ମହାନଦୀକୁ ଡେଇଁ ନିଖୋଜ ଥିବା ବ୍ୟକ୍ତି ଉଦ୍ଧାର, ସେଲଫି ନେବା ବେଳେ ଖସି ପଡିଥିଲେ 

ସେଲଫି ନେବାବେଳେ ଖସିପଡିଲେ। ୩ ଘଣ୍ଟା ପରେ ସୁରକ୍ଷିତ ଉଦ୍ଧାର କଲା ଅଗ୍ନିଶମ ବାହିନୀ। ସମ୍ବଲପୁର ଚାଉଁରପୁର ପୋଲ ଉପରରେ ବସିଥିବାବେଳେ ପାଣିକୁ ଖସିପଡିଲେ ୭୦ ବର୍ଷୀୟ ବୃଦ୍ଧ। ୩ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ। 

ସମ୍ବଲପୁର (କେନ୍ୟୁଜ): ରଖେ ହରି ତ ମାରେ କିଏ। ସେଲଫି ନେବାବେଳେ ଖସିପଡିଲେ। ୩ ଘଣ୍ଟା ପରେ ସୁରକ୍ଷିତ ଉଦ୍ଧାର କଲା ଅଗ୍ନିଶମ ବାହିନୀ। ସମ୍ବଲପୁର ଚାଉଁରପୁର ପୋଲ ଉପରରେ ବସିଥିବାବେଳେ ପାଣିକୁ ଖସିପଡିଲେ ୭୦ ବର୍ଷୀୟ ବୃଦ୍ଧ। ୩ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ। ତାଙ୍କ ନାଁ ସୁରେନ୍ଦ୍ର ମୋହନ ମିଶ୍ର।

ସେ ଜିଲ୍ଲାପାଳ କାର୍ଯ୍ୟାଳୟର ଜଣେ ଅବସରପ୍ରାପ୍ତ କର୍ମଚାରୀ ବୋଲି ଜଣାପଡ଼ିଛି । ଆଜି ସକାଳେ ସୁରେନ୍ଦ୍ର ପୋଲ ଉପରେ ବସି ଫଟୋ ଉଠାଉଥିବାବେଳେ ଅସାବଧାନତାବଶତଃ ପାଣି ଭିତରେ ଖସିପଡିଥିଲେ।  ପୋଲ ଉପରେ ସ୍କୁଟି ଓ ଚପଲ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ବହୁ ଖୋଜାଖୋଜି ପରେ ବୃଦ୍ଧଙ୍କୁ ପାଣି ଭିତରୁସୁରକ୍ଷିତ  ଉଦ୍ଧାର କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.