Below header

ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା , ୬ଜଣଙ୍କ ମୃତ୍ୟୁ

କେନ୍ୟୁଜ୍ : ଦୁର୍ଘଟଣାର ଦିନ। ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୬ଜଣଙ୍କ ମୃତ୍ୟୁ ହୋଇଛି। ବଲାଙ୍ଗିର-ସୋନପୁର ରାସ୍ତା ସୁଦପଡାରେ ଟ୍ରକକୁ ଧକ୍କା ଦେଲା ଟ୍ରକ। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

balangirନାୟଗଡ଼-ଦଶପଲ୍ଲା ଏସାର ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇ ଜଣ ବୌଦ୍ଧ ତଳିଗାଁ ଅଞ୍ଚଳର। ଏକ ଯାତ୍ରୀବାହୀ ବସ୍‌ ନୟାଗଡ଼ରୁ ଭୁବନେଶ୍ୱର ଯାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ବାଇକକୁ ମୁହାଁମୁହିଁ ଧକ୍କା ଦେଇଥିଲା।

bikeଗଞ୍ଜାମରେ ବି ମର୍ମନ୍ତୁଦ ସଡକ ଦୁର୍ଘଟଣା। ପିକଅପ ଭ୍ୟାନ-ବାଇକ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଜରିପାଲ୍ଲୀ ଗାଁ ନିକଟରେ ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ଚକରା ପଟ୍ଟନାୟକ ଓ ସୁଧୀର ଭୋଇ। ଗତକାଲି ଦୁଇ ଜଣ ବାଇକ୍‌ରେ ଭଞ୍ଜନଗର ଯାଉଥିବାବେଳେ ଜରିପଲ୍ଲୀ ନିକଟରେ ଏକ ଟାଟା ମ୍ୟାଜିକ ସହ ଧକ୍କା ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.