ପାକିସ୍ତାନ ଉପରେ ଭାରତ ବୃହତ ବିଜୟ ଉତ୍ସବ ମନାଇଲେ ଫ୍ୟାନ୍ସ, ବିଳମ୍ବିତ ରାତିରେ ବାଣ ଫୁଟାଇ କଲେ ସେଲିବ୍ରେସନ

ଭାରତ ବୃହତ ବିଜୟକୁ ନେଇ ସାରା ଦେଶରେ ବିଭିନ୍ନ ସ୍ଥାନରେ ଉତ୍ସବ ପାଳନ ହେଉଥିବା ଦେଖିବାକୁ ମିଳିଥିଲା । ଜମ୍ମୁ ଏବଂ ଗୁଜରାଟରେ ବାଣ ଫୁଟାଇଥିବା ବେଳେ ପଶ୍ଚିମବଙ୍ଗରେ ଲୋକମାନେ ତ୍ରିରଙ୍ଗା ଉଡାଇଥିଲେ । ଏହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଲୋକମାନେ ବିଭିନ୍ନ ମଜାଦାର ମିମ୍ ପ୍ରସ୍ତୁତ କରି ସେୟାର କରୁଛନ୍ତି ।

ଏସିଆ କପ ୨୦୨୩ ସୁପର-୪ ମ୍ୟାଚରେ ଭାରତ ପାକିସ୍ତାନ ବିପକ୍ଷରେ ୨୨୮ରନର ବୃହତ ବିଜୟ କରିବା ପରେ ସମଗ୍ର ଭାରତରେ ଖୁସିର ମାହୋଲ । ଭାରତର ଏହି ବିଜୟ ପରେ ଜମ୍ମୁରେ ଲୋକେ ରାତିରେ ଉତ୍ସବ ମନାଇଥିଲେ । ଲୋକମାନେ ରାସ୍ତା ବାଣ ଫୁଟାଇ ଖୁସି କରିଥିଲେ । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍ରେ ଭାରତ ୨୨୮ ରନ୍ରେ ପାକିସ୍ତାନକୁ ହରାଇ ଥିବା ବେଳେ ବିରାଟ କୋହଲି ଏହି ମ୍ୟାଚ୍ରେ ୪୭ ତମ ଦିନିକିଆ ଶତକ ହାସଲ କରିବା ସହିତ ଦିନିକିଆ କ୍ରିକେଟରେ ନିଜର ୧୩,୦୦୦ ରନ୍ ପୂରଣ କରିଛନ୍ତି । ସେହିପରି କେଏଲ୍ ରାହୁଲ ବହୁ ଦିନ ପରେ କମ୍‌ବ୍ୟାକ ମ୍ୟାଚରେ ଶତକ ହାସଲ କରିଛନ୍ତି ।

ପାକିସ୍ତାନକୁ ଏତେ ରନ୍‌ ବ୍ୟବଧାନରେ ହରାଇଛି ଭାରତ । ଟିମର ଏହି ବିଜୟକୁ ନେଇ ସାରା ଦେଶରେ ବିଭିନ୍ନ ସ୍ଥାନରେ ଉତ୍ସବ ପାଳନ ହେଉଥିବା ଦେଖିବାକୁ ମିଳିଥିଲା । ଜମ୍ମୁ ଏବଂ ଗୁଜରାଟରେ ବାଣ ଫୁଟାଇଥିବା ବେଳେ ପଶ୍ଚିମବଙ୍ଗରେ ଲୋକମାନେ ତ୍ରିରଙ୍ଗା ଉଡାଇଥିଲେ । ଏହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଲୋକମାନେ ବିଭିନ୍ନ ମଜାଦାର ମିମ୍ ପ୍ରସ୍ତୁତ କରି ସେୟାର କରୁଛନ୍ତି ।

ବର୍ଷା ବାଧାପ୍ରାପ୍ତ ମ୍ୟାଚ ରିଜର୍ଭ ହୋଇ ଗତକାଲି ଖେଳାଯାଇଥିଲା । ପାକିସ୍ତାନ ଟିମ୍‌ ଟସ୍‌ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ କରିବାକୁ ସୁଯୋଗ ଦେଇଥିଲା । ଫଳରେ ଭାରତ ୨ ଓ୍ଵିକେଟ ହରାଇ ୫୦ ଓଭରରେ ୩୫୬ ରନ୍‌ କରିଥିଲା । ବିରାଟ ଏବଂ କେଏଲ ରାହୁଲଙ୍କ ଶତକୀୟ ପାରି ଖେଳିଥିଲେ । ଏହାର ଜବାବରେ ପାକିସ୍ତାନ ଟିମ୍‌ ୩୨ ଓଭରରେ ୧୨୮ ରନରେ ଅଲଆଉଟ ହୋଇଥିଲେ । କୁଲଦୀପ ଯାଦବ ୫ଟି ଓ୍ଵିକେଟ ନେଇଥିଲେ । ବୁମରା ଏବଂ ଶାର୍ଦ୍ଦୁଳ ଠାକୁର ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.