ଚୀନ୍ ପରେ ଏବେ ଭାରତରେ ବୋଇଂ ୭୩୭ ମ୍ୟାକ୍ସ-୮ ବିମାନ ଚଳାଚଳକୁ ବ୍ୟାନ୍‌ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ

କେନ୍ୟୁଜ୍ : ବୋଇଂ ୭୩୭ ବିମାନ ଭାରତରେ ଉଡାଣ ବନ୍ଦ । ଭାରତରେ ବୋଇଂ ୭୩୭ ମ୍ୟାକ୍ସ-୮ ବିମାନ ଚଳାଚଳକୁ ବ୍ୟାନ୍‌ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ଯେପର୍ଯ୍ୟନ୍ତ ଏହି ବିମାନର ସୁରକ୍ଷା ସଂପର୍କିତ ଯାଞ୍ଚ ଶେଷ ନହୋଇଛି, ସେପର୍ଯ୍ୟନ୍ତ ବିମାନ ଚଳାଚଳ ବନ୍ଦ ରହିବ । ଏନେଇ ବିଭିନ୍ନ ଏୟାରଲାଇନ୍ସ ଓ ଏଜେନ୍ସିଙ୍କ ସହ କଥା ହେଉଥିବା DGCA ପକ୍ଷରୁ କୁହାଯାଇଛି । ସେହିପରି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ସବୁ ଏୟାର ଲାଇନ୍ସର ଏକ ବୈଠକ ଡାକିଛନ୍ତି । ବୈଠକରେ ଯାତ୍ରୀଙ୍କ ଅସୁବିଧା ନେଇ ଆଲୋଚନା ହେବ । ଗତ ୬ ମାସ ମଧ୍ୟରେ ବୋଇଂ ୭୩୭ ମ୍ୟାକ୍ସ-୮ ବିମାନ ଦୁଇ ଥର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହା ପରେ ବିଶ୍ୱର ଅନେକ ଦେଶକୁ ଏହି ବିମାନ ଚଳାଚଳ ଉପରେ ରୋକ୍‌ ଲଗାଇଛନ୍ତି ।

ଭାରତ ପୂର୍ବରୁ ବ୍ରିଟେନ୍‌, ଫ୍ରାନ୍ସ, ଜର୍ମାନୀ, ଅଷ୍ଟ୍ରେଲିଆ, ସିଙ୍ଗାପୁର, ମାଲେସିଆ, ଆୟରଲାଣ୍ଡ, ଆଇସଲାଣ୍ଡ, ଓମାନ ଓ ଚୀନ ପ୍ରଭୁତି ଦେଶ ଏହି ବିମାନ ଚଳାଚଳ ଉପରେ ରୋକ୍‌ ଲଗାଇଛନ୍ତି । ବୋଇଂ ୭୩୭ ମ୍ୟାକ୍ସ-୮ ବିମାନ ଚଳାଚଳକୁ ନେଇ ପୂର୍ବରୁ ଭାରତ ପକ୍ଷରୁ ଗାଇଡ୍‌ ଲାଇନ୍‌ ଜାରି କରାଯାଇଥିଲା । ଏଥିରେ କୁହାଯାଇଥିଲା, ଏହି ବିମାନ ଚଲାଇବା ପାଇଁ ପାଇଲଟଙ୍କ ପାଖରେ ଅତିକମ୍‌ରେ ୧୦୦ ଘଣ୍ଟାର ଅଭିଜ୍ଞତା ରହିଥିବା ଆବଶ୍ୟକ । ଭାରତରେ ଏହି ବିମାନ କେବଳ ସ୍ପାଇସ୍‌ଜେଟ୍‌ ଓ ଜେଟ୍‌ ଏୟାରେଓ୍ଵଜ ବ୍ୟବହାର କରୁଛନ୍ତି । ସ୍ପାଇସ୍‌ଜେଟ୍‌ ପାଖରେ ୮ଟି ବୋଇଂ ୭୩୭ ମ୍ୟାକ୍ସ-୮ ବିମାନ ରହିଛି । DGCAର ନିଷ୍ପତ୍ତି ପରେ ସ୍ପାଇସ୍‌ଜେଟ୍‌ ମଧ୍ୟ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ବିମାନ ଚଳାଚଳ ବନ୍ଦ କରିବ ବୋଲି କହିଛି ।

KNews Bureau

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

7 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

20 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

29 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

32 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago