ଦେଶ ବିଦେଶ

୨୦୨୪ରେ କ୍ୱାଡ୍‌ ଶିଖର ସମ୍ମିଳନୀ ଆୟୋଜନ କରିବ ଭାରତ, ପିଏମ୍‌ ମୋଦି କଲେ ଘୋଷଣା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜାପାନର ହିରୋସିମାରେ କ୍ୱାଡ ଦେଶର ରାଷ୍ଟ୍ରାଧ୍ୟକ୍ଷମାନଙ୍କ ସହିତ ବୈଠକ କରିଛନ୍ତି। ଏହି ସମୟରେ ପିଏମ ମୋଦି କହିଛନ୍ତି ଯେ ୨୦୨୪ରେ ଆମେ ଭାରତରେ କ୍ୱାଡ ଶିଖର ସମ୍ମିଳନୀ ଆୟୋଜନ କରି ଖୁସି ହେବୁ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଅଲ୍‌ବନିଜ୍‌ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ସହ ହୋଇଥିବା ବୈଠକରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏହି କ୍ୱାଡ୍‌ ସମିଟ୍‌ରେ ଭାଗ ନେଇଥିବାରୁ ମୋତେ ଖୁସି ଲାଗୁଛି।

ମୋଦି କହିଥିଲେ କି, ଇଣ୍ଡୋ-ପାସିଫିକ୍‌ରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ସୁନିଶ୍ଚିତ କରିବା ପାଇଁ କ୍ୱାଡ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଇଣ୍ଡୋ-ପାସିଫିକ୍ ହେଉଛି ବାଣିଜ୍ୟ, ଇନୋଭେସନ ଏବଂ ବିକାଶର ଇଞ୍ଜିନ। ଆମେ ଏକମତ ଯେ ଇଣ୍ଡୋ-ପାସିଫିକ୍‌ର ସୁରକ୍ଷା ଓ ସଫଳତା କେବଳ ଏହି ଅଞ୍ଚଳ ପାଇଁ ନୁହେଁ, ବରଂ ସମଗ୍ର ବିଶ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଏହି ସମ୍ମିଳନୀର ସଫଳ ଅଧ୍ୟକ୍ଷତା ପାଇଁ ମୁଁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଅଲ୍‌ବନିଜ୍‌ଙ୍କୁ ଅଭିନନ୍ଦନ ଜଣାଉଛି। ୨୦୨୪ରେ କ୍ୱାଡ ନେତାଙ୍କ ଶିଖର ସମ୍ମିଳନୀ ଆୟୋଜନ କରିବାରେ ଭାରତକୁ ଖୁସି ମିଳିବ। କ୍ୱାଡ୍ ହେଉଛି ୪ ଦେଶର ଏକ ଗୋଷ୍ଠୀ, ଯେଉଁଥିରେ ଅଛନ୍ତି ଭାରତ, ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନ।

Roshni

Recent Posts

ଡାକ ବିଭାଗ ନିଯୁକ୍ତିରେ ଜାଲ ସାର୍ଟିଫିକେଟ ଦୁର୍ନୀତି ମାମଲା: ରାଜ୍ୟରେ ୬୭ଟି ସ୍ଥାନରେ ସିବିଆଇ ରେଡ୍‌

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ଡାକ ବିଭାଗରେ ନିଯୁକ୍ତିରେ ଜାଲ ସାର୍ଟିଫିକେଟ ଦୁର୍ନୀତି ମାମଲାରେ ସିବିଆଇର ବଡ଼ ଧରଣର ତଦନ୍ତ ଆରମ୍ଭ…

1 min ago

ଆଇସ୍‌କ୍ରିମ୍‌ ଭିତରୁ ବାହାରିଲା ମଣିଷ ଆଙ୍ଗୁଠି, ଅନ୍‌ଲାଇନ ଅର୍ଡର କରିଥିଲେ ଡାକ୍ତରାଣୀ

ଆଇସକ୍ରିମ ଭିତରୁ ବାହାରିଲା ମଣିଷର କଟା ଆଙ୍ଗୁଠି । ମୁମ୍ବାଇର ଜଣେ ମହିଳା ଡାକ୍ତର ଖାଇବା ପାଇଁ ଅନଲାଇନରେ ଆଇସକ୍ରିମ…

17 mins ago

ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ବେଳେ ମିଳିଲା ପୁରାତନ ମନ୍ଦିର, ଦେଖିବା ପାଇଁ ଜମୁଛି ଲୋକଙ୍କ ଭିଡ

ନୂଆପଡା (କେନ୍ୟୁଜ): ନୂଆପଡା ଜିଲ୍ଲା କୋମନା ଦେଉଳବନ୍ଧ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ବେଳେ ଏକ ପୁରାତନ ମନ୍ଦିର ଠାବ ହୋଇଛି…

26 mins ago

ସୁଆଣ୍ଡୋରେ ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ, କହିଲେ- ଖୁବ୍ ଶୀଘ୍ର ପୂରଣ ହେବ ସଂକଳ୍ପ ପତ୍ରର ପ୍ରତିଶ୍ରୁତି

ପୁରୀ (କେନ୍ୟୁଜ): ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ମାଟିରେ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

34 mins ago

ଡୋଡା ଆଟାକ୍‌: ୪ ଆତଙ୍କବାଦୀଙ୍କ ସ୍କେଚ୍‌ ଜାରି, ସୂଚନା ଦେଲେ ମିଳିବ ୨୦ ଲକ୍ଷ ଟଙ୍କା ପୁରସ୍କାର

ଜମ୍ମୁ-କାଶ୍ମୀରର ରିୟାସୀ, କଠୁଆ ଏବଂ ଡୋଡାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଜମ୍ମୁ ପୋଲିସ ୪ ଆତଙ୍କୀଙ୍କ ସ୍କେଚ୍‌ ଜାରି…

40 mins ago

ମୋହନ ସରକାର ଆସିବା ପରେ ଏବେ ଚର୍ଚ୍ଚାରେ କିଏ ହେବେ ନୂଆ DGP

ଭୁବନେଶ୍ୱର (କେନ୍ୟୁଜ): ମୋହନ ସରକାର ଆସିବା ପରେ ଚର୍ଚ୍ଚା ଏବେ କିଏ ହେବେ ଡିଜିପି । ଏବେ ଅରୁଣ ଷଡଙ୍ଗୀ…

1 hour ago