ଟେକ୍

ଏବେ ପର୍ଯ୍ୟନ୍ତ ବନାଇ ନାହାଁନ୍ତି ନିଜ ପିଲାର ବାର୍ଥ ସାର୍ଟିଫିକେଟ, ତେବେ ବ୍ୟସ୍ତ ନ ହୋଇ ଘରେ ବସି ଏପରି ବନାନ୍ତୁ

କଣ ଆପଣ ନୂଆ ନୂଆ ବାପା ମାଆ ହୋଇଛନ୍ତି? କଣ ଆପଣଙ୍କ ଘରକୁ ନୂଆ ସଦସ୍ୟ ଆସିଛନ୍ତି? ଯଦି ହଁ, ତାହେଲେ ଆପଣ ତାର ବାର୍ଥ ସାର୍ଟିଫିକେଟ କରିଛନ୍ତି ନା ନାହିଁ। ଯଦି କରିନାହାଁନ୍ତି ନିଶ୍ଚୟ କରନ୍ତୁ। ଯଦି ଏବେ ସୁଦ୍ଧା ଆପଣ ନିଜ ପିଲାର ବାର୍ଥ ସାର୍ଟିଫିକେଟ ବନାଇ ନାହାଁନ୍ତି ତାହେଲେ ଏଥିପାଇଁ ଜମା ବି ବ୍ୟସ୍ତ ହୁଅନ୍ତୁନାହିଁ। ଆପଣ ଘରେ ବସି ଅତି ସହଜରେ ହିଁ ନିଜ ପିଲାର ବାର୍ଥ ସାର୍ଟିଫିକେଟ ବା ଜନ୍ମ ପ୍ରମାଣପତ୍ର ତିଆରି କରିପାରିବେ। ସାଧାରଣତଃ ଲୋକମାନଙ୍କୁ ଲାଗିଥାଏ ଯେ ପିଲାମାନଙ୍କ ବାର୍ଥ ସାର୍ଟିଫିକେଟ ବନାଇବା ବଡ ମୁସକିଲ କାମ ହୋଇଥାଏ ଏବଂ ଅନେକ ଅଫିସ୍‌ ର ଚକ୍କର କାଟିବାକୁ ପଡିଥାଏ। କିନ୍ତୁ ନା, ଏମିତି ବିଲକୁଲ ବି ନୁହେଁ। ଯଦି ଆପଣଙ୍କର ବି ଏହିଭଳି କିଛି କନଫ୍ୟୁଜନ୍‌ ରହିଛି ତାହେଲେ ମୁଁ ଆପଣଙ୍କ ଏହି ସମସ୍ୟାର ସମାଧାନ ନେଇ ଆସିଛି। ନମସ୍କାର ମୁଁ ପ୍ରୀତି, କେନ୍ୟୁଜଓଡିଶାକୁ ଆପଣଙ୍କୁ ସ୍ୱାଗତ ଜଣାଉଛି।

ଯଦି ଆପଣଙ୍କ ପିଲା ଏବେ ଏବେ ଜନ୍ମ ହୋଇଛି ଏବଂ ଆପଣ ତାର ନାମ ବି ରଖିନାହାଁନ୍ତି ତାହେଲେ ମଧ୍ୟ ଆପଣ ବାର୍ଥ ସାର୍ଟିଫିକେଟ୍‌ ବନାଇପାରିବେ। ଆଉ ପରେ ଯେତେବେଳେ ଆପଣ ନିଜ ପିଲାର ନାମ ସିଲେକ୍ଟ କରୁଛନ୍ତି ସେତେବେଳେ ଅଫିସକୁ ଯାଇ ସାର୍ଟିଫିକେଟକୁ ଅପଡେଟ୍‌ କରାଇପାରିବେ। ଅଫିସକୁ ଯାଇ ଆପଣଙ୍କୁ ଏକ ଫର୍ମ ଭରିବାକୁ ହେବ ଏବଂ ସେଥିରେ ଆପଣ ବାଛିଥିବା ପିଲାର ନାମ ଭରିବାକୁ ହେବ। ଏମିତି କରିବା ପରେ ପିଲାର ନାମ ଅପଡେଟ୍‌ କରିଦିଆଯିବ।

ତେବେ ଜାଣନ୍ତୁ କେମିତି ଅନଲାଇନ ବାର୍ଥ ସାର୍ଟିଫିକେଟ୍‌ ପାଇଁ ଆପ୍ଲାଏ କରିବେ ?

  • ସର୍ବପ୍ରଥମେ ଆପଣଙ୍କୁ https://crsorgi.gov.in/web/index.php/auth/login ୱେବସାଇଟକୁ ଯିବାକୁ ହେବ।
  • ଏଠାରେ ଆପଣଙ୍କୁ ବାର୍ଥ ସାର୍ଟିଫିକେଟର ବିକଳ୍ପ ଦେଖାଯିବ। ଏହା ଉପରେ କ୍ଲିକ କରିବାକୁ ହେବ।
  • ଏହାପରେ ଆପଣଙ୍କୁ ବାର୍ଥ ସାର୍ଟିଫିକେଟ୍‌ ପାଇଁ ଏକ ରେଜିଷ୍ଟ୍ରେସନ୍‌ ଫର୍ମ ଦେଖାଯିବ, ଯାହା ଉପରେ ଆପଣଙ୍କୁ କ୍ଲିକ କରିବାକୁ ହେବ।
  • ଏବେ ଆପଣଙ୍କୁ କିଛି ଡିଟେଲ୍ସ ଭରିବାକୁ ହେବ। ଏହାପରେ ଆପଣଙ୍କ ଆଇଡି ତିଆରି ହୋଇଯିବ।
  • ଏହାସହିତ ଏକ ପାସଓ୍ଵାର୍ଡ ବି ତିଆରି ହେବ ଯେଉଁ ପାସଓ୍ଵାର୍ଡ ସାହାଯ୍ୟରେ ଆପଣ ସାଇଟରେ ଲଗଇନ୍‌ କରିପାରିବେ।
  • ଏହି ଆଇଡି ପାସଓ୍ଵାର୍ଡ ଜରିଆରେ ଆପଣଙ୍କୁ ୱେବସାଇଟରେ ଲଗଇନ୍‌ କରିବାକୁ ହେବ।
  • ଏହାପରେ ଆପଣଙ୍କୁ ନିଜ ପିଲାର ଡିଟେଲ୍ସ ଭରିବାକୁ ହେବ। ସବୁକୁ ଭଲଭାବେ ଚେକ୍‌ କରନ୍ତୁ ଏବଂ ସବମିଟ୍‌ କରିଦିଅନ୍ତୁ।
  • ଯେମିତି ହିଁ ଫର୍ମ ସବମିଟ୍‌ ହୋଇଯିବ ଆପଣଙ୍କ ପାଖକୁ ଏକ କନଫରମେସନ୍‌ ମେସେଜ୍‌ ଆସିବ। ଏହି ମେସେଜ୍‌ ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବରକୁ ଆସିବ।
  • ଏହାପରେ ୭ ରୁ ୮ ଦିନ ଭିତରେ ଆପଣଙ୍କ ପିଲାର ବାର୍ଥ ସାର୍ଟିଫିକେଟ ଆପଣଙ୍କୁ ମିଳିଯିବ। ଧ୍ୟାନ ରଖନ୍ତୁ ଏହି ତରିକା ପିଲା ଜନ୍ମ ହେବାର ୨୧ ଦିନ ଭିତରେ ହିଁ କାମ କରିବ।

ଏବେ ଆସନ୍ତୁ ଜାଣିବା ଏହାପାଇଁ କଣ କଣ ସବୁ ଡକ୍ୟୁମେଣ୍ଟ ଦରକାର ପଡିବ

୧ – ମାତା ପିତାଙ୍କ ବାର୍ଥ ସାର୍ଟିଫିକେଟ
୨ – ମାତା ପିତାଙ୍କ ମ୍ୟାରେଜ୍‌ ସାର୍ଟିଫିକେଟ
୩ – ହସ୍ପିଟାଲର ବାର୍ଥ ଲେଟର
୪ – ମାତା ପିତାଙ୍କ ପରିଚୟ ପତ୍ର

ଏସବୁ ସତ୍ତ୍ୱେ ବି ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବର୍ତ୍ତମାନ ହସ୍ପିଟାଲ ପକ୍ଷରୁ ବି ବାର୍ଥ ସାର୍ଟିଫିକେଟ ତିଆରି କରାଯାଉଛି। ଆପଣ ହସ୍ପିଟାଲରୁ ଡିସଚାର୍ଜ ହେବା ପୂର୍ବରୁ ହିଁ ନିଜ ନବଜାତ ଶିଶୁର ବାର୍ଥସାର୍ଟିଫିକେଟ ନିଶ୍ଚୟ କରାଇନିଅନ୍ତୁ। ନଚେତ ପରେ ଆପଣଙ୍କୁ ଅନେକ ପ୍ରୋସେସ୍‌ ଦେଇ ଯିବାକୁ ପଡିପାରେ।

Pritiparna

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago