ଦେଶ ବିଦେଶ

ପ୍ରଧାନମନ୍ତ୍ରୀ ପଦରୁ ହଟିବା ପରେ ସରକାରୀ BMW X5 କାର୍‌ ନେଇଗଲେ ଇମ୍ରାନ ଖାନ! ଉପହାରରେ ମିଳିଥିବା ହ୍ୟାଣ୍ଡ୍‌ଗନ ବି ବିକିଦେଲେ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପିଛା ଛାଡ଼ୁନି ବିବାଦ। ଗତ ମାସରେ ଅବିଶ୍ୱାସ ପ୍ରସ୍ତାବ ମାଧ୍ୟମରେ ନିଜ ପଦରୁ ହଟିବା ପରେ ଇମ୍ରାନ ୧୫ କୋଟି ପାକିସ୍ତାନୀ ମୂଲ୍ୟର ଏକ ବିଳାସପୂର୍ଣ୍ଣ କାର ସାଥୀରେ ନେଇଯାଇଥିବା ଦାବି କରିଛନ୍ତି ପାକିସ୍ତାନର ସୂଚନା ମନ୍ତ୍ରୀ ମରିୟମ ଔରଙ୍ଗଜେବ। ଔରଙ୍ଗଜେବ କହିଛନ୍ତି ଯେ ଇମ୍ରାନ ଖାନ ନିଜ ପାଖରେ ଏକ ସରକାରୀ BMW X5 କାର ରଖିଛନ୍ତି। ଏହି କାର୍‌ ବୈଦେଶିକ ପ୍ରତିନିଧି ମଣ୍ଡଳୀଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରଖାଯାଇଥିବା କାର୍‌ଗୁଡ଼ିକ ମଧ୍ୟରୁ ଅନ୍ୟତମ। ସେ ଆହୁରି କହିଛନ୍ତି କି, କାରର ମୂଲ୍ୟ ପାଖାପାଖି ୧୫ କୋଟି ପାକିସ୍ତାନୀ ଟଙ୍କା, ଯାହା ଉଭୟ ବୋମା ଏବଂ ବୁଲେଟ ପ୍ରୁଫ ରହିଛି। ଏହାକୁ ପ୍ରାୟ ୬ ବର୍ଷ ପୂର୍ବେ ୩ କୋଟି ପାକିସ୍ତାନୀ ମୁଦ୍ରାରେ କିଣାଯାଇଥିଲା।

ଏକ ଖବରକାଗଜରେ ପ୍ରକାଶିତ ରିପୋର୍ଟ ମୁତାବକ, ଇମ୍ରାନ ନିଜ ପାଖରେ ଏହି କାର ରଖିବାକୁ ଚାହୁଁଛନ୍ତି। ଯେତେବେଳେ କି, ପୂର୍ବରୁ ସେ ନିଜେ ପ୍ରଧାନମନ୍ତ୍ରୀଙ୍କ ଆବାସରେ ମହଙ୍ଗା କାର ରଖାଯିବାକୁ ନେଇ ପୂର୍ବତନ ସରକାରଙ୍କୁ ସମାଲୋଚନା କରି ସାରିଛନ୍ତି। ବର୍ତ୍ତମାନ ସୂଚନା ମନ୍ତ୍ରୀ ଆଉ ଏକ ଦାବି କରିଛନ୍ତି ଯେ ଇମ୍ରାନ ଅନ୍ୟ ଦେଶର କୂଟନୀତିଜ୍ଞଙ୍କ ଦ୍ୱାରା ଉପହାରରେ ମିଳିଥିବା ଏକ ହ୍ୟାଣ୍ଡ୍‌ଗନକୁ ମଧ୍ୟ ନିଜ ପାଖରେ ରଖି ଦେଇଥିଲେ, ଯାହାକୁ ସରକାରୀ ଗୋଦାମ ଘରେ ରଖାଯିବାର ଥିଲା।

କହି ରଖୁଛୁ, ପାକିସ୍ତାନୀ ଆଇନ ଅନୁସାରେ, କୌଣସି ଅନ୍ୟ ଦେଶର ଅତିଥିଙ୍କଠାରୁ ମିଳିଥିବା ଉପହାରଗୁଡ଼ିକୁ ସରକାରୀ ତୋଷଖାନାରେ ରଖାଯିବା ଉଚିତ୍। ଗତ ମାସରେ ଅବିଶ୍ୱାସ ପ୍ରସ୍ତାବରେ ହାରିବା ପରେ ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା। ସେବେଠାରୁ ତାଙ୍କ ଦଳ ତେହରିକ୍-ଏ-ଇନ୍‌ସାଫ୍‌ ବିଦେଶୀ ଉପହାରକୁ ନେଇ ଶାହବାଜ ସରିଫଙ୍କ ନେତୃତ୍ୱାଧୀନ ସରକାରଙ୍କଠାରୁ ବିବାଦର ସମ୍ମୁଖୀନ ହେଉଛି।

ଦୁଇ ସପ୍ତାହ ତଳେ ଇସଲାମାବାଦ ହାଇକୋର୍ଟ ଇମ୍ରାନ ଖାନଙ୍କ ଦ୍ୱାରା ତାଙ୍କ ସରକାରୀ ଗସ୍ତ ସମୟରେ ଗ୍ରହଣ କରାଯାଇଥିବା ଉପହାରଗୁଡ଼ିକର ସବିଶେଷ ତଥ୍ୟ ଦେବାକୁ ନୂଆ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ କହିଥିଲେ କି, ଅନ୍ୟ ଦେଶର ସରକାରଙ୍କ ଦ୍ୱାରା ସରକାରୀ ଅଧିକାରୀମାନଙ୍କୁ ଦିଆଯାଇଥିବା ଉପହାର ପାକିସ୍ତାନ ସରକାରଙ୍କର ହୋଇଥାଏ, ଏହା କୌଣସି ବ୍ୟକ୍ତି ବିଶେଷଙ୍କର ନୁହେଁ। ସେତେବେଳେ ଏହାର ଉତ୍ତରରେ ଇମ୍ରାନ ଖାନ କହିଥିଲେ, ସେହି ଉପହାରଗୁଡ଼ିକ ତାଙ୍କର ଏବଂ ଏହାକୁ ସେ ନିଜ ପାଖରେ ରଖିବେ କି ନାହିଁ, ତାହା ତାଙ୍କ ବ୍ୟକ୍ତିଗତ ଇଚ୍ଛା। ଇମ୍ରାନ କହିଥିଲେ କି, ‘ମୋ ଉପହାର, ମୋ ଇଚ୍ଛା’।

ପାକିସ୍ତାନ ସୂଚନା ମନ୍ତ୍ରୀ ମରିୟମ ଔରଙ୍ଗଜେବ ଏହା ମଧ୍ୟ କହିଛନ୍ତି ଯେ ଇମ୍ରାନ କେବଳ ସରକାରୀ ଉପହାରରେ ହିଁ ଘୋଟାଲା କରି ନାହାନ୍ତି, ବରଂ ଚିନି ଏବଂ ଅଟା ଘୋଟାଲା କରି ମଧ୍ୟ ବହୁତ ଟଙ୍କା ଆୟ କରିଛନ୍ତି। ଔରଙ୍ଗଜେବଙ୍କ କହିବା ହେଲା, ଅନ୍ୟ ଦେଶର କୂଟନୀତିଜ୍ଞ ପାକିସ୍ତାନ ଆସି ଏଠାରେ ଇମ୍ରାନଙ୍କୁ ହ୍ୟାଣ୍ଡ୍‌ଗନ ଉପହାରରେ ଦେଇଥିଲେ। କିନ୍ତୁ ଇମ୍ରାନ ଏହାକୁ ଦେଶର ଗୋଦାମ ଘରେ ନ ରଖି ମହଙ୍ଗା ମୂଲ୍ୟରେ ବିକି ଦେଇଥିଲେ।

Roshni

Recent Posts

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

2 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

18 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

24 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

37 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago