ଦେଶ ବିଦେଶ

ସରକାର ବଞ୍ଚାଇବା ପାଇଁ ଇମ୍ରାନ୍‌ ଖାନ୍‌ ଚଳାଇଲେ ଚାଲ୍‌, ବିପକ୍ଷଙ୍କ ର‍୍ୟାଲି ରୋକିବା ପାଇଁ ଦେଲେ ଆତଙ୍କୀ ଆକ୍ରମଣ ଚେତାବନୀ

ପାକିସ୍ତାନରେ ଇମ୍ରାନ ସରକାରଙ୍କ ଏବେ ଖରାପ ସମୟ ଚାଲିଛି । ଦେଶରେ ବେଶ୍‌ କିଛି ଦିନ ଧରି ବିରୋଧୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ । ବିପକ୍ଷଙ୍କ ଏହି ବିରୋଧୀ ର‍୍ୟାଲିକୁ ବନ୍ଦ କରିବା ପାଇଁ ଇମ୍ରାନ ଖାନ୍‌ ସବୁ ପ୍ରକାର ଉଦ୍ୟମ ଚଳାଇଛନ୍ତି । ଏପରିକି ର‍୍ୟାଲିରେ ଆତଙ୍କବାଦୀ ଆକ୍ରମଣ ହେବାର ଚେତାବନୀ ଜାରି କରିଛନ୍ତି ।

୧୧ ବିରୋଧୀ ଦଳକୁ ନେଇ ଗଠିତ ମେଣ୍ଟ ଡେମୋକ୍ରାଟିକ୍‌ ମୁଭମେଣ୍ଟ ୧୩ ଡିସେମ୍ବର ରେ ଲାହୋର ଠାରେ ଆନ୍ଦୋଳନ ଦେବାକୁ ଧମକ ଦେଇଛି । ଏହାକୁ ପ୍ରତିହତ କରିବା ପାଇଁ ଇମ୍ରାନ ସରକାର ଆନ୍ଦୋଳନକାରୀଙ୍କୁ ଡରାଇଛନ୍ତି ଯେ ତହରିକ୍‌-ଏ-ତାଲିବାନ୍‌ (ଟଟିପି) ଆତଙ୍କୀ ଆକ୍ରମଣ କରିବାର ଯୋଜନା କରୁଛି ।

ତେଣୁ କୈାଣସି ସ୍ଥାନରେ ଅଧିକ ସଂଖ୍ୟାରେ ଲୋକ ଏକାଠି ନହେବାକୁ ସରକାର ଚେତାବନୀ ଜାରି କରିଛନ୍ତି । ଏଆର୍‌ବାଇ ନ୍ୟୁଜ୍‌ ଅନୁଯାୟୀ, ପୂର୍ବରୁ ଏକ ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କରିଦିଆଯାଇଥିବାରୁ ପୁଣି ଥରେ ଟିଟିପି ଆକ୍ରମଣ କରିପାରେ । ତେଣୁ ଆନ୍ଦୋଳନ ପାଇଁ କଡ଼ା ସତର୍କତାମୂଳକ ପଦକ୍ଷେପ ନେବାକୁ ସରକାର ଚେତାବନୀ ଦେଇଛନ୍ତି । ଏହା ପୂର୍ବରୁ କୋଭିଡ୍‌ ସତର୍କତା ପାଇଁ ଆନ୍ଦୋଳନ ରୋକିବାକୁ ଇମ୍ରାନ ଖାନ୍‌ ଅପିଲ୍‌ କରିଥିଲେ । ହେଲେ ୧୩ ଡିସେମ୍ବର ର‍୍ୟାଲି ବନ୍ଦ କରାଯିବ ନାହିଁ ମେଣ୍ଟ ଦଳ ପ୍ରକାଶ କରିଥିଲା ।

Niharanjan

Recent Posts

୭୫ ବର୍ଷ ବୟସରେ ତିନିଚକିଆ ଗାଡିରେ ଘର ଘର ବୁଲି ପରିବା ବିକୁଛନ୍ତି ଦିବ୍ୟାଙ୍ଗ

ସୋରଡା (କେନ୍ୟୁଜ) : ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଇଏ ବୋଧେ ସଂଘର୍ଷ । ତିନି…

3 mins ago

ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା…

4 mins ago

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

48 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

51 mins ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

1 hour ago

ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…

1 hour ago