠାନକୁ ୫୭ କୋଟି ଟଙ୍କା ଦାନ କରିଛନ୍ତି । ଏପର୍ଯ୍ୟନ୍ତ ଏପରି କୌଣସି ବ୍ୟାଚ୍ ନାହିଁ ଯେଉଁମାନେ ଏତେ ଟଙ୍କା ଦାନ କରିଥିବେ । କିନ୍ତୁ ଏହାପୂର୍ବରୁ ୧୯୭୧ ବ୍ୟାଚର ଛାତ୍ରମାନେ ୪୧ କୋଟି ଟଙ୍କା ଦାନ କରି ଏକ ରେକର୍ଡ ସୃଷ୍ଟି କରିଥିଲେ, ଯାହା ୧୯୯୮ ବ୍ୟାଚର ଛାତ୍ରଛାତ୍ରୀମାନେ ଭାଙ୍ଗିଛନ୍ତି ।

କହି ରଖିବାକୁ ଚାହିଁବୁ ଯେ ୨୦୦ ରୁ ଅଧିକ ପୂର୍ବ ଛାତ୍ର ଏକାଠି ହୋଇ ଆଇଆଇଟି ବମ୍ବେକୁ ୫୭ କୋଟି ଟଙ୍କା ଡୋନେଟ କରିଛନ୍ତି, ଯେଉଁଥିରେ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ – ଭେକ୍ଟର କ୍ୟାପିଟାଲର ଏମଡି ଅନୁପମ ବାନାର୍ଜୀ, ଏଆଇ ରିସର୍ଚ୍ଚର ଦିଲୀପ ଜର୍ଜ, ଗ୍ରେଟ୍ ଲର୍ନିଂ ସିଇଓ ମୋହନ ଲକହମରାଜୁ, କୋଲୋପାଷ୍ଟ ଏସଭିପି ମନୁ ଭର୍ମା, ସିଲିକନ୍ ଭ୍ୟାଲିର ଉଦ୍ୟୋଗୀ ସୁନ୍ଦର ଅୟର୍, ଇଣ୍ଡୋଭାନ୍ସର ସିଇଓ ସନ୍ଦୀପ ଯୋଶୀ ଏବଂ HCL ଆମେରିକାର ମୁଖ୍ୟ ଅଭିବୃଦ୍ଧି ଅଧିକାରୀ ଶ୍ରୀକାନ୍ତ ଶେଟ୍ଟୀ ସାମିଲ ଥିଲେ ।

ଆଇଆଇଟି ବମ୍ବେର ନିର୍ଦ୍ଦେଶକ ସୁଭାଶୀଷ ଚୌଧୁରୀ କହିଛନ୍ତି ଯେ ୧୯୯୮ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ଅବଦାନ ଆଇଆଇଟି ବମ୍ବେର ଅଭିବୃଦ୍ଧିକୁ ବଢ଼ାଇବ ଏବଂ ଉନ୍ନତି ଲକ୍ଷ୍ୟରେ ଏହା ସାହାଯ୍ୟ କରିବ। ସୂଚନା ଥାଉ କି ଆଇଆଇଟି ବମ୍ବେ ଏହି ଟଙ୍କାକୁ ଅଭାବୀ ଛାତ୍ରମାନଙ୍କୁ ଛାତ୍ରବୃତ୍ତି ପ୍ରଦାନ କରିବା, ହଷ୍ଟେଲ ଏବଂ ଲ୍ୟାବରେ ଆବଶ୍ୟକୀୟ ପରିବର୍ତ୍ତନ କରିବା ପାଇଁ ବ୍ୟବହାର କରିବ । ତେବେ ପୂର୍ବ ଛାତ୍ରଙ୍କ ଏହି ଅନୁଦାନ ସମଗ୍ର ଭାରତବର୍ଷରେ ଏକ ରେକର୍ଡ ସୃଷ୍ଟି କରିଛି । ନିଜ ଶିକ୍ଷାନୁଷ୍ଠାନୁର ପାଇଥିବା ଆଦର୍ଶକୁ ଆଜି ପର୍ଯ୍ୟନ୍ତ ଭୁଲି ନାହାନ୍ତି ଏହି ଛାତ୍ରମାନେ । ନିଜ ସଞ୍ଚିତ ପୁଞ୍ଜିରୁ କିଛି କିଛି ଟଙ୍କା ଯୋଗାଡ଼ କରି ଏମାନେ ଏତେ ଟଙ୍କା ଦେବାକୁ ସମର୍ଥ ହୋଇଥିଲେ । ତେବେ ଏହି ଟଙ୍କାକୁ ଗରିବ ଛାତ୍ରଛାତ୍ରୀମାନଙ୍କ ପାଇଁ ବ୍ୟବହାର କରାଯିବ ବୋଲି ଆଇଆଇଟି ବମ୍ବେ ତରଫରୁ କୁହାଯାଇଛି ।

Subhalaxmi Das

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

13 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

19 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago