ରାଜ୍ୟ

ରଥଯାତ୍ରା ଉପଲକ୍ଷେ ତିନି ରଥର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ମୁଖ୍ୟ ଭୂମିକାରେ ଚିତ୍ରକର ସେବାୟତ

ରଥ ପ୍ରସ୍ତୁତ ପଥ ବି ପ୍ରସ୍ତୁତ । ଖାଲି ଅପେକ୍ଷା ରହିଲା କାଲିର ଦିନକୁ.. ଆସନ୍ତା କାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଯାହାକୁ ଅପେକ୍ଷା କରି ରହିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ରଥଯାତ୍ରା ପାଇଁ ଚାଲିଥିବା ପୂର୍ବ ପ୍ରସ୍ତୁତି ଏବେ ସରିଯାଇଛି। ବଡ଼ ଭାଇ ବଳଭଦ୍ର , ଭଉଣୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ତିଆରିୁ ହୋଇଛି ରଥ । ତିନି ରଥକୁ ପ୍ରସ୍ତୁତ କରିବା ପରେ ଏହାର ସୌନ୍ଦର୍ଯ୍ୟତାକୁ ବଢ଼ାଇବାରେ ମୁଖ୍ୟ ଭୂମିକା ସାଜିଛନ୍ତି ଚିତ୍ରକର ସେବାୟତ।

ତିନି ରଥରେ ସୌନ୍ଦର୍ଯ୍ଯବୋଧ ଆଣିବା ସହ ଏହାକୁ ଆକର୍ଷଣୀୟ କରିବା ପାଇଁ ଚିତ୍ରକର ସେବାୟତଙ୍କ ରହିଛି ପ୍ରମୁଖ ଭୂମିକା। ଏହି ଚିତ୍ରକର ସେବାୟତ ମାନେ ରଥରେ ଲାଗିବାକୁ ଥିବା ବିଭିନ୍ନ ପାର୍ଶ୍ୱ ଦେବାଦେବୀଙ୍କ ସହିତ ରଥର ବିଭିନ୍ନ ଅଂଶକୁ ରଙ୍ଗ ଦେଇ ବେଶ୍‌ ସୁନ୍ଦର କରିଥାନ୍ତି। ରଥର ଘୋଡ଼ା, ସାରଥି, ପାର୍ଶ୍ୱ ଦେବାଦେବୀଙ୍କ ସହ ଚକ, ଦଣ୍ତା, ଗୁଜ ପ୍ରଭୃତି ଖୋଦେଇ କାର୍ଯ୍ଯଗୁଡ଼କରେ ମଧ୍ୟ ରଙ୍ଗ ଦେବାର କାମ କରିଥାନ୍ତି ଏହି ଚିତ୍ରକର ସେବାୟତ ମାନେ।

ରଥର୍ନିମାଣ କାର୍ଯ୍ଯରେ ବିଶ୍ୱକର୍ମା ମହାରଣା ମାନେ ପ୍ରମୂଖ ଭୂମିକା ଗ୍ରହଣ କରିଥଲେ ମଧ୍ୟ ରଥକୁ ଆକର୍ଷଣୀୟ କରିବା ପାଇଁ ଚିତ୍ରକର ସେବାୟତ ମାନେ କଠିନ ଶ୍ରମ ଦେଇଥାନ୍ତି। ରଥର ବିଭିନ୍ନ ଅଂଶକୁ ରଙ୍ଗ ଦେବା ସହ ବିଭିନ୍ନ ଚିତ୍ର ଅଙ୍କନ କରି ରଥକୁ ବେଶ୍‌ ଆକର୍ଷଣୀୟ କରିଥାନ୍ତି ଏହି ସେବାୟତମାନେ.. ରଥରେ ପ୍ରତ୍ୟେକ ବର୍ଷ ର୍ନିମାଣ ହେଉଥିବା ଘୋଡ଼ା, ସାରଥି, ଓଲଟସୁଆ ଓ ପାର୍ଶ୍ୱ ଦେବାଦେବୀ ମାନଙ୍କୁ ବିଭିନ୍ନ ପ୍ରକାରର ରଙ୍ଗ ଦେଇ ଅତି ସୁନ୍ଦର ଭାବେ ସଜ୍ଜିତ କରିଥାନ୍ତି। ସେହିପରି ନୂଆକରି ର୍ନିମାଣ ହେଇଥିବା ରଥର ଚକ,ଦଣ୍ତା, ଗୁଜ, ଦ୍ୱାର ଘୋଡ଼ା, କନ୍ଯାପଟ୍ଟ, ହଂସପଟ୍ଟା ଇତ୍ୟାଦିକୁ ମଧ୍ୟ ବିଭିନ୍ନ ରଙ୍ଗରେ ଚିତ୍ରିତ କରାଯାଇଥାଏ।

ଏହି ପାରମ୍ପରିକ ଚିତ୍ରକର ସେବାୟତ ମାନେ ବଂଶାନୁକ୍ରମିକ ଭାବେ ଶ୍ରୀମନ୍ଦିରର ସମସ୍ତ ଚିତ୍ର ଓ ରଙ୍ଗ କାର୍ଯ୍ଯରେ ସମ୍ପୃକ୍ତ ରହିଥାନ୍ତି। ବିଶେଷ କରି ରଥଯାତ୍ରା ଅବସରରେ ପଟ୍ଟିଦିଅଁ ର୍ନିମାଣ ଓ ରଥକାମ ସେମାନଙ୍କର ମୁଖ୍ଯ କାର୍ଯ୍ଯ। ଏହି ରଥକାମରେ ସମୁଦାୟ ୧୫ଜଣ ଚିତ୍ରକର ସେବାୟତ ସାମିଲ୍‌ ହୋଇ ଅତି ନିଷ୍ଠାର ସହିତ କାର୍ଯ୍ଯ କରିଥାନ୍ତି। ବିଶେଷ କରି ସ୍ନାନପୂର୍ଣ୍ଣିମା ପରଦିନଠାରୁ ତିନିରଥର ଚିତ୍ରକାର୍ଯ୍ଯ ଆରମ୍ଭ ହୋଇ ନେତ୍ରତ୍ସୋବ ଦିନ ଶେଷ ହୋଇଥାଏ। ପୂର୍ବରୁ ରଥରେ ଚିତ୍ର କରିବା କାମ ପାଣି ରଙ୍ଗରେ ହେଉ ଥିବାବେଳେ ଏବେ ଏହାକୁ ଏନାମେଲ୍‌ ରଙ୍ଗରେ ଚିତ୍ରିତ କରାଯାଉଛି। ବିଶେଷ କରି ବିଶ୍‌କର୍ମାଙ୍କ ନିର୍ଦ୍ଦେଶ କ୍ରମେ ଭୋଇ ସେବକ ମାନେ ଚିତ୍ରକର ସେବାୟତଙ୍କୁ ସମସ୍ତ ପାର୍ଶ୍ୱ ଦେବାଦେବୀ ଯୋଗାଇଥାନ୍ତି। ରଥ ର୍ନିମାଣ ଅବସରରେ ସ୍‌ୱଳ୍ପ ପାରିଶ୍ରମିକ ମିଳୁଥିଲେ ମଧ୍ୟ ରଥ କାର୍ଯ୍ଯକୁ ଏକ ସେବା ଭାବେ ଗ୍ରହଣ କରି ଏହି ସେବାୟତ ମାନେ ନିଜକୁ ଧନ୍ଯ ମଣୁଛନ୍ତି।

 

D Sonali

Recent Posts

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

35 mins ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

1 hour ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

2 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

2 hours ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

2 hours ago

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

3 hours ago