ଚୀନ୍ ପରେ ଏବେ ଭାରତରେ ବୋଇଂ ୭୩୭ ମ୍ୟାକ୍ସ-୮ ବିମାନ ଚଳାଚଳକୁ ବ୍ୟାନ୍‌ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ

କେନ୍ୟୁଜ୍ : ବୋଇଂ ୭୩୭ ବିମାନ ଭାରତରେ ଉଡାଣ ବନ୍ଦ । ଭାରତରେ ବୋଇଂ ୭୩୭ ମ୍ୟାକ୍ସ-୮ ବିମାନ ଚଳାଚଳକୁ ବ୍ୟାନ୍‌ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ଯେପର୍ଯ୍ୟନ୍ତ ଏହି ବିମାନର ସୁରକ୍ଷା ସଂପର୍କିତ ଯାଞ୍ଚ ଶେଷ ନହୋଇଛି, ସେପର୍ଯ୍ୟନ୍ତ ବିମାନ ଚଳାଚଳ ବନ୍ଦ ରହିବ । ଏନେଇ ବିଭିନ୍ନ ଏୟାରଲାଇନ୍ସ ଓ ଏଜେନ୍ସିଙ୍କ ସହ କଥା ହେଉଥିବା DGCA ପକ୍ଷରୁ କୁହାଯାଇଛି । ସେହିପରି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ସବୁ ଏୟାର ଲାଇନ୍ସର ଏକ ବୈଠକ ଡାକିଛନ୍ତି । ବୈଠକରେ ଯାତ୍ରୀଙ୍କ ଅସୁବିଧା ନେଇ ଆଲୋଚନା ହେବ । ଗତ ୬ ମାସ ମଧ୍ୟରେ ବୋଇଂ ୭୩୭ ମ୍ୟାକ୍ସ-୮ ବିମାନ ଦୁଇ ଥର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହା ପରେ ବିଶ୍ୱର ଅନେକ ଦେଶକୁ ଏହି ବିମାନ ଚଳାଚଳ ଉପରେ ରୋକ୍‌ ଲଗାଇଛନ୍ତି ।

boeingଭାରତ ପୂର୍ବରୁ ବ୍ରିଟେନ୍‌, ଫ୍ରାନ୍ସ, ଜର୍ମାନୀ, ଅଷ୍ଟ୍ରେଲିଆ, ସିଙ୍ଗାପୁର, ମାଲେସିଆ, ଆୟରଲାଣ୍ଡ, ଆଇସଲାଣ୍ଡ, ଓମାନ ଓ ଚୀନ ପ୍ରଭୁତି ଦେଶ ଏହି ବିମାନ ଚଳାଚଳ ଉପରେ ରୋକ୍‌ ଲଗାଇଛନ୍ତି । ବୋଇଂ ୭୩୭ ମ୍ୟାକ୍ସ-୮ ବିମାନ ଚଳାଚଳକୁ ନେଇ ପୂର୍ବରୁ ଭାରତ ପକ୍ଷରୁ ଗାଇଡ୍‌ ଲାଇନ୍‌ ଜାରି କରାଯାଇଥିଲା । ଏଥିରେ କୁହାଯାଇଥିଲା, ଏହି ବିମାନ ଚଲାଇବା ପାଇଁ ପାଇଲଟଙ୍କ ପାଖରେ ଅତିକମ୍‌ରେ ୧୦୦ ଘଣ୍ଟାର ଅଭିଜ୍ଞତା ରହିଥିବା ଆବଶ୍ୟକ । ଭାରତରେ ଏହି ବିମାନ କେବଳ ସ୍ପାଇସ୍‌ଜେଟ୍‌ ଓ ଜେଟ୍‌ ଏୟାରେଓ୍ଵଜ ବ୍ୟବହାର କରୁଛନ୍ତି । ସ୍ପାଇସ୍‌ଜେଟ୍‌ ପାଖରେ ୮ଟି ବୋଇଂ ୭୩୭ ମ୍ୟାକ୍ସ-୮ ବିମାନ ରହିଛି । DGCAର ନିଷ୍ପତ୍ତି ପରେ ସ୍ପାଇସ୍‌ଜେଟ୍‌ ମଧ୍ୟ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ବିମାନ ଚଳାଚଳ ବନ୍ଦ କରିବ ବୋଲି କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.