ଦେଶ ବିଦେଶ

ବିବାହର ଦେଢ଼ ମାସ ପରେ ବିଗିଡ଼ିଲା ସ୍ତ୍ରୀର ସ୍ୱାସ୍ଥ୍ୟାବସ୍ଥା, ଅଲଟ୍ରାସାଉଣ୍ଡ୍‌ କରିବାରୁ ଜଣାପଡ଼ିଲା ଅଛନ୍ତି ୪ ମାସର ଗର୍ଭବତୀ

ଉତ୍ତର ପ୍ରଦେଶ: ବାହାଘରର ଦେଢ଼ ମାସ ପରେ କନ୍ୟାର ଦେହ ଖରାପ ହେଲା, ଆଉ ଚିକିତ୍ସା କରିବାରୁ ଜଣାପଡ଼ିଲା ଯେ ସେ ୪ ମାସର ଗର୍ଭବତୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାର କୋହ୍ଲଇ ଥାନା ଅନ୍ତର୍ଗତ ଏକ ଗାଁରେ। ଏଠାରେ ନବ ବିବାହିତାଙ୍କ ଅଲ୍‌ଟ୍ରାସାଉଣ୍ଡ୍‌ ପରେ ଜଣାପଡ଼ିଥିଲା ଯେ ସେ ୪ ମାସ ଗର୍ଭବତୀ ଅଛନ୍ତି। ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ତାଙ୍କ ବିବାହକୁ ଏବେ ମାତ୍ର ଦେଢ଼ ମାସ ହୋଇଛି। ଏ ନେଇ ଜାଣିବା ପରେ ମହିଳାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି।

ଯୁବକ ଜଣକ ଅଭିଯୋଗରେ କହିଛନ୍ତି ଯେ ଗାଁର ଜଣେ ସମ୍ପର୍କୀୟଙ୍କ ମଧ୍ୟସ୍ଥତାରେ ଗତ ଦେଢ଼ ମାସ ତଳେ ତାଙ୍କ ବିବାହ ପାଖ ଜିଲ୍ଲାର ଯୁବତୀଙ୍କ ସହ ହୋଇଥିଲା। କିନ୍ତୁ ଠିକ୍‌ ଭାବେ ସଂସାର କରିବା ପୂର୍ବରୁ ହିଁ ତାଙ୍କର ସବୁ କିଛି ଉଜୁଡ଼ି ଯାଇଛି। ସେ ଧୋକାର ଶିକାର ହୋଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ବିବାହକୁ ମାତ୍ର ଦେଢ଼ ମାସ ହୋଇଥିବା ବେଳେ ପତ୍ନୀ ଏବେ ୪ ମାସର ଗର୍ଭବତୀ ଅଛନ୍ତି। ଏହି କଥା ଜାଣିବା ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଛି।

ବାହାଘରର କିଛି ଦିନ ପରେ ନବବିବାହିତାଙ୍କ ପେଟରେ ହଠାତ୍‌ ଯନ୍ତ୍ରଣା ହେବାରୁ ଶାଶୁ ଘର ଲୋକେ ତାଙ୍କୁ ଔଷଧ ଦେଇଥିଲେ। ତଥାପି ଯନ୍ତ୍ରଣା କମି ନଥିଲା। ଫଳରେ ସେମାନେ ବୋହୂକୁ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିଲେ। ସେଠାରେ ଡାକ୍ତର ସ୍ତ୍ରୀ ଗର୍ଭବତୀ ଥିବା ନେଇ ଆଶଙ୍କା କରିଥିଲେ। ଏଣୁ ଅଲ୍‌ଟ୍ରାସାଉଣ୍ଡ କରାଇଥିଲେ। କିନ୍ତୁ ଅଲଟ୍ରାସାଉଣ୍ଡ୍‌ରେ ଯାହା ରିପୋର୍ଟ ଆସିଥିଲା ତାହା ସମସ୍ତଙ୍କୁ ଦୋହଲାଇ ଦେଇଥିଲା। ଡାକ୍ତର କହିଥିଲେ ଯେ ବୋହୂ ୪ ମାସର ଗର୍ଭବତୀ ଅଛନ୍ତି। ତା’ ପରେ ପାଟି ତୁଣ୍ଡ ହୋଇଥିଲା ଓ ପୁଣିଥରେ ଅଲ୍‌ଟ୍ରା ସାଉଣ୍ଡ କରାଯାଇଥିଲା। କିନ୍ତୁ ଏଥରକ ବି ରିପୋର୍ଟ ସମାନ ଆସିଥିଲା।

କଥା ଅଧିକ ବିଗିଡ଼ିବାରୁ ଶାଶୁ ଘର ଲୋକ ଝିଅର ବାପ ଘର ଲୋକଙ୍କୁ ଡାକିଥିଲେ ଓ ସେମାନେ ତାଙ୍କୁ ମିଛ କହି ବାହାଘର କରାଇଥିବା କହିଥିଲେ। ଘର ଲୋକ ସତ ଜାଣିଥିଲେ ମଧ୍ୟ ତାଙ୍କୁ ମିଛ କହି ବାହାଘର କରାଇଥିଲେ ବୋଲି ଶାଶୁ ଘର ଲୋକ ଅଭିଯୋଗ କରିଥିଲେ। ତେବେ ପୋଲିସ ଏହି ମାମଲାର ତଦନ୍ତ କରୁଛି ଓ ତଦନ୍ତ ପରେ ପୂରା ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି କହିଛି।

Also Read: ଋଣରେ ବୁଡ଼ି ରହିଥିଲେ ଅଭିନେତା କମଲ ହାସନ୍‌, ଏବେ ଫିଲ୍ମ ସୁପରହିଟ୍‌ ହେବା ପରେ ସୁଝାଇବେ ଲୋନ୍‌

WCW 11

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago