ଦେଶ ବିଦେଶ

ଅନାସ୍ଥା ଭୋଟରେ ଇମ୍ରାନ ଖାନ୍‌ ପରାଜୟ,ପ୍ରଧାନମନ୍ତ୍ରୀ ପଦରୁ ହେଲେ ବହିଷ୍କୃତ

କେନ୍ୟୁଜ୍(ବ୍ୟୁରୋ): ପାକିସ୍ତାନରେ ଇମ୍ରାନ ସରକାରର ପତନ । ଅନାସ୍ଥା ଭୋଟରେ ଇମ୍ରାନ ଖାନ୍‌ ପରାଜୟ ବରଣ କରିବା ସହ ଦେଶର ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କୃତ ହୋଇଛନ୍ତି । ଅନାସ୍ଥା ଭୋଟରେ ବହିଷ୍କୃତ ହେବାରେ ଇମ୍ରାନ ହେଉଛନ୍ତି ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ । ପାକିସ୍ତାନ ପରିସ୍ଥିତି ଅଶାନ୍ତ ହୋଇପଡିଛି । ରାସ୍ତା ଉପରକୁ ଇମ୍ରାନଙ୍କ ସମର୍ଥକ ଓହ୍ଲାଇ ଥିବାରୁ ବିଭିନ୍ନ ସହରରେ ସେନା ମୁତୟନ କରାଯାଇଛି । ନେତା ଓ ଅଧିକାରୀ ଦେଶ ଛାଡ଼ିବା ଉପରେ କଟକଣା ଲାଗିଛି । ଅନାସ୍ଥା ପ୍ରସ୍ତାବ ଭୋଟ ଟାଳିବା ପାଇଁ ଦିନ ତମାମ କସରତ ଚାଲିଥିଲା । ତେବେ ରାତିରେ ସଂସଦ ବୈଠକ ବସିଥିଲା । କିନ୍ତୁ ଅନାସ୍ଥା ଭୋଟ ପୂର୍ବରୁ ଉଭୟ ବାଚସ୍ପତି ଓ ଉପବାଚସ୍ପତି ଇସ୍ତଫା ଦେଇଥିଲେ । ସେମାନଙ୍କ ସ୍ଥାନରେ ଜଣେ ଅସ୍ଥାୟୀ ବିଚାରପତି ଅନାସ୍ଥା ଭୋଟ କରାଇଥିଲେ ।

ମଧ୍ୟରାତିରେ ହୋଇଥିବା ମତଦାନ ପୂର୍ବରୁ ଇମ୍ରାନଙ୍କ ଦଳର ସମସ୍ତ ସଭ୍ୟ କକ୍ଷତ୍ୟାଗ କରିଥିଲେ । ଇମ୍ରାନଙ୍କ ବିରୋଧରେ ୧୭୪ ଭୋଟ ପଡିଥିଲା । ଅନାସ୍ଥା ହାରିବା ପରେ ଇମ୍ରାନ ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ଛାଡିଥିବା ଜଣାପଡିଛି । ଆମେ କାହାରିଠାରୁ ପ୍ରତିଶୋଧ ନେବୁ ନାହିଁ, କାହା ପ୍ରତି ଅନ୍ୟାୟ କରିବୁ ନାହିଁ । କାହାରିକୁ ଜେଲରେ ରଖିବୁ ନାହିଁ । ଆଇନ ତା ବାଟରେ ଯିବ ବୋଲି କହିଛନ୍ତି ଶାହବାଜ ସରିଫ

KNews Bureau

Recent Posts

ସ୍କୁଲ ଛୁଟି ନିଷ୍ପତ୍ତି ବଦଳିଲା, ସ୍ଥାନୀୟ ପାଣିପାଗ ଦେଖି ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର(କେନ୍ୟୁଜ୍‌): ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ…

8 mins ago

ବିବାହ ପୂର୍ବରୁ ଶାଶୁଘର ଲୋକଙ୍କ ସହ ନଜର ଆସିଲେ ସୋନାକ୍ଷୀ, ଭାଇରାଲ ହେଉଛି ଫଟୋ

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରକୁଲ ପ୍ରୀତ ସିଂ, କ୍ରିତି ଖରବନ୍ଦା…

14 mins ago

ଦାର୍ଜିଲିଂ ଟ୍ରେନ ଟ୍ରାଜେଡି : ୧୫ରେ ପହଞ୍ଚିଥିଲା ମୃତକଙ୍କ ସଂଖ୍ୟା, ୧୯ଟି ଟ୍ରେନ ବାତିଲ, ମାନବୀୟ ତ୍ରୁଟିରୁ ଦୁର୍ଘଟଣା

ପଶ୍ଚିମବଙ୍ଗ ଦାର୍ଜିଲିଂରେ ହୋଇଥିବା ରେଳ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା…

15 mins ago

ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ବର୍ଗକୁ ସାନ୍ତ୍ୱନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ । ପଶ୍ଚିମବଙ୍ଗର ନୂଆ ଜଲ୍ ପାଇଗୁଡ଼ି…

21 mins ago

ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କୁ ଭେଟିଲେ ଗୌତମ ଗମ୍ଭୀର, ଲୋକସଭା ନିର୍ବାଚନରେ ବିଜୟ ପାଇଁ ଜଣାଇଲେ ଶୁଭେଚ୍ଛା

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବର୍ତ୍ତମାନ ଚର୍ଚ୍ଚାରେ । ଗମ୍ଭୀରଙ୍କ ମେଣ୍ଟରଶିପ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (KKR)…

38 mins ago

କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ପାରିବାରିକ ମାସିକ ପତ୍ରିକା କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ। ଭୁବନେଶ୍ବର ଭରତପୁର ବସ୍ତିରେ…

43 mins ago