ନୂଆଁଖାଇରେ ନୂଆହାଣ୍ଡିରେ ରାନ୍ଧିବାର ରହିଛି ପରମ୍ପରା, ପ୍ରସ୍ତୁତିରେ ବ୍ୟସ୍ତ କୁମ୍ଭକାର ପରିବାର

ଦିନ କେଇଟା ପରେ ଆସୁଛି ପଶ୍ଚିମଓଡିଶାର ମହାନ ଗଣପର୍ବ ନୂଆଁଖାଇ। ଏଥିପାଇଁ ଗାଁ ଠୁ ସହର ଚଳଚଞ୍ଚଳ। ଏଥିପାଇଁ ପ୍ରସ୍ତୁତି ବି ଜୋରସୋର ଚାଲିଛି ନୂଆଁଖାଇ ପାଇଁ । ବୌଦ୍ଧ ଜିଲ୍ଲାରେ କୁମ୍ଭାର ବା ମାଟିକାରିଗର ମାନଙ୍କର ଆଉ ଫୁରସତ ନାହିଁ । ନୂଆଁଖାଇରେ ବ୍ୟବହୃତ ନୂଆଁହାଣ୍ଡି, ମାଟିପାତ୍ର, ପ୍ରସ୍ତୁତିରେ ଲାଗିପଡିଛନ୍ତି କୁମ୍ଭାରମାନେ ।

କଣ୍ଟାମାଳ(କେନ୍ୟୁଜ୍): ଦିନ କେଇଟା ପରେ ଆସୁଛି ପଶ୍ଚିମଓଡିଶାର ମହାନ ଗଣପର୍ବ ନୂଆଁଖାଇ। ଏଥିପାଇଁ ଗାଁ ଠୁ ସହର ଚଳଚଞ୍ଚଳ। ଏଥିପାଇଁ ପ୍ରସ୍ତୁତି ବି ଜୋରସୋର ଚାଲିଛି ନୂଆଁଖାଇ ପାଇଁ । ବୌଦ୍ଧ ଜିଲ୍ଲାରେ କୁମ୍ଭାର ବା ମାଟିକାରିଗର ମାନଙ୍କର ଆଉ ଫୁରସତ ନାହିଁ । ନୂଆଁଖାଇରେ ବ୍ୟବହୃତ ନୂଆଁହାଣ୍ଡି, ମାଟିପାତ୍ର, ପ୍ରସ୍ତୁତିରେ ଲାଗିପଡିଛନ୍ତି କୁମ୍ଭାରମାନେ ।

ନୂଆଁଖାଇରେ ଧନୀ ହେଉକି ଗରିବ ସମସ୍ତେ ନୂଆଁ ହାଣ୍ଡିରେ ରାନ୍ଧିବାର ପରମ୍ପରା ଥିବାରୁ ସମସ୍ତେ ମାଟିହାଣ୍ଡି କିଣିଥାନ୍ତି । ଏଥିପାଇଁ କାରିଗରମାନେ ବି ବେଶ ଦୁଇ ପଇସା ରୋଜଗାର କରନ୍ତି । ଏଥିପାଇଁ ପାଇଁ ମାଟି କାରିଗରମାନେ ଦିନରାତି ଏକ କରି ମାଟିହାଣ୍ଡି ପ୍ରସ୍ତୁତିରେ ଲାଗିପଡିଛନ୍ତି । କେଉଁ ବାପ ଅଜା ଅମଳରୁ କୁମ୍ଭକାର ପରିବାର ଏହି ବୃତ୍ତିକୁ ଆପଣେଇ ମାଟି କାମ କରୁଛନ୍ତି । ଏଥିରେ ପରିଶ୍ରମ ତୁଳନାରେ ବିଶେଷ ଲାଭ ନଥିଲେ ମଧ୍ୟ ବୃତ୍ତିକୁ ଛାଡିପାରୁନାହାନ୍ତି। ତେବେ ଅନ୍ୟସମୟ ଅପେକ୍ଷା ନୂଆଁଖାଇ ସମୟରେ ଏହି ମାଟି ହାଣ୍ଡି ମାଟି ବେଶୀ ବିକ୍ରୀ ହୋଇଥାଏ। ତେଣୁ ମାସେ ପୂର୍ବରୁ କୁମ୍ଭକାର ପରିବାର ମାଟି ଆଣି ଏହିସବୁ ମାଟି ପାତ୍ର ପ୍ରସ୍ତୁତ କରିଥାନ୍ତି।

ନୂଆଁଖାଇ ହେଉଛି ମହାନ କୃଷି ଭିତ୍ତିକ ଗଣପର୍ବ ଏବଂ ପ୍ରକୃତି ସାଙ୍ଗେ ଅଙ୍ଗାଙ୍ଗୀଭାବେ ଜଡିତ। ଏଥିପାଇଁ ସମସ୍ତେ କଂସା ବାସନା ବ୍ୟବହାର ନକରି ନୂଆଁହାଣ୍ଡିରେ ଖାଦ୍ୟ ପ୍ରସ୍ତୁତି କରି ମାଙ୍କ ନବାର୍ଣ୍ଣ ଅର୍ପଣ କରିଥାନ୍ତି । ସେହିପରି  ବନ୍ଧୁବାନ୍ଧବ ଘରକୁ ନୂଆଁହାଣ୍ଡି ଦ୍ୱାରା ପନିପରିବା ଦ୍ରବ୍ୟ  ତିହାର ପାଇଁ ପଠାଯାଇଥାଏ ।  ଏପଟେ  ନୂଆହାଣ୍ଡିରେ ଗାଁ ଇଷ୍ଟଦେବୀଙ୍କ ମଧ୍ୟ ଭୋଗ ଲାଗି କରାଯାଇଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.