ଦେଶ ବିଦେଶ

ଋଷ-ୟୁକ୍ରେନ ଯୁଦ୍ଧ: ଭାରତ କହିଲା ଋଷ-ୟୁକ୍ରେନ ଯୁଦ୍ଧରେ ଟାର୍ଗେଟ ହେଉଛି ଛୋଟ ଛୋଟ ସହର, ଯୁଦ୍ଧ ବନ୍ଦ ହେବା ନିହାତି ଆବଶ୍ୟକ

ଋଷ ଓ ୟୁକ୍ରେନ ଯୁଦ୍ଧ ପ୍ରାୟ ୧୨୬ ଦିନରେ ପହଁଚିଛି। ତେବେ କିଛି ଦିନ ପୂର୍ବରୁ କ୍ରାମେଞ୍ଚକର ଏକ ସପିଂ ମଲ ଉପରେ ହୋଇଥିବା ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିମାନେ ବୁଧବାର ଦିନ କହିଛନ୍ତି ଯେ କେବଳ ଏକ ରାକ୍ଷସ ଏହିପରି ଏକ ମଲ ଉପରେ ଆକ୍ରମଣ କରିପାରିବ।

picture credit – amar ujala

ଅନ୍ୟପକ୍ଷରେ, ମିଳିତ ଜାତିସଂଘରେ ଭାରତ କହିଛି ଯେ ସହରାଞ୍ଚଳରେ ରହୁଥିବା ନାଗରିକ ଯୁଦ୍ଧରେ ବଳି ପଡୁଛନ୍ତି। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ୟୁକ୍ରେନ ଉପରେ ଭାରତର ସ୍ଥାୟୀ ଡେପୁଟି ପ୍ରତିନିଧୀ ଆର ରବିନ୍ଦ୍ର କହିଛନ୍ତି, ଏହି ଯୁଦ୍ଧ ଯୋଗୁଁ ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ବିଶେଷକରି ମହିଳା, ଶିଶୁ ଏବଂ ବୃଦ୍ଧମାନଙ୍କ ପାଇଁ ସମସ୍ୟା ଉପୁଜିଛି। ସେ କହିଛନ୍ତି ଯେ ଲକ୍ଷ ଲକ୍ଷ ଲୋକ ଭୂମିହୀନ ହୋଇ ପଡୋଶୀ ଦେଶରେ ଆଶ୍ରୟ ନେବାକୁଯାଉଛନ୍ତି। ରବିନ୍ଦ୍ର କହିଛନ୍ତି, ୟୁକ୍ରେନ ପରିସ୍ଥିତିକୁ ନେଇ ଭାରତ ବହୁତ ଚିନ୍ତିତ। ରାଜନୈତିକ ଏବଂ ଶାନ୍ତି ରକ୍ଷା ବିଭାଗର ଡେପୁଟି ସେକ୍ରେଟେରୀ ରୋଜମ୍ୟାରି ଡି କାର୍ଲୋ, ୟୁକ୍ରେନର କ୍ରାମେନଚକ୍ ସହରର ଋଷ ଦ୍ଵାରା ମଲ୍ ଉପରେ କରାଯାଇଥିବା ମିଶାଇଲ ଆକ୍ରମଣରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି ବୋଲି କହିଛନ୍ତି।

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ମଧ୍ୟ ଡିଜିଟାଲ ମାଧ୍ୟମରେ ପରିଷଦର ଏହି ବୈଠକକୁ ସମ୍ବୋଧିତ କରିଛନ୍ତି। ଫେବୃଆରୀରେ ଯୁଦ୍ଧ ଆରମ୍ଭ ହେବା ପରେ ଏହା ଦ୍ୱିତୀୟ ଥର ଥିଲା, ଯେଉଁଥିରେ ଜେଲେନସ୍କି ୧୫ ଟି ସଦସ୍ୟ ବିଶିଷ୍ଟ ସୁରକ୍ଷା ପରିଷଦ ସହିତ ସିଧାସଳଖ କଥା ହୋଇଥିଲେ। ସେ କହିଛନ୍ତି ଋଷ କ୍ରମାଗତ ଭାବରେ ଆତଙ୍କବାଦୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ତାଙ୍କୁ ଏପରି କାର୍ଯ୍ୟରୁ ନିବୃତ୍ତ କରିବାକୁ ହେଲେ ବିଶ୍ୱ ସମ୍ପ୍ରଦାୟକୁ ଆଗକୁ ଆସିବାକୁ ପଡିବ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago