ଦେଶ ବିଦେଶ

ପାକିସ୍ତାନ ଉପରେ ଭାରତ ବୃହତ ବିଜୟ ଉତ୍ସବ ମନାଇଲେ ଫ୍ୟାନ୍ସ, ବିଳମ୍ବିତ ରାତିରେ ବାଣ ଫୁଟାଇ କଲେ ସେଲିବ୍ରେସନ

ଏସିଆ କପ ୨୦୨୩ ସୁପର-୪ ମ୍ୟାଚରେ ଭାରତ ପାକିସ୍ତାନ ବିପକ୍ଷରେ ୨୨୮ରନର ବୃହତ ବିଜୟ କରିବା ପରେ ସମଗ୍ର ଭାରତରେ ଖୁସିର ମାହୋଲ । ଭାରତର ଏହି ବିଜୟ ପରେ ଜମ୍ମୁରେ ଲୋକେ ରାତିରେ ଉତ୍ସବ ମନାଇଥିଲେ । ଲୋକମାନେ ରାସ୍ତା ବାଣ ଫୁଟାଇ ଖୁସି କରିଥିଲେ । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍ରେ ଭାରତ ୨୨୮ ରନ୍ରେ ପାକିସ୍ତାନକୁ ହରାଇ ଥିବା ବେଳେ ବିରାଟ କୋହଲି ଏହି ମ୍ୟାଚ୍ରେ ୪୭ ତମ ଦିନିକିଆ ଶତକ ହାସଲ କରିବା ସହିତ ଦିନିକିଆ କ୍ରିକେଟରେ ନିଜର ୧୩,୦୦୦ ରନ୍ ପୂରଣ କରିଛନ୍ତି । ସେହିପରି କେଏଲ୍ ରାହୁଲ ବହୁ ଦିନ ପରେ କମ୍‌ବ୍ୟାକ ମ୍ୟାଚରେ ଶତକ ହାସଲ କରିଛନ୍ତି ।

ପାକିସ୍ତାନକୁ ଏତେ ରନ୍‌ ବ୍ୟବଧାନରେ ହରାଇଛି ଭାରତ । ଟିମର ଏହି ବିଜୟକୁ ନେଇ ସାରା ଦେଶରେ ବିଭିନ୍ନ ସ୍ଥାନରେ ଉତ୍ସବ ପାଳନ ହେଉଥିବା ଦେଖିବାକୁ ମିଳିଥିଲା । ଜମ୍ମୁ ଏବଂ ଗୁଜରାଟରେ ବାଣ ଫୁଟାଇଥିବା ବେଳେ ପଶ୍ଚିମବଙ୍ଗରେ ଲୋକମାନେ ତ୍ରିରଙ୍ଗା ଉଡାଇଥିଲେ । ଏହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଲୋକମାନେ ବିଭିନ୍ନ ମଜାଦାର ମିମ୍ ପ୍ରସ୍ତୁତ କରି ସେୟାର କରୁଛନ୍ତି ।

ବର୍ଷା ବାଧାପ୍ରାପ୍ତ ମ୍ୟାଚ ରିଜର୍ଭ ହୋଇ ଗତକାଲି ଖେଳାଯାଇଥିଲା । ପାକିସ୍ତାନ ଟିମ୍‌ ଟସ୍‌ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ କରିବାକୁ ସୁଯୋଗ ଦେଇଥିଲା । ଫଳରେ ଭାରତ ୨ ଓ୍ଵିକେଟ ହରାଇ ୫୦ ଓଭରରେ ୩୫୬ ରନ୍‌ କରିଥିଲା । ବିରାଟ ଏବଂ କେଏଲ ରାହୁଲଙ୍କ ଶତକୀୟ ପାରି ଖେଳିଥିଲେ । ଏହାର ଜବାବରେ ପାକିସ୍ତାନ ଟିମ୍‌ ୩୨ ଓଭରରେ ୧୨୮ ରନରେ ଅଲଆଉଟ ହୋଇଥିଲେ । କୁଲଦୀପ ଯାଦବ ୫ଟି ଓ୍ଵିକେଟ ନେଇଥିଲେ । ବୁମରା ଏବଂ ଶାର୍ଦ୍ଦୁଳ ଠାକୁର ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ ।

Swagatika

Recent Posts

ପୁଣେ ପୋର୍ସେ କାର ଦୁର୍ଘଟଣା ମାମଲା: ନାବାଳକ ଅଭିଯୁକ୍ତର ମା’ ଗିରଫ, ରକ୍ତ ନମୁନା ବଦଳାଇଥିବା ଅଭିଯୋଗ

ପୁଣେ ପୋର୍ସେ କାର୍ ଦୁର୍ଘଟଣା ମାମଲାରେ ନାବାଳକଙ୍କ ମା’ଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ନାବାଳକ ମା' ଶିବାନୀ…

3 mins ago

ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି, ଉପକୂଳରେ ଅସହ୍ୟ ହେଉଛି ଗୁଳୁଗୁଳି

କେନ୍ୟୁଜ୍‌: ଜଳୁଛି ପଶ୍ଚିମ, ସିଝୁଛି ଉପକୂଳ । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି । ଆକାଶରୁ ହେଉଛି ଅଗ୍ନିବର୍ଷା ।…

27 mins ago

ଗ୍ରାହକଙ୍କୁ ଆଶ୍ୱସ୍ତି, ମାସ ଆରମ୍ଭରୁ କମିଲା ଗ୍ୟାସ୍‌ ସିଲିଣ୍ଡର ଦାମ୍‌

ଦେଶରେ ଲୋକସଭା ନିର୍ବାଚନର ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି । ଭୋଟ ଚାଲିଥିବା ବେଳେ ଗ୍ରାହକଙ୍କୁ ଖୁସି କରିଦେଇଛନ୍ତି…

34 mins ago

ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ

କେନ୍ୟୁଜ୍‌: ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ । ୫୭ଟି…

1 hour ago

ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ

ମୟୂରଭଞ୍ଜ(କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ । ସେଥିରେ ରହିଛି ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅଧୀନ, ଯଶୀପୁର,…

1 hour ago

ଆସନ୍ତୁ ଜାଣିବା ଆଜି କେଉଁ ସହରରେ କେତେ ରହିଛି ଡିଜେଲ ଓ ପେଟ୍ରୋଲ୍ ମୂଲ୍ୟ

ଆସନ୍ତୁ ଜାଣିବା ଆଜି କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ? ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦ ଟଙ୍କା…

2 hours ago