ରାଜ୍ୟ

ଘଣ୍ଟ,ଶଙ୍ଖ ବାଜା ଓ ବାଣରେ ପ୍ରକମ୍ପିତ ହେଉଛି ବରଗଡ ଜିଲ୍ଲା ବରପାଲି ସହର: ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଥାଳଉଠା ପର୍ବ ସମ୍ପନ୍ନ

ବରଗଡ(କେନ୍ୟୁଜ): ପବିତ୍ର ଅକ୍ଷୟ ତୃତୀୟା ଦିନ ଥାଳଉଠା ପର୍ବ ସହ କନ୍ଯା ପିତାମାତା ଚୟନ ପ୍ରକ୍ରିୟା ଶେଷ ହେବା ପରେ ଆରମ୍ଭ ହୋଇଛି ବରଗଡ ଜିଲ୍ଲା ବରପାଲି ଶୀତଳ ଷଷ୍ଠୀ ଯାତ୍ରାର ଆଦ୍ୟପର୍ବ । ଦୀର୍ଘ ଦୁଇବର୍ଷ କରୋନା କଟକଣା ପରେ ପୁଣି ଥରେ ବାବା କପିଳେଶ୍ବର ଏବଂ ମାତା ପାର୍ବତୀଙ୍କ ବିବାହ ଉତ୍ସବ ପାଇଁ ଉତ୍ସବ ମୁଖର ବରପାଲି ସହର । ଚଳିତ ବର୍ଷ ମାତା ପାର୍ବତୀଙ୍କୁ କନ୍ଯା ରୂପରେ ପାଇ ବରପାଲି ଜଗନ୍ନାଥ ନଗର ବାସୀଙ୍କ ସମେତ ମଳୟ ତ୍ରିପାଠୀ ଏବଂ ତାଙ୍କ ପତ୍ନୀ ସବିତା ତ୍ରିପାଠୀ ବେଶ ଖୁସି ।

ଘଣ୍ଟ,ଶଙ୍ଖ ବାଜା ଓ ବାଣରେ ପ୍ରକମ୍ପିତ ହେଉଛି ବରଗଡ ଜିଲ୍ଲା ବରପାଲି ସହର । ନଟରାଜ କ୍ଲବ ପରିସରରୁ ମନ୍ଦିରକୁ ଶିବ ପାର୍ବତୀଙ୍କ ବିବାହ ପାଇଁ ଚାଲିଥିଲା ଥାଳ ଉଠା ଶୋଭାଯାତ୍ରା । ଆଉ ବାବା କପିଳେଶ୍‌ର ମନ୍ଦିରରେ ଚାଲିଛି ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା । ପ୍ରତିକ୍ଷାରେ ପିତାମାତା । ମନ୍ଦିର ସମ୍ମୁଖରେ ଭକ୍ତଙ୍କ ଭିଡ । ମନ୍ଦିର ଭିତରେ ପୂଜାର୍ଚ୍ଚନା ପରେ ପୂଜା ଥାଳ ବାହାରିଲା ମନ୍ଦିର ବାହାରକୁ । ଏହା ପରେ ଆରମ୍ଭ ହେଲା ବରପାଲିର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାର ଚାନ୍ଦ ଆଦାୟ ପ୍ରକ୍ରିୟା । ଅକ୍ଷୟ ତୃତୀୟା ଦିନ ହିଁ ଥାଳ ଉଠା ପର୍ବ ସହ ଆରମ୍ଭ ହୋଇଥାଏ ପିତାମାତା ଚୟନ ପ୍ରକ୍ରିୟା ।ମାତା ପାର୍ବତୀଙ୍କୁ କନ୍ଯା ରୂପରେ ପାଇବା ପାଇଁ ବର୍ଷ ବର୍ଷ ଧରି ଅନେକ ଭକ୍ତ ଅପେକ୍ଷା କରିଥିବା ବେଳେ ଚଳିତ ବର୍ଷ ଜଗନ୍ନାଥ ନଗରର ତ୍ରିପାଠୀ ପରିବାର ପାର୍ବତୀଙ୍କୁ କନ୍ଯା ରୂପରେ ପାଇ ବେଶ୍ ଉତ୍ସାହିତ ।

ବରପାଲି ଶୀତଳ ଷଷ୍ଠୀ ଯାତ୍ରା ଚଳିତ ବର୍ଷ ୧୪୫ ତମ ବର୍ଷରେ ପଦାର୍ପଣ କରିଛି । ବିଗତ ଦୁଇବର୍ଷ ମହାମାରୀ କରୋନା ପାଇଁ ନିଡାମ୍ବର ଭାବେ ବାବା କପିଳେଶ୍ବର ଏବଂ ଜଗତ ଜନନୀ ମାତା ପାର୍ବତୀଙ୍କ ବିବାହ ଉତ୍ସବ ହୋଇଥିବା ବେଳେ ଚଳିତ ବର୍ଷ ମହାମାରି କରୋନା କଟକଣା ହଟିବା ପରେ ବଡ ଆଡମ୍ବର ସହ ଶୀତଳ ଷଷ୍ଠୀ ଯାତ୍ରା ଆୟୋଜନ କରିବା ପାଇଁ ବ୍ଯାପକ ପ୍ରସ୍ତୁତି ଚଳାଇଛନ୍ତି ଆୟୋଜକ । ଅନ୍ଯପଟେ ଥାଳଉଠା ଉତ୍ସବରେ ଶହ ଶହ ଭକ୍ତ ସାମିଲ ହୋଇ ବେଶ ଉତ୍ସାହିତ । ଥାଳଉଠା ପର୍ବ ସମାପନ ପରେ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଉତ୍ସବ ମୁଖରିତ ବରପାଲି ସହର । ଆସନ୍ତା ମେ ମାସ ୩୧ ତାରିଖରୁ ଜୁନ ୬ ତାରିଖ ପର୍ଯ୍ଯନ୍ତ ହେବାକୁ ଥିବା ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଯାତ୍ରା କମିଟି ଆରମ୍ଭ କରିଛି ପ୍ରସ୍ତୁତି।

 

Sonalisa

Recent Posts

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

7 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

22 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

28 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

42 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

2 hours ago