ରାସ୍ତା ପାଇଁ ରାସ୍ତା ଅବରୋଧ, ୫୫ ନମ୍ବର ଜାତୀୟ ରାଜପଥ ମରାମତି ପାଇଁ ଦାବି

ରାସ୍ତା ପାଇଁ ରାସ୍ତା ଅବରୋଧ। ଜାତୀୟ ରାଜପଥ ନିର୍ମାଣ କାମ ମନ୍ଥର ଗତିରେ ଚାଲିଥିବା ସହ ରାସ୍ତା ଗୁଡିକ ମରାମତି ଦାବିରେ ରାସ୍ତା ଅବରୋଧ। ରେଢ଼ାଖୋଲ ନାଗରିକ କମିଟି ତରଫରୁ ୫୫ ନମ୍ବର ଜାତୀୟ ରାଜପଥ ରେଢାଖୋଲ ଭୀମଭୋଇ ଛକ ନିକଟରେ ସକାଳ ୬ଟାରୁ ବନ୍ଦ କରାଯାଇଛି।

ରେଢ଼ାଖୋଲ (କେନ୍ୟୁଜ): ରାସ୍ତା ପାଇଁ ରାସ୍ତା ଅବରୋଧ। ଜାତୀୟ ରାଜପଥ ନିର୍ମାଣ କାମ ମନ୍ଥର ଗତିରେ ଚାଲିଥିବା ସହ ରାସ୍ତା ଗୁଡିକ ମରାମତି ଦାବିରେ ରାସ୍ତା ଅବରୋଧ। ରେଢ଼ାଖୋଲ ନାଗରିକ କମିଟି ତରଫରୁ ୫୫ ନମ୍ବର ଜାତୀୟ ରାଜପଥ ରେଢାଖୋଲ ଭୀମଭୋଇ ଛକ ନିକଟରେ ସକାଳ ୬ଟାରୁ ବନ୍ଦ କରାଯାଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ସହ ସହ ଗାଡି ଅଟକି ରହିଛି।

ଅନୁଗୁଳ ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ୪ ଲେନ୍ ରାସ୍ତା ଦାବିରେ ଏହି ଧାରଣା ଦିଆଯାଇଛି। ୨୦୧୭ରୁ ନିର୍ମାଣ କାମ ଆରମ୍ଭ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଶେଷ ହେଉନି। ଯାହାକୁ ନେଇ ରେଢ଼ାଖୋଲ ନାଗରିକ କମିଟି ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଇଛି । ତେବେ ଦାବି ପୂରଣ ନହେବାରୁ ୧୨ ଘଣ୍ଟିଆ ରାସ୍ତା ଅବରୋଧ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.